ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର,୦୩/୧୨: ୧୧ଜଣ ଓଡ଼ିଶା ପ୍ରଶାସନିକ ସେବା  ଅଧିକାରୀ (ଓଏଏସ)ଙ୍କୁ ଶନିବାର ବଦଳି କରାଯାଇଛି । ସମସ୍ତଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ  ଭାବେ ନିଯୁକ୍ତି ମିଳିଛି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ  ବିଜ୍ଞପ୍ତି ଅନୁସାରେ ଓଏଏସ୍‌ ଅଫିସର ସରୋଜ କୁମାର ମିଶ୍ରଙ୍କୁ ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ସୁରଜ  କୁମାର ପଟ୍ଟନାୟକଙ୍କୁ କୋରାପୁଟ  ଅତିରିକ୍ତ ଉପଜିଲ୍ଲାପାଳ, ଅଶୋକ  କୁମାର ଦାସଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲ୍ଲାପାଳ, ସୁଜାତା ପାତ୍ରଙ୍କୁ  କଟକ ଅତିରିକ୍ତ ଉପଜିଲ୍ଲାପାଳ,  ମନୋରମା ଜାଲିଙ୍କୁ ଯାଜପୁର ଅତିରିକ୍ତ  ଉପଜିଲ୍ଲାପାଳ, ପୁନମ ବିନିତା ବାଗେଙ୍କୁ କେନ୍ଦୁଝର ଅତିରିକ୍ତ  ଉପଜିଲ୍ଲାପାଳ, କିଶୋର କୁମାର  ପଣ୍ଡାଙ୍କୁ ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ, ଗୌରବମୟ ପ୍ରଧାନଙ୍କୁ ବ୍ରହ୍ମପୁର ଅତିରିକ୍ତ ଉପଜିଳ୍ଲାପାଳ ଏବଂ  ନୀତିଶ ତ୍ରିପାଠୀଙ୍କୁ ଭୁବନେଶ୍ୱରର  ଅତିରିକ୍ତ ଉପଜିଲ୍ଲାପାଳ, ପ୍ରକାଶ  କୁମାର ଦାସଙ୍କୁ ପଞ୍ଚପୀଢ଼ ଅତିରିକ୍ତ  ଉପଜିଲ୍ଲାପାଳ ଏବଂ ବିଶ୍ୱରଞ୍ଜନ କରଙ୍କୁ  ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ  ଭାବେ ବଦଳି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.