ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୬ ମାସ ଶିଶୁପୁତ୍ରର ତଣ୍ଟି କାଟିଲା ମା’, ମାନସିକ ସ୍ଥିତି ଠିକ୍ ନଥିବା କହିଲେ ପରିବାର

ବଲାଙ୍ଗୀର, ୯।୦୨: ମା’ ସାଜିଲା ରାକ୍ଷସୀ । ନିଜ ଜନ୍ମକଲା ପୁଅର ହତ୍ୟାକାରୀ ସାଜିଲା ମା’ । ଜଣେ ମହିଳା ନିଜ ୬ ମାସର ଶିଶୁପୁତ୍ରର ଗଳା କାଟିଦେଇଥିବା ଜଣାପଡ଼ିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ପୁଇଁତଳା ଥାନା ଖାଲିଆପାଲି ଗାଁରେ I କୁନି ପୁଅ ପାଇଁ ମା’ ସାଜିଛି ରାକ୍ଷସୀ । ରାତି ଅଧରେ କୋମଳ ଶିଶୁଟିର ବେକ କାଟିଦେଇଛି । ବଲାଙ୍ଗୀର ଡାକ୍ତରଖାନାରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମହିଳା ଜଣକ ମୀନା ନାଗର ବୋଲି ଜଣାପଡ଼ିଛି । 

ମୀନାଙ୍କର ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ କହିଛନ୍ତି । ଖବର ଅନୁଯାୟୀ, ପଦ୍ମପୁର ମଲଦାଠାରେ ଗତ ୨୦୧୯ ମସିହାରେ ମୀନା ରବୀନ୍ଦ୍ରନାଗଙ୍କୁ ବାହା ହୋଇଥିଲେ । ତାଙ୍କର ପୂର୍ବରୁ ଦୁଇଟି ଝିଅ ଥିବା ବେଳେ ୬ ମାସ ହେଲା ଶିଶୁପୁତ୍ରଟିଏ ଜନ୍ମ ହୋଇଥିଲା । ଶୁକ୍ରବାର ସକାଳ ୭ଟାରେ ଶିଶୁର ଆଈ ନାତିକୁ ତେଲ ଲଗାଇଦେବାକୁ ଯାଇଥିଲେ । ଠିକ୍ ଏତିକି ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନାତି ଘରେ ପଡ଼ିରହିଥିବାର ଦେଖିଥିଲେ । ପରେ ଶିଶୁଟିର ବାପା ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଡାକ୍ତର ଖାନା ଆଣିଥିଲେ । କିନ୍ତୁ, ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାସ୍ଥଳରେ ପୁଇଁତଳା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି I

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.