ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଣିଷ ମସ୍ତିଷ୍କରେ ବ୍ରେନ୍‌ ଚିପ୍‌ ପ୍ରତିରୋପଣ କଲା ‘ନ୍ୟୁରାଲିଙ୍କ’, ମସ୍କ କହିଲେ ସଫଳ ହୋଇଛି ପରୀକ୍ଷଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ବିଟର’ ଲାଗି ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ନିଜର ଆଉ ଏକ କମ୍ପାନି ‘ନ୍ୟୁରାଲିଙ୍କ’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି କମ୍ପାନି ପ୍ରଥମ ଥର ମଣିଷ ମସ୍ତିସ୍କରେ ମେମୋରି ଚିପ୍‌ ଲଗାଇ ରେକର୍ଡ କରିଛି । ମାନବ ମସ୍ତିଷ୍କରେ ଚିପ୍ ଲଗାଇବାର ପ୍ରଥମ ପରୀକ୍ଷା ସଫଳ ହୋଇଛି ବୋଲି ଏଲନ୍ ମସ୍କ ଘୋଷଣା କରିଛନ୍ତି। ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏହି ସଫଳତା ହାସଲ କରିଛି। ମସ୍କ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ନିକଟରେ ଚିପ୍ ଲଗାଯାଇଛି ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତ୍ତି ଆସୁଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମସ୍କ ଏହି ସୂଚନା ଦେଇଛନ୍ତି। 

ମାନବ ମସ୍ତିଷ୍କରେ ଏକ ଚିପ୍ ଲଗାଇବା ପାଇଁ ଗତ ବର୍ଷ ମେ' ମାସରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଦ୍ୱାରା ନ୍ୟୁରାଲିଙ୍କକୁ ଅନୁମୋଦନ ଦିଆଯାଇଥିଲା। ଏଲନ୍ ମସ୍କ କହିଛନ୍ତି ଯେ, ପ୍ରାରମ୍ଭିକ ଫଳାଫଳଗୁଡିକ ବହୁତ ଉତ୍ସାହଜନକ ରହିଛି । ନ୍ୟୁରାଲିଙ୍କ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଇଣ୍ଡିପେଣ୍ଟେଣ୍ଟ ଇନଷ୍ଟିଚ୍ୟୁସନାଲ ରିଭ୍ୟୁ ବୋର୍ଡରୁ ଅନୁମୋଦନ ଗ୍ରହଣ କରାଯାଇଛି । ମେଡିକାଲ୍ ଡିଭାଇସ୍ ପ୍ରାଇମ (Precise Robotically Implanted Brain Computer Interface) ର ପରୀକ୍ଷା ସଫଳ ହୋଇଛି, ଯେଉଁଥିରେ ଏକ ଓୟାରଲେସ୍ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସର ପରୀକ୍ଷଣ କରାଯାଇଛି।  ମାନବ ମସ୍ତିଷ୍କରେ ଚିପ ଲଗାଇ ଏହାର ସୁରକ୍ଷା ଓ ନିରାପତ୍ତାକୁ ଆକଳନ କରିବା ଏହାର ଉଦ୍ଦେଶ୍ୟ ।




ନ୍ୟୁରାଲିଙ୍କ ଏକ ଷ୍ଟାର୍ଟଅପ୍ ହୋଇଥିବା ବେଳେ ଏହାକୁ  ୨୦୧୬ ରେ ବିଶିଷ୍ଠ ବିଲେନାୟର ଏଲନ୍ ମସ୍କ କେତେକ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ସହିତ ମିଶି ଏହାର ଆରମ୍ଭ କରିଥିଲେ। ବ୍ରେନ୍ ଚିପ୍ ଇଣ୍ଟରଫେସ୍ ତିଆରି କରିବା କ୍ଷେତ୍ରରେ ନ୍ୟୁରାଲିଙ୍କ କାର୍ଯ୍ୟ କରୁଛି ।  ଏହି ଚିପ୍‌ ମାନବ ମସ୍ତିଷ୍କରେ ପ୍ରତିରୋପିତ ହୋଇପାରେ। ଏହି ଚିପ୍ ସାହାଯ୍ୟରେ, ଅକ୍ଷମ ବ୍ୟକ୍ତି ଯେଉଁମାନେ ଚାଲିବାରେ, କଥାବାର୍ତ୍ତା କରିବାରେ କିମ୍ବା ଦେଖିବାରେ ସମସ୍ୟା ଭୋଗୁଛନ୍ତି, ସେମାନେ ପୁଣିଥରେ ସ୍ବାଭାବିକ ଜୀବନଯାପନ କରିବାରେ ସମର୍ଥ ହୋଇପାରିବେ ବୋଲି କୁହାଯାଉଛି ।

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.