ଭୁବନେଶ୍ୱର,୨୧/୧୧: ସାହିତ୍ୟ ମହାକୁମ୍ଭରେ ହେବ କଳା, ସଂସ୍କୃତି ଓ ସାହିତ୍ୟର ମହାମିଳନ । ଦେଶର ବିଭିନ୍ନ ପ୍ରାନ୍ତରୁ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷ ଯୋଗଦେବେ ଆଉ ମତ ରଖିବେ । ସାହିତ୍ୟରେ ସର୍ବଭାରତୀୟ ଚର୍ଚ୍ଚା, ଆଲୋଚନା ହେବ । ଏହିଭଳି ଏକ ଅବସର ଆଣିଛି ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୩ । ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରାଚୀନ (ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ୍ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଣ୍ଟ କଲ୍ଚର୍ ଆଣ୍ଡ୍ ହେରିଟେଜ୍ ଅଫ୍ ଇଣ୍ଡିଆ) ଦ୍ୱାରା ଆୟୋଜିତ ହେଉଛି ଏହି ବିଶାଳ ସାହିତ୍ୟ ମହାକୁମ୍ଭ ।
୩ ଦିନର ଏହି ଉତ୍ସବରେ ଭାରତବର୍ଷର କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରର ସବୁ ବଡ଼ ବଡ଼, ଖ୍ୟାତନାମା ପ୍ରତିଭାମାନେ ଯୋଗଦେବେ । ଓଡ଼ିଶାର ସମସ୍ତ ପ୍ରତିଥଯଶା ସାହିତ୍ୟକ, କଥାକାର, ପ୍ରକାଶକ, ବାଗ୍ମୀ, କଳାକାର, ଶିଳ୍ପୀ ମଧ୍ୟ ଉପସ୍ଥିତ ରହିବେ । ଓଡ଼ିଶା ସାହିତ୍ୟ ଇତିହାସରେ ଏହା ସାହିତ୍ୟର ଏକ ବୃହତ୍ତର ଉତ୍ସବ ହେବାକୁ ଯାଉଛି । ଏହି ଅବସରରେ ଓଡ଼ିଶା ଏବଂ ଓଡ଼ିଆ ଭାଷା ବିଷୟରେ ତ ଆଲୋଚନା ହେବ କିନ୍ତୁ ସର୍ବଭାରତୀୟସ୍ତରର କଥାର ଚର୍ଚ୍ଚା ବି ରହିବ । ଉତ୍ସବରେ ୬୦ ଆଲୋଚନାଚକ୍ରରେ ୨୫୦ରୁ ଊଦ୍ଧ୍ୱର୍ ବକ୍ତା ଯୋଗଦେବେ । ସର୍ବଭାରତୀୟସ୍ତରର ଆଲୋଚନାରେ ୫୨ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ।
୨୪ ତାରିଖ ଅପରାହ୍ଣ ୨ଟାରୁ ଏହି ଆଲୋଚନା ଆରମ୍ଭ ହେବ । ପ୍ରଥମେ ମିଡିଆ ଆଣ୍ଡ୍ ଲିଟରେଚର: ମିଡିଆ, ନ୍ୟୁ ମିଡିଆ ଆଣ୍ଡ୍ ଲିଟରେଚର ବିଷୟରେ ଆଲୋଚନା ହେବ । ପରେ ଫେସ୍ ଟୁ ଫେସ୍ରେ ଆଶିଷ ନନ୍ଦୀଙ୍କ ସହ ଯତୀନ୍ଦ୍ର କୁମାର ନାୟକଙ୍କ ଆଳାପ କାର୍ଯ୍ୟକ୍ରମ ରହିଛି । ଏଥିସହ ଡାଏନୋସର୍ ଇନ୍ ମାଇଁ ଗାର୍ଡନ୍: ଲିଟରେଚର ଆଣ୍ଡ୍ ଏଆଇ, ଫେସ୍ ଟୁ ଫେସ୍ରେ ଅନନ୍ତ ମହାପାତ୍ରଙ୍କ ସହ କେଦାର ମିଶ୍ରଙ୍କ ଆଳାପ, ବହୁଭାଷୀ କବିତା ପାଠୋତ୍ସବ, ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି, ଏଲ୍ଜିବିଟିକ୍ୟୁ ଅଧିବେଶନରେ- ଏ ଷ୍ଟୋରୀ ସେଲଡମ୍ ଟୋଲ୍ଡ- ଦ ଲଙ୍ଗ୍ ଜର୍ଣ୍ଣି ଅଫ୍ ଷ୍ଟ୍ରଗଲ୍, ହ୍ୱାଟ୍ ଫ୍ରିଡମ୍ ମିନ୍ସ ଟୁ ମି?, ‘ଟେଲ୍ ଅଲ୍ ଦ ଟ୍ରୁଥ୍ ବଟ୍ ଟେଲ୍ ଇଟ୍ ସ୍ଲାଣ୍ଟ୍’: ଥିମ୍ସ ଆଣ୍ଡ୍ ପ୍ରେଜେଣ୍ଟେସନ୍ ଷ୍ଟାଇଲ୍ସ ଇନ୍ କଣ୍ଟେମ୍ପୋରାରୀ ପୋଏଟ୍ରି- ଆନ୍ ଓଭରଭ୍ୟୁ, ଇଣ୍ଡିଆନ୍ କଲ୍ଚର ଅନ୍ ଦ କ୍ରସ୍ରୋଡ୍ସ ଏବଂ ଫେସ୍ ଟୁ ଫେସ୍ରେ: ମହୁଆ ସେନ୍ଙ୍କ ସହ ପ୍ରୀତି ସେନୟଙ୍କ ତାଙ୍କ ପୁସ୍ତକ ‘ଅଲ୍ ଦ ଲଭ୍ ୟୁ ଡିଜର୍ଭ’ ନେଇ ଆଳାପ ଆଲୋଚନାରେ ପ୍ରଥମ ଦିନର ଅଧିବେଶନ ସମାପ୍ତ ହେବ ।
ଦ୍ୱିତୀୟ ଦିବସ ୨୫ରେ ଦିନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ । ୱିମେନ୍ ରାଇଟିଂ: ଥ୍ରି ଜେନେରେସନ୍ସ ଅଫ୍ ୱିମେନ୍ସ ରାଇଟିଂ ଇନ୍ ଇଣ୍ଡିଆ: ଆନ୍ ଇଣ୍ଟରଫେସ୍, ହିରୋଇଜିମ୍ ଏଗେନ୍ଷ୍ଟ ହେଜିମନୀ: ରିଡିଂ ବାଏ ସୁବୋଧ ସରକାର ସହ ବହୁଭାଷୀ କବିତା ପାଠୋତ୍ସବ, ପବ୍ଲିସିଂ ଟ୍ରେଣ୍ଡସ୍ ଇନ୍ ଇଣ୍ଡିଆ