ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଆଇନ ସଚେତନତା କାର୍ଯ୍ୟକ୍ରମ

ପୁରୀ ୧୪/୯ : ପ୍ରତିଟି ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ, ଶାନ୍ତି ଓ ବୁଝାମଣା ରହିବା ସହ ପରିବାରରେ ମହିଳା ଟିଏ ଯେପରି ସମ୍ମାନ ପାଇପାରିବ ସେଥିପାଇଁ ମହିଳା କମିଶନ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଡଃ  ମିନତୀ ବେହେରା। ସଂସ୍କୃତି ଭବନ ଠାରେ ରାଜ୍ୟ ମହିଳା ଆୟୋଗ ଙ୍କ ଆୟୋଜନରେ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସହଯୋଗରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଆୟୋଗ ଡଃ ବେହେରା ଉଭୟ ମହିଳା ଓ ପୁରୁଷ ସମାଜ ମୁଦ୍ରା ର ଦୁଇଟି ପାର୍ଶ୍ଵ।ପ୍ରାଚୀନ ଭାରତ ରେ ନାରୀ ଏକ ମହନୀୟ ସ୍ଥାନର ଅଧିକାରୀ ଥିଲା।ସମ୍ବିଧାନରେ ଉଭୟ ମହିଳା ଓ ପୁରୁଷ ଙ୍କୁ ସମାନ ଅଧିକାର ଦେଇଥିଲେ ମଧ୍ୟ ନାରୀ କେତେ ସ୍ଥାନରେ ଅବହେଳା ର ଶୀକାର ହେଉଛି। ପ୍ରତି ଜିଲ୍ଲାରେ ମହିଳା ମାନଙ୍କ ପାଇଁ ସୁରକ୍ଷା ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି।ଏହା ସହ ମହିଳା କମିଶନ ରାଜ୍ୟ, ଜିଲ୍ଲା, ବ୍ଲକ ସ୍ତରରେ ସଚେତନତା ଶିବିର ମାଧ୍ୟମରେ ମହିଳା ମାନଙ୍କ ପାଇଁ ଆଇନ ରେ ଥିବା ଅଧିକାର, ଦାୟିତ୍ୱ, କର୍ତ୍ତବ୍ୟ ଓ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଉଛି ବୋଲି ସେ କହିଥିଲେ। 

 ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପାରିବାରିକ ସଂହତି ଓ ସଦଭାବନା ବଜାୟ ରଖି ମହିଳା ମାନଙ୍କୁ ପରିବାର ଓ ସମାଜ ରେ ଉପଯୁକ୍ତ ସମ୍ମାନ ପ୍ରଦାନ ରେ ଆୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଜିଲ୍ଲା ସ୍ତରରେ ମଧ୍ୟ ଅନୁରୂପ ସହଯୋଗ ଯୋଗାଇ ଦିଆଯାଉଛି ବୋଲି କହିଥିଲେ। ଅତିରିକ୍ତ ଏସ ପି ବିଷ୍ଣୁ ଚରଣ ପତି  ଜିଲ୍ଲାର ଥାନା ମାନଙ୍କ ରେ ମହିଳା ଓ ଶିଶୁ ଡେସ୍କ ମାଧ୍ୟମରେ ସହଯୋଗ ଯୋଗାଇ ଦିଆଯାଉଛି ବୋଲି କହିବା ସହ ଏହି ଭଳି ଶିବିର ଜିଲ୍ଲା ସ୍ତରରେ ଆୟୋଜନ ଦ୍ଵାରା ଅଧିକ ସଚେତନତା ରେ ସହାୟକ ହେଉଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆୟୋଗର ସଦସ୍ୟ ସଚିବ ବିଥିକା ସ୍ୱାଇଁ, ସଦସ୍ୟ ସ୍ୱାଗତିକା ମହାନ୍ତି, ବିଜୟା ବରୁହା, ପରାମର୍ଶ ଦାତା ଡ଼ଃ  ଏନ୍ ଟୁନା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ସମସ୍ତ ଙ୍କୁ ସ୍ୱାଗତ, ଅତିଥି ପରିଚୟ ଓ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଦେଇଥିଲେ।  ସମାଜ କଲ୍ୟାଣ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବିଭାଗ ଓ ସ୍ୱଛାସେବୀ ସଂଗଠନ ର ମହିଳା ଅଧିକାରୀ କର୍ମଚାରୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

Copyright © 2022 - Summa Real Media Private Limited. All Rights Reserved.