ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆଶ୍ଚର୍ଯ୍ୟ ! ନିଜ ଗାଁରେ ବି ବିଧାୟକଙ୍କୁ ମିଳିଲାନି ୫୦ ଖଣ୍ଡ ଭୋଟ୍’: କଂଗ୍ରେସ ହାରିବା ପରେ କମଲନାଥଙ୍କ ପ୍ରତିକ୍ରିୟା

ଭୋପାଳ, ୦୫/୧୨: କିଛି ପୂର୍ବତନ ବିଧାୟକଙ୍କୁ ନିଜ ଗାଁରେ ୫୦ ଖଣ୍ଡ ଭୋଟ୍ ବି ମିଳି ନାହିଁ । ଆଜି କଂଗ୍ରେସ ନେତା କମଲନାଥ ମଧ୍ୟପ୍ରଦେଶରେ ଦଳର ପରାଜୟ ନେଇ ଏଭଳି ଆଶ୍ଚର୍ଯ୍ୟଜନକ ଟିପ୍ପଣୀ ଦେଇଛନ୍ତି । କହିଛନ୍ତି, ଆମର କିଛି ପୂର୍ବତନ ବିଧାୟକଙ୍କୁ ସେମାନଙ୍କ ନିଜ ଗାଁରେ ବି ୫୦ ଖଣ୍ଡ ଭୋଟ୍ ମିଳିନି । କମଲନାଥଙ୍କ ଏଭଳି ପ୍ରତିକ୍ରିୟା ପରେ ମଧ୍ୟପ୍ରଦେଶ ରାଜନୀତି ପୁଣି ଥରେ ଉଷ୍ମ ହୋଇଛି ।

ସେ କହିଛନ୍ତି, ଦଳ କାହିଁକି ପରାଜୟ ବରଣ କଲା ତାର ସମୀକ୍ଷା କରାଯିବ । ପ୍ରାର୍ଥୀଙ୍କ ସହ ଆଲୋଚନା କରିବୁ । ତେବେ କିଛି କଂଗ୍ରେସ ନେତା ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବାରୁ ସେ କହିଛନ୍ତି, କୌଣସି ଚର୍ଚ୍ଚା ନ କରି ନିଷ୍କର୍ସରେ ପହଞ୍ଚିବା ଠିକ୍ ହେବ ନାହିଁ । ମୁଁ ପ୍ରଥମେ ସମସ୍ତ ନେତାଙ୍କ ସହ ଆଲୋଚନା କରିବି ।

ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଶିବରାଜ ସିଂହ ନା ଜ୍ୟୋତିରାଦିତ୍ୟ ସିନ୍ଧିଆ..

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ଥିଲେ । କହିଥିଲେ, ଚିପ୍ ସଂଯୁକ୍ତ କୌଣସି ମେସିନ୍ ହ୍ୟାକ୍ ହୋଇ ପାରିବ । ୨୦୦୩ରୁ ମୁଁ ଇଭିଏମ୍ ଭୋଟିଂକୁ ବିରୋଧ କରି ଆସୁଛି । କଣ ଆମେ ଭାରତୀୟ ଗଣତନ୍ତ୍ରକୁ ପ୍ରଫେସନାଲ୍ ହ୍ୟାକର୍ସଙ୍କ ହାତରେ ଛାଡ଼ି ଦେବା ? ଏହା ମୌଳିକ ପ୍ରଶ୍ନ, ସମସ୍ତଙ୍କ ରାଜନୈତିକ ଦଳ କରିବା ଉଚିତ୍ । ନିର୍ବାଚନ କମିଶନ ଓ ସୁପ୍ରିମକୋର୍ଟ ଆଗେଇ ଆସି ଗଣତନ୍ତ୍ରର ରକ୍ଷା କରନ୍ତୁ ।

ସାମ୍ବାଦିକମାନଙ୍କୁ କମଲନାଥ କହିଛନ୍ତି, ଆପଣମାନେ ବି ଜାଣନ୍ତି ମାହୋଲ୍ କଣ ଥିଲା । ମୋତେ ଆଉ କାହିଁ ପଚାରୁଛନ୍ତି । ଲୋକଙ୍କୁ ପଚାରନ୍ତୁ । କିଛି ବିଧାୟକ ମୋତେ କହୁଛନ୍ତି, ସେମାନଙ୍କୁ ତାଙ୍କ ଗାଁରେ ୫୦ ଖଣ୍ଡ ଭୋଟ୍ ବି ମିଳି ନାହିଁ । ଏହା କେମିତି ସମ୍ଭବ ?
ଏହା ପୂର୍ବରୁ ରବିବାର ରେଜଲ୍ଟ ଘୋଷଣା ଦିନ କମଲନାଥ କହିଥିଲେ, ଜନତା ଦେଥିବା ଜନମତକୁ ସ୍ୱୀକାର କରୁଛୁ । କଂଗ୍ରେସ ବିରୋଧୀ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବ । ମଧ୍ୟପ୍ରଦେଶ ପାଖରେ ସବୁଠୁ ବଡ଼ ବଡ଼ ଯୁବକଙ୍କ ଭବିଷ୍ୟତ ସୁରକ୍ଷିତ ତ । ଆମ ଚାଷୀ ଭାଇଙ୍କୁ ଖୁସି ମିଳୁ ।

ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ କେବେ ଦାବିଦାର ନଥିଲି, ଆଜି ବି ନୁହେଁ : ଶିବରାଜ ସିଂ ଚୌହାନ

ରବିବାର ହୋଇଥିବା ଭୋଟ୍ ଗଣତିରେ ମଧ୍ୟପ୍ରଦେଶ ସହ ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିଛି । କଂଗ୍ରେସ ହାତରୁ ଛତିଶଗଡ଼ ଓ ରାଜସ୍ଥାନ ଖସିଥିବା ବେଳେ ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ସ୍ଥିତି ମଜଭୁତ୍ କରି ପାରିଛି । ମଧ୍ୟପ୍ରଦେଶର ୨୩୦ ଆସନରୁ ବିଜେପିକୁ ମିଳିଛି ୧୬୩ ଆସନ । ଯେତେବେଳେ କି କଂଗ୍ରେସ ୬୬ଟି ଆସନରେ ସନ୍ତୁଷ୍ଟ ହୋଇଛି । ଗୋଟିଏ ଆସନ ଭାରତ ଆଦିବାସୀ ପାର୍ଟି ଖାତାକୁ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.