ପ୍ରମୂଖ ଖବର

ପ୍ରମେୟ ଓ ନ୍ୟୁଜ୍-7 କୃଷିକ ରତ୍ନ ସମ୍ମାନ ୨୦୨୩, ଆଜି ସମ୍ମାନିତ ହେବେ ବିଭିନ୍ନ ଜିଲ୍ଲାର ୩୦ ଚାଷୀ

ଭୁବନେଶ୍ୱର,୧୦/୦୨: କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ମେରୁଦଣ୍ଡ ହେଉଛନ୍ତି କୃଷକ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ରାଜ୍ୟକୁ ଆର୍ôଥକ ଦୃଷ୍ଟିକୋଣରୁ ସୁଦୃଢ଼ କରିବା ସହ ସଭିଙ୍କ ମୁହଁରେ ଫୁଟାଇ ଥାଏ ହସ । କୃଷକମାନେ ନିଶ୍ଚିତ ପକ୍ଷେ ସମ୍ମାନର ଅଧିକାରୀ । ଅନ୍ନଦାତାଙ୍କୁ ସମ୍ମାନ ଜଣାଇ ପ୍ରମେୟ, ନ୍ୟୁଜ-୭ ପକ୍ଷରୁ  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏଗ୍ରିକଲଚରାଲ ସାଇନ୍ସର ମିଳିତ ଉଦ୍ୟମରେ ଶନିବାର ପୂର୍ବାହ୍ଣ  ୧୦.୩୦ରେ ସୋଆ କ୍ୟାମ୍ପସ-୨ ଅଡିଟୋରିୟମଠାରେ ଅନୁଷ୍ଠିତ ହେବ କୃଷକ ରତ୍ନ ସମ୍ମାନ ୨୦୨୩ । 

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୃଷି ବିଭାଗ ସଚିବ ଡ.ଅରବିନ୍ଦ କୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡର ଏମ୍‌ଡି ତଥା ସିଇଓ ସୁରେଶ କ୍ରୀଷ୍ଣନ ଏବଂ ବିଶେଷ ଆକର୍ଷଣ ଭାବେ ଓଡ଼ିଆ ଅଭିନେତା ତତ୍ୱ ପ୍ରକାଶ ଶତପଥୀ (ପପୁ ପମ୍‌ପପ୍‌) ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୩୦ ଜଣ କୃଷକଙ୍କୁ ସମ୍ମାନିତ କରାଯିବ ।

ଏବେ କୃଷି କାର୍ଯ୍ୟ ପ୍ରତି ଯୁବବର୍ଗ ବିମୁଖ ହେଉଥିବା ବେଳେ ଏ କ୍ଷେତ୍ରରେ ନିରନ୍ତର ଯୋଗଦାନ ଦେଉଥିବା କୃଷକଙ୍କୁ ସମ୍ମାନିତ କରି ସେମାନଙ୍କ ମନୋବଳ ବଢ଼ାଇବା ଦିଗରେ ଏଭଳି ଏକ କାର୍ଯ୍ୟକ୍ରମ ହେଉଛି ଅଭିବନ ପରିକଳ୍ପନା । ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦୦ କୃଷକ ଆବେଦନ କରିଥିଲେ । ସୋଆ କୃଷି ମହାବିଦ୍ୟାଳୟର ଅଭିଜ୍ଞ ବିଚାରକ ମଣ୍ଡଳୀ ଚୂଡାନ୍ତ ୩୦ ଜଣଙ୍କୁ ପୁରସ୍କାର ଲାଗି ଚୟନ କରିଛନ୍ତି ।  

ସମାଜର ବିକାଶ ଦିଗରେ ସୋଆ ସର୍ବଦା ଉଦ୍ୟମ କରି ଆସିଛି । ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ଏହା ପ୍ରତିବଦ୍ଧ । ସମାନ ନୀତି ଅନୁସରଣ କରି ଆସୁଛନ୍ତି ସମାଜର ୨ ଦାୟିତ୍ୱ ସମ୍ପର୍ଣ୍ଣ ମିଡିଆ ହାଉସ ‘ପ୍ରମେୟ’ ଏବଂ ‘ନ୍ୟୁଜ-୭’ । ଭିନ୍ନଭିନ୍ନ ସମୟରେ ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଲାଗି ଉଭୟେ ଚେଷ୍ଠା ଜାରି ରଖିଛନ୍ତି । ଉକ୍ତ କ୍ରମରେ କୃଷକ ରତ୍ନ ୨୦୨୩ର ପରିକଳ୍ପନା । ଅନ୍ୟ ପେଶା ଭଳି କୃଷି ମଧ୍ୟ ସମାନ ସମ୍ମାନର ହକ୍‌ଦାର । ତେଣୁ କୃଷିକୁ ଏକ ପେଶା ଭାବେ ଗ୍ରହଣ କରିବା ଲାଗି ଯୁବପୀଢ଼ିଙ୍କୁ ଉତ୍ସାହିତ କରାଇବା ନିମନ୍ତେ ଏହି ଅଭିଯାନକୁ ଅଣାଯାଇଛି ।

କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ପାରାଦୀପ ଫସ୍‌ଫେଟସ ଲିମିଟେଡ ଥିବା ବେଳେ ସହଯୋଗୀ ପୃଷ୍ଠପୋଷକ ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଟାଟା ୱାଇରନ, ଏସ୍‌ଏନ୍‌ଏମ୍‌ ଗ୍ରୁପ, ଏମ୍‌ଜିଏମ୍‌ ମିନେରାଲ୍ସ, ଟାଟା ଷ୍ଟିଲ ଏବଂ ବ୍ୟାଙ୍କିଙ୍ଗ୍‌ ପାର୍ଟନର ଭାବେ କାନାରା ବ୍ୟାଙ୍କ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.