ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଞ୍ଜାମରେ ଚାଞ୍ଚଲ୍ୟ: ଶୋଇଥିବା ବେଳେ ରାତିଅଧରେ ମାଆ ଓ ପୁଅକୁ ହତ୍ୟା, ଶାଶୂ, ଶ୍ୱଶୁର ଓ ଦିଅରକୁ ପଚରାଉଚରା

ପାତ୍ରପୁର,୨୦/୦୨: ମା’ ବେକରେ କ୍ଷତଚିହ୍ନ । କୁନିପୁଅର ମୁହଁ ଓ ନାକରେ ରହିଛି ଦାଗଚିହ୍ନ । ରାତିରେ ଖାଇପିଇ ଏକାଠି ଶୋଇଥିଲେ । ରାତିଅଧରେ ମା’, ଓ ତା’ର କୋଳରେ ଥିବା ପୁଅକୁ କେହି ହତ୍ୟା କରିଛି । ସକାଳୁ ମା’-ପୁଅଙ୍କ ଶବ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଏହି ହତ୍ୟାକାଣ୍ଡ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ହେଲେ ଚୁଡ଼ିଆଲାଞ୍ଜି ଆଡୁଆ ସାହିର ଡି ମୋହନ ରାଓଙ୍କ ପତ୍ନୀ ଡି ନିଲାବେଣୀ (୨୬) ଏବଂ ତାଙ୍କ ସାନ ପୁଅ ଡି ରିତିକ(୭) । ନିଲାବେଣୀ ଓ ୭ ବର୍ଷର ଶିଶୁପୁତ୍ରକୁ ହତ୍ୟା ଅଭିଯୋଗ ହୋଇଛି । କିଏ ଓ କାହିଁକି ମାରିଲା ସେନେଇ ପୁଲିସ ଅନୁସନ୍ଧାନୀ ଆଖି ଘୂରି ବୁଲୁଛି । 

ଚିକିଟି ଏସ୍‌ଡିପିଓ ସୁଜିତ କୁମାର ନାୟକ, ଜରଡ଼ା ଥାନା ଅଧିକାରୀ ଟୁନା ସାସମଲ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ତନାଘନା କରିଛନ୍ତି । ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ସେନେଇ ପୁଲିସ କିଛି ସ୍ପଷ୍ଟ କରିନି । ଏହା ଏକ ହତ୍ୟାକାଣ୍ଡ, ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ଚିକିଟି ଏସ୍‌ଡିପିଓ ଶ୍ରୀ ନାୟକ । ପୁଲିସ ମୃତ ନିଲାବେଣୀଙ୍କ ଶାଶୂ, ଶ୍ୱଶୁର ଓ ଦିଅରକୁ ପଚରାଉଚରା କରିଛି । ସୋମବାର ଅପରାହ୍ଣରେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । 

ଚିକିଟି ଏସ୍‌ଡିପିଓଙ୍କ ସୂଚନା ମୁତାବକ, ମୃତ ମହିଳାଙ୍କ ସ୍ୱାମୀ ଡି ମୋହନ ରାଓ ଦୁବାଇରେ କାମ କରନ୍ତି । ବଡ଼ ପୁଅ ଡି ବିନୋଦ (୯) ଆନ୍ଧ୍ରପ୍ରଦେଶ ରାଜ୍ୟ ସୋମପେଟାଠାରେ ଏକ ଆବାସିକ ସ୍କୁଲ୍‌ ହଷ୍ଟେଲରେ ରହି ୪ର୍ଥ ଶ୍ରେଣୀରେ ପଢ଼ୁଛି । ରବିବାର ରାତିରେ ନିଲାବେଣୀ ପୁଅ ରିତିକ ସହ ଶୋଇବାକୁ ଯାଇଥିଲେ । ପାଖକୁ ଲାଗିଥିବା ଅନ୍ୟ ଏକ ଘରେ ଶାଶୂ ଶ୍ୱଶୁର ରହୁଥିଲେ । ସୋମବାର ସକାଳୁ ଅନେକ ସମୟ ପର୍ଯ୍ୟନ୍ତ ଉଠି ନ ଥିଲେ ନିଲାବେଣୀ । ଘରର କବାଟ ଖୋଲି ନ ଥିଲେ । ପ୍ରଥମେ ଶାଶୂ ଡି ପଦ୍ମାବତୀ କବାଟ ଖୋଲି ଦେଖିଥିଲେ । ଦୁହେଁ ଉଠୁ ନ ଥିବାରୁ ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକଙ୍କଠାରୁ ଖବରପାଇ ଜରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଥିଲା। ସନ୍ଧାନୀ କୁକୁର ଅଣାଯାଇଥିଲା, ହେଲେ ତାହାକୁ ବ୍ୟବହାର କରାଯାଇ ନାହିଁ । ଛାତ ରାସ୍ତା ଦେଇ କେହି ଘର ଭିତରକୁ ଆସି ଏଭଳି ଘଟଣା ଭିଆଇଥିବ ସନ୍ଦେହରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଛାତ ଉପରେ ତନାଘନା କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.