ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଆହତ ହୋଇ ହସ୍ପିଟାଲ ଗଲେ ମାର୍କ ଜୁକରବର୍ଗ , ଗୁରୁତର ଆଘାତ ଲାଗିଥିବା ଆଣ୍ଠୁର ହେଲା ଅସ୍ତ୍ରୋପଚାର

ୱାଶିଂଟନ : ମେଟା ସିଇଓ ମାର୍କ ଜୁକରବର୍ଗଙ୍କର ଶୁକ୍ରବାର ଅସ୍ତ୍ରୋପଚାର ହୋଇଛି। ନିକଟରେ ମିକ୍ସଡ୍‌ ମାର୍ଶଲ ଆର୍ଟ କମ୍ପିଟିସନର ପ୍ରସ୍ତୁତି ବେଳେ ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଇନଷ୍ଟାଗ୍ରମାମ୍‌ରେ ସେୟାର କରାଯାଇ ଥିବା ଫଟୋରେ ସେ ହସ୍ପିଟାଲ ବେଡ୍‌ ଉପରେ ଶୋଇ ଥିବାର ନଜର ଆସୁଛନ୍ତି। ତାଙ୍କର ବାମ ପାଦରେ ପଟି ବନ୍ଧା ହୋଇଛି ଏବଂ ସପୋର୍ଟିଭ୍‌ ଲେଗ୍‌ ବ୍ରେସ୍‌ ଲଗାହୋଇଛି। ଜୁକରବର୍ଗ ନିଜର ପୋଷ୍ଟରେ ଲେଖିଛନ୍ତି କି, ଟ୍ରେନିଂ ବେଳେ ନିଜର ଏସିଏଲ ଭାଙ୍ଗି ଦେଇଛନ୍ତି। ଏବେ ଏହାର ରିପ୍ଲେସମେଣ୍ଟ ପାଇଁ ସର୍ଜରୀ କରାଇଛନ୍ତି। ଏହାସହ ସେ ନିଜର ଯତ୍ନ ରଖିବା ପାଇଁ ଡାକ୍ତର ଓ ଟିମ୍‌କୁ ଶୁଭେଚ୍ଛା ଦେଇଛନ୍ତି।

ଜୁକରବର୍ଗ ନିଜର ପୋଷ୍ଟରେ ତାଙ୍କୁ ଆଘାତ କେମିତି ଲାଗିଲା ,ଏ ବିଷୟରେ ମଧ୍ୟ ଦର୍ଶାଇଛନ୍ତି। ସେ ଲେଖିଛନ୍ତି, ମୁଁ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ଏମଏମଏ ଫାଇଟ୍‌ର ପ୍ରସ୍ତୁତି କରୁଥିଲି। କିନ୍ତୁ ଏବେ ପ୍ରସ୍ତୁତି ଉପରେ କିଛି ପ୍ରଭାବ ପଡ଼ିବ। ମାର୍କ ଲେଖିଛନ୍ତି କି, ଏବେ ଠିକ୍‌ ହେବା ପରେ ପୁଣି ଏହାର ପ୍ରସ୍ତୁତିରେ ଲାଗି ଯିିବି। ଭଲପାଇବା ଓ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। 

କହି ରଖୁଛି କି ,ଏସିଏଲର ଅର୍ଥ ଏଣ୍ଟିରିୟର କ୍ରୁସିଏଟ୍‌ ଲିଗାମେଣ୍ଟ । ଏହା ଏକ ମଜବୁତ ଟିସ୍ୟୁ ,ଯାହା ଥାଇ ବୋନ୍‌ ଓ ସିନ୍‌ ବୋନ୍‌କୁ ଯୋଡ଼ି ଥାଏ। ମେୟୋ କ୍ଲିନିକ୍ ମୁତାବିକ, ଏହି ପ୍ରକାରରର ଆଘାତ ସାଧାରଣତଃ ଖେଳ ବେଳେ ଲାଗିଥାଏ, ଯେବେ ଖେଳ ବେଳେ ଡାଇରେକ୍ସନ, ଜମ୍ପିଂ ଓ ଲାଣ୍ଡିଂ ବେଳେ ହଠାତ୍‌ ରହିବାକୁ ହୋଇଥାଏ । ଷ୍ଟାନଫୋର୍ଡ ମେଡିସିନ ମୁତାବିକ ଏସିଏଲ ସର୍ଜରୀ ପରେ ସୁସ୍ଥ ହେବାରେ ଅନେକ ମାସ ଲାଗିପାରେ। ସାଧାରଣରେ ଏହି ପ୍ରକାରର ଆଘାତ ପରେ ସୁସ୍ଥ ହୋଇ ଫେରିବାକୁ ଆଥଲେଟ୍‌ଙ୍କୁ ୯-୧୨ ମାସ ସମୟ ଲାଗିପାରେ। 

ସେପଟେ ଜୁକରବର୍ଗଙ୍କ ଫଲୋୟରମାନେ ତାଙ୍କର ଶୀଘ୍ର ସୁସ୍ଥ ହେବାରୁ ପ୍ରାର୍ଥନା କରିଥିଲେ। ଜଣେ ୟୁଜର ଲେଖିଛନ୍ତି କି, ଏହା ଶୁଣି ଖୁବ୍‌ ଦୁଃଖ ଲାଗୁଛି। ଆପଣ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ। 

ଉଲ୍ଲେଖନୀୟ ଯେ, ମାର୍କ ଜୁକରବର୍ଗ ବ୍ରାଜିଲିଆନ୍‌ ଜିଉ-ଜିତ୍ସୁରେ ଟ୍ରେଣ୍ଡ ଅଛନ୍ତି। ଏହା ଏକ ସେଲଫ୍‌ ଡିଫେନ୍ସ ମାର୍ଶଲ ଆର୍ଟ। ସେ ବର୍ଷେରୁ ଅଧିକ ସମୟ ହେବ ଏଥି ସହ ଜଡ଼ିତ ଅଛନ୍ତି ଏବଂ ଏକ ଅମେଚର ଟୁର୍ଣ୍ଣାମେଣ୍ଟ ଜିତି ସାରିଛନ୍ତି। ଚଳିତ ବର୍ଷ ଜୁଲାଇରେ ତାଙ୍କର କୋଚ ବ୍ରାଜିଲିୟନ ଜିଉ-ଜିତ୍ସୁରେ ବ୍ଲୁ ବେଲ୍ଟ ଦେଇଥିଲେ।   

Copyright © 2022 - Summa Real Media Private Limited. All Rights Reserved.