ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି: ଆସିବ ୬୧୩୪ କୋଟିର ନିବେଶ, ପାରାଦୀପରେ ହେବ ରେଳ ବଗି କାରଖାନା

ଭୁବନେଶ୍ୱର,୨୪/୦୨: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷ (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ)ର ୧୨୮ତମ ବୈଠକରେ ୨୭ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ରାଜ୍ୟକୁ ଆସିବ ୬୧୩୪.୫୨ କୋଟି ଟଙ୍କାର ନୂଆ ନିବେଶ । ଏହି ପ୍ରସ୍ତାବର କାର୍ଯ୍ୟାନ୍ୱୟନ ଦ୍ୱାରା ରାଜ୍ୟରେ ୪୨,୨୭୫ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଢ଼େର ସମ୍ଭାବନା ରହିଛି ।

ପ୍ରକଳ୍ପଗୁଡିକ ରାଜ୍ୟର ୧୦ ଜିଲାରେ ସ୍ଥାପନ ହେବାକୁ ଯାଉଛି । ଇସ୍ପାତ ଆନୁଷଙ୍ଗିକ, ସବୁଜ ଶକ୍ତି, ଧାତବ ଆନୁଷଙ୍ଗିକ, ବିନିର୍ମାଣ, ମହାକାଶ ଓ ପ୍ରତିରକ୍ଷା, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଆନୁଷଙ୍ଗିକ କ୍ଷେତ୍ର, ପ୍ଲାଷ୍ଟିକ, ପୋଷାକ ଓ ବୟନ, ଇସ୍ପାତ ଫେରୋ ଆଲୟ, ଇଏସ୍‌ଡିଏମ୍‌ ଏବଂ ଆଇଟି ଭିତ୍ତିଭୂମି ଭଳି କ୍ଷେତ୍ରରେ ଏହା ଆସିବ । 

ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି) କନ୍ଧମାଳରେ ୬୩ ମେଗାୱାଟ ବିଶିଷ୍ଟ ଜଳ ବିଦ୍ୟୁତ କେନ୍ଦ୍ର ୭୮୭.୪୮ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରିବ । ଏହା ମାଧ୍ୟମରେ ୨୧୦ ନିଯୁକ୍ତି ସୃଷ୍ଟି ହେବ । ଭିତ୍ତିଭୂମି କ୍ଷେତ୍ରରେ କୋଲି କମର୍ସିଆଲ ଏଲ୍‌ଏଲ୍‌ପି ଅନୁଗୁଳରେ ଘରୋଇ ଫ୍ରେଟ ଟର୍ମିନାଲ ୮୨.୦୨ କୋଟିରେ ସ୍ଥାପନ କରିବ । ଏଥିରେ ୨୫୫ ନିଯୁକ୍ତି ସୃଷ୍ଟି ହେବ ।

ପାରାଦୀପରେ ସ୍ଥାପନ ହେବାକୁ ଯାଉଛି ରେଳବଗି ଏବଂ କପଲର ବିନିର୍ମାଣ ୟୁନିଟ । ଟେକ୍ସମାକୋ ରେଲ୍‌ ଆଣ୍ଡ୍‌ ଇଞ୍ଜିନିୟରିଂ ଲିମିଟେଡ ୩୫ ହଜାର ମେଟ୍ରିକ ଟନ୍‌ର ଏକ ୟୁନିଟ ଲାଗି ୪୩୮.୯୨ କୋଟି ଟଙ୍କା ନିବେଶ କରିବ । ଏଥିରେ ୨ ହଜାର ଲୋକ ନିଯୁକ୍ତି ପାଇବେ । ସେହିଭଳି ଖୋର୍ଦ୍ଧାରେ ପ୍ରିମିୟମ ଟ୍ରାନ୍ସମିଶନ ଭେଞ୍ଚର୍ସ ସବୁଜ ଶକ୍ତି ଯନ୍ତ୍ରାଂଶ କାରଖାନା ପାଇଁ ୫୫୫ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି । ଏଥିରେ ୭୦୦ ଲୋକ ନିଯୁକ୍ତି ପାଇବେ । ଧାତବ ଆନୁଷଙ୍ଗିକ କ୍ଷେତ୍ରରେ ଆଲମାମେଟ କଳିଙ୍ଗନଗରେ ୫୦.୬୦ କୋଟି ଓ ଟିମାବ ମାଗ୍ନେସିଅମ ଖୋର୍ଦ୍ଧାରେ ୯୦ କୋଟି ଖଟାଇବ । 

୮୬୪ କୋଟି ଟଙ୍କା ନିବେଶରେ ରାୟଗଡାରେ ପ୍ରତିରକ୍ଷା ଗୋଳାବାରୁଦ ୟୁନିଟ ବସାଇବ ପ୍ରିମିୟର ଏକ୍ସପ୍ଲୋସିଭ । ଏଥିରେ ୩୭୫୦ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ । ପୁରୀରେ ଆଇଟିସି ଲିମିଟେଡ ୱେଲ୍‌କମ ହୋଟେଲ ବ୍ରାଣ୍ଡ ନାମରେ ଏକ ୫ ତାରକା ହୋଟେଲ ସ୍ଥାପନ କରିବ । ଏଥିରେ ୧୪୮.୩୯ କୋଟି ନିବେଶ ଏବଂ ୧୫୪ ନିଯୁକ୍ତି ଆସିବ ।

