ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

World Cup: ଏମିତି ହେଲେ ଉଭୟ ଭାରତ-ଅଷ୍ଟ୍ରେଲିଆ ହେବେ ଚାମ୍ପିଅନ୍… ଜାଣନ୍ତୁ କଣ ରହିଛି ICC ନିୟମ

ନୂଆଦିଲ୍ଲୀ, ୧୮/୧୧: ସୁପର ସନଡେରେ ହେବ ସୁପର୍ ଫାଇଟ୍ । ମୋଟେରାରେ ଦେଖିବାକୁ ମିଳିବ ମହା ମୁକାବିଲା । ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ଫାଇନାଲ୍ ଫାଇଟ୍ ପ୍ରସ୍ତୁତି ସରିଥିବା ବେଳେ ସମସ୍ତଙ୍କ ଉତ୍କଣ୍ଠା ବଢ଼ୁଛି । ତୃତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ହାତେଇବାକୁ ଭାରତ ସମ୍ପୂର୍ଣ୍ଣ ସାମର୍ଥ୍ୟ ଲଗାଇଥିବା ବେଳେ କଙ୍ଗାରୁ ଟିମ୍ ଠାରୁ ୨୦ ବର୍ଷ ତଳର ପ୍ରତିଶୋଧ ନେବାକୁ ବ୍ରଗ୍ୟ ଅଛି ।

ରବିବାର ଅହମଦାବାଦର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ୍ ରହିପାରେ । ଯଦିଓ ମ୍ୟାଚ୍ ଦିନ ଅହମଦାବାଦରେ ବର୍ଷା ସମ୍ଭାବନା ନାହିଁ ତଥାପି ପାଗ ଉପରେ ଭରସା ନାହିଁ । ତେଣୁ ଆଇସିସି ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖିଛି । ତଥାପି ବି ବର୍ଷା ପାଇଁ ଖେଳ ସମ୍ପୂର୍ଣ୍ଣ ନ ହେଲେ କଣ ହେବ । ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି…

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ହିଟ୍‌ମ୍ୟାନ୍‌ଙ୍କ ରାଶିରେ ବିଶ୍ୱକପ୍‌ ଟ୍ରଫି, ଚ୍ୟାଲେଞ୍ଜ ଦେବ ଅଷ୍ଟ୍ରେଲିଆ

ରବିବାର ପାଗ ସଫା ଶୁଖିଲା ରହୁଥିବା ବେଳେ ମ୍ୟାଚ୍ ବେଳେ ବର୍ଷା ହେଲେ ରିଜର୍ଭ ଡେରେ ଖେଳାଯିବ । ମ୍ୟାଚ୍ ୨୦-୨୦ ଓଭର୍ ପର୍ଯ୍ୟନ୍ତ ଖେଳାଯିବା ଯାଏ ରିଜର୍ଭ ଡେ ବଳବତ୍ତର ରହିବ । ତେବେ ଅମ୍ପାୟର୍ସ ଚେଷ୍ଟା କରନ୍ତି ପ୍ରଥମ ଦିନରେ ହିଁ ମ୍ୟାଚ୍ ସରିଯାଉ ।

ଆଇସିସି ନିୟମ ଅନୁସାରେ, ନିର୍ଦ୍ଧାରିତ ତାରିଖରେ ଫାଇନାଲ୍ ମ୍ୟାଚ୍ ହୋଇ ନ ପାରିଲେ ରିଡର୍ଭ ଡେରେ ଖେଳାଯିବ । ଯଦି ରିଜର୍ଭ ଡେରେ ବର୍ଷା ପାଇଁ ମ୍ୟାଚ୍ ଧୋଇଯାଏ ତ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଚାମ୍ପିଅନ୍ସ ଟ୍ରଫି ୨୦୦୨ରେ ଏହା ଦେଖିବାକୁ ମିଳିଥିଲା । ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଟିମକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା । ତେବେ, ବଡ଼ କଥା ହେଉଛି ୪୮ ବର୍ଷର ବିଶ୍ୱକପ୍ ଇତିହାସରେ କୌଣସି ଫାଇନାଲ୍ ମ୍ୟାଚ୍ ରିଜର୍ଭ ଡେ ଯାଏ ପହଞ୍ଚି ପାରିନି ।  

ମାର୍ଶଙ୍କ ଭବିଷ୍ୟବାଣୀ ଭାଇରାଲ୍‌...ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୨/୪୫୦, ଭାରତ ୬୫ରେ ଅଲଆଉଟ୍

  • prameyanews
  • PrameyaOdia
  • prameya
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.