ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବ୍ୟବସାୟୀଙ୍କୁ ସିଏଆଇଟିର ପରାମର୍ଶ: ପେଟିଏମ୍‌ ଆପ୍‌ ନେଣଦେଣ ବାଦ୍‌ ଦିଅ,୨୯ ପରେ ସମସ୍ୟା ଉପୁଜିବା ଆଶଙ୍କା

ନୂଆଦିଲ୍ଲୀ, ୦୫/୦୨: ପେଟିଏମ୍‌ ୱାଲେଟ ଏବଂ ବ୍ୟାଙ୍କ୍‌  ଅପରେସନ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଛି । ଏଭଳି ସ୍ଥିତିରେ ବ୍ୟବସାୟୀଙ୍କ ବାଣିଜ୍ୟ ସମ୍ପର୍କିତ ନେଣଦେଣରେ ସମସ୍ୟା ଉପୁଜିପାରେ । ଏହାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ବ୍ୟବସାୟୀଙ୍କୁ  ସତର୍କ କରାଇଛି । ନେଣଦେଣ ଲାଗି ପେଟିଏମ୍‌ ପରିବର୍ତ୍ତେ ଅନ୍ୟ ପେମେଣ୍ଟ ଆପ୍‌ ବ୍ୟବହାର କରିବାକୁ ସଂଘ  ପରାମର୍ଶ ଦେଇଛି । ବ୍ୟବସାୟୀଙ୍କ ଅର୍ଥ  ସୁରକ୍ଷିତ ରଖିବା ତଥା ନେଣଦେଣରେ  ଆଗକୁ ଯେଭଳି କୌଣସି ସମସ୍ୟା  ନ ରହିବ ସେ ଦିଗକୁ ଧ୍ୟାନରେ  ରଖି ଏଭଳି କହିଛି ସିଏଆଇଟି । 

ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟୀ,  ଭେଣ୍ଡର, ହକର, ମହିଳା ବୃହତ୍ତ  ମାତ୍ରାରେ ଏହି ପେମେଣ୍ଟ ଆପ୍‌  ବ୍ୟବହାର କରୁଛନ୍ତି । କଟକଣା ଯୋଗୁ  ଯଦି କିଛି ସମସ୍ୟା ଉପୁଜେ ତେବେ  ବ୍ୟବସାୟୀ ଏହା ଦ୍ୱାରା କ୍ଷତିଗ୍ରସ୍ତ  ହେବେ ବୋଲି ସିଏଆଇଟି ପକ୍ଷରୁ  କୁହାଯାଇଛି । ପେଟିଏମ୍‌ ବିରୋଧରେ  ସନ୍ଧିଗ୍ଧ ନେଣଦେଣ ଅଭିଯୋଗରେ  ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଛି ।  ଗ୍ରାହକଙ୍କଠାରୁ କୌଣସି ଜମା କିମ୍ବା  କ୍ରେଡିଟ ନେଣଦେଣ କରିବାକୁ  କମ୍ପାନିକୁ ବାରଣ କରାଯାଇଛି ।  

ଏହାକୁ ଦେଖିଲେ ଚଳିତ ମାସ  ଶେଷ ଯାଏ ଗ୍ରାହକ ସେମାନଙ୍କ  ଆକାଉଣ୍ଟରେ ଥିବା ଅର୍ଥ ବ୍ୟବହାର  କରିପାରିବେ । ପେଟିଏମ୍‌ ଉପରେ ଲାଗିଥିବା କଟକଣା କୋହଳ ନ  ହେଲେ ୨୯ ପରେ ନେଣଦେଣ କରିବା  କଷ୍ଟକର ହୋଇପଡିବ ବୋଲି ଆଶଙ୍କା  କରାଯାଉଛି । ସିଏଆଇଟି ମହାସଚିବ  ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ରିଜର୍ଭ  ବ୍ୟାଙ୍କ କଟକଣା ପରେ ପେଟିଏମ୍‌  ଆପ୍‌ରେ ନେଣଦେଣର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆର୍ôଥକ  ନେଣଦେଣ ଯେଭଳି ବାଧାପ୍ରାପ୍ତ  ନ ହୁଏ ତାକୁ ଦେଖି ବ୍ୟବସାୟୀଙ୍କ  ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.