ଖୋର୍ଦ୍ଧାରେ ଇଣ୍ଡୋନିସିନ ଫୁଡସ ପ୍ରାଇଭେଟ ଲିମିଟେଡ ପିପି କପ୍‌ସ ମାନୁଫାକ୍‌ଚରିଂ ୟୁନିଟ ଲାଗି ୫୧ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି। ଏଥିରେ ୫୧ ଲୋକ ନିଯୁକ୍ତି ପାଇବେ । ୧୭୫ କୋଟି ଟଙ୍କା ବିନିଯୋଗରେ ମ୍ୟାଗ୍‌ପେଟ ପଲିମର ପ୍ରାଇଭେଟ ଲିମିଟେଡ ପିଇଟି ପ୍ରିଫର୍ମ, ବଟଲ, କ୍ୟାପ ରିସାଇକଲ ଫ୍ଲେକ୍ସ ଏବଂ ପେଲେଟ ୟୁନିଟ ସ୍ଥାପନ କରିବ । ଏଥିରେ ୫୪୫ ଲୋକ ନିଯୁକ୍ତି ପାଇବେ ।

ସେହିଭଳି ପୋଷାକ ଏବଂ ବୟନ କ୍ଷେତ୍ରରେ ଖୋର୍ଦ୍ଧା ଓ ପୁରୀରେ ୫୮୯.୭୮ କୋଟି ନିବେଶ  ଦ୍ୱାରା ୨୬,୮୨୩ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ । ଏମ୍‌ଏଏଫ୍‌ କ୍ଲଥିଂ, ଏସ୍‌ଏପିଏଲ୍‌ ଇଣ୍ଡଷ୍ଟ୍ରିଜ, ମିନୁ କ୍ରିଏସନ ଏଲ୍‌ଏଲ୍‌ପି, ପୂଜା ଇଣ୍ଟରନ୍ୟାଶନାଲ, ସୋନୁ ଏକଜିମ ପ୍ରାଇଭେଟ ଲିମିଟେଡ, ବିଏଲ୍‌ ଇଣ୍ଟରନ୍ୟାଶନାଲ, ଫାଇନ ଲାଇନ୍ସ, ସେନବର୍ଗ ଗ୍ଲୋବାଲ ସୋର୍ସିଂ ଭଳି କମ୍ପାନିଗୁଡିକ ମିଳିତ ଭାବେ ଏହି ନିବେଶ କରିବେ ।

ଇସ୍ପାତ ଡାଉନଷ୍ଟ୍ରିମ କ୍ଷେତ୍ରରେ ପ୍ରୁନାମା ଷ୍ଟିଲସ  ସୁନ୍ଦରଗଡରେ ୫୪.୭୦ କୋଟି ନିବେଶ ପ୍ରସ୍ତାବ ରଖିଛି । ଏଥିରେ ୨୫୦ ଲୋକ କାମ ପାଇବେ । ସେହିଭଳି ଏମ୍‌ଏସ୍‌ପି ସ୍ପଞ୍ଜ ଆଇରନ କେନ୍ଦୁଝରରେ ଲୁହାପଥର ଗ୍ରାଇଣ୍ଡିଂ ୟୁନିଟରେ ୧୫୦ କୋଟି ଟଙ୍କା ନିବେଶ କରିବେ । ଶ୍ରୀ ମେଟାଲିକ୍ସ କେନ୍ଦୁଝରରେ ଲୁହାପଥର ଗ୍ରାଇଣ୍ଡିଂ ୟୁନିଟ ଲାଗି ୧୪୭ କୋଟି ନିବେଶ କରିବାକୁ ଯାଉଛି । 

ସୁଜର ପ୍ରଡକ୍ସନ ସୁନ୍ଦରଗଡ ଫେରୋ ଆଲଏ ୟୁନିଟରେ ୯୮ କୋଟି ନିବେଶ କରିବ ।  ଇଏସ୍‌ଡିଏମ୍‌ କ୍ଷେତ୍ରରେ ଜୁପିଟର ଇଣ୍ଟରନ୍ୟାସ୍‌ନାଲ ଲିମିଟେଡ ଖୋର୍ଦ୍ଧାରେ ଫଟୋଭୋଲଟିକ ସୋଲାର ସେଲ୍‌ ୟୁନିଟ ଲାଗି ୨୫୦ କୋଟି ଟଙ୍କା ନିବେଶ କରିବ । ଏଥିରେ ୩୫୦ ଲୋକ ନିଯୁକ୍ତି ପାଇବେ । ଆଇଟି ଭିତ୍ତିଭୂମିରେ ପରଫେକଟସ ଟେକ୍ନୋଲୋଜି ଏବଂ ଉମଙ୍ଗ କୋଲ୍ଡ ଷ୍ଟୋରେଜ ପ୍ରାଇଭେଟ ଲିମିଟେଡ ଚନ୍ଦକା ଇନଫୋସିଟିରେ ୭୦୯.୧୩ କୋଟି ବିନିଯୋଗ କରିବେ । ଏହି ପ୍ରକଳ୍ପରେ ୫୯୦୦ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ଆସିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.