ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆ ଋଣ ଉପରେ RBIର ବଡ଼ ନିଷ୍ପତ୍ତି, ଅଲଗା ଦେବାକୁ ପଡ଼ିବନି ପ୍ରୋସେସିଂ ଫି’

ମୁମ୍ବାଇ, ୦୮/୦୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି । ଗୁରୁବାର ମୁଦ୍ରା ନୀତି କମିଟି ପୂର୍ବ ଭଳି ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି । ଯଦିଓ ଏହାଦ୍ୱାରା ଲୋକଙ୍କ ଇଏମ୍ଆଇ କମି ନାହିଁ ତଥାପି ନୂଆ ଋଣ ନେଲେ ଦେବାକୁ ପଡ଼ୁଥିବା ଡକ୍ୟୁମେଣ୍ଟେସନ୍, ପ୍ରୋସେସିଂ ଫି ଏବଂ ଅନ୍ୟ ଦେୟ ଅଲଗା ଦେବାକୁ ପଡ଼ିବ ନାହିଁ । ଏ ସମସ୍ତ ଦେୟ ସୁଧ ସହ ମିଶିଯିବ ।

ଦୀର୍ଘ ସମୟରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକ ନେଉଥିବା ଋଣ ଓ ତା ସହ ଜଡ଼ିତ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ପ୍ରଚେଷ୍ଟା କରୁଛି । ଋଣ ଆଦାୟ ନିୟମ ତିଆରି ଅଥବା ଋଣ ଉପରେ ଲଗା ଯାଉଥିବା ସୁଧକୁ ରେପୋ ରେଟ୍ ସହ ଲିଙ୍କ୍ କରିବା । ଏବେ ଆରବିଆଇ ଋଣ ପ୍ରୋସେସିଂ ଫି ଓ ଡକ୍ୟୁମେଣ୍ଟେସନ୍ ଚାର୍ଜେସକୁ ନେଇ ନିଷ୍ପତ୍ତି ନେଇଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ମୁଦ୍ରା ନୀତି ଆଗତ କରି କହିଛନ୍ତି, ଏବେ ଗ୍ରାହକ ଋଣ ନେବା ବେଳେ ସୁଧ ସହ ଋଣ ନେବା ଆରମ୍ଭରେ ଡକ୍ୟୁମେଣ୍ଟ, ପ୍ରୋସେସିଂ ଓ ଅନ୍ୟ ଶୁଳ୍କ ଦେବାକୁ ପଡ଼ିଥାଏ । ଏଭଳି ଭାବେ ଗ୍ରାହକଙ୍କୁ ଋଣ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ତେଣୁ ଏବେ ବ୍ୟାଙ୍କଗୁଡ଼ିକୁ କୁହା ଯାଇଛି, ଋଣ ଉପରେ ଲଗା ଯାଉଥିବା ଅନ୍ୟ ଶୁଳ୍କକୁ ସୁଧ ହାର ସହ ଯୋଡ଼ି ଦିଆଯାଉ । ଏହାଦ୍ୱାରା ଗ୍ରାହକ ମଧ୍ୟ ଜାଣି ପାରିବେ ପ୍ରକୃତରେ କେତେ ସୁଧ ଦେବାକୁ ପଡ଼ୁଛି ।

ଆରବିଆଇ ଆହୁରି କହିଛି, ଋଣ ସହ ଦିଆ ଯାଉଥିବା କି ଫ୍ୟାକ୍ଟ୍ସ ଷ୍ଟେଟମେଣ୍ଟ୍ସ (KFS)ରେ ଗ୍ରାହକଙ୍କୁ ସମସ୍ତ ତଥ୍ୟ ଦିଆ ଯାଇଥାଏ । ଏଥିରେ ପ୍ରୋସେସିଂ ଫିରୁ ନେଇ ଡକ୍ୟୁମେଣ୍ଟ ଚାର୍ଜେସ୍ ଆଦି ସାମିଲ୍ ରହିଛି । ଏବେ ଆରବିଆଇ ସମସ୍ତ ପ୍ରକାର ଋଣରେ ଏହାକୁ ଅନିବାର୍ଯ୍ୟ କରି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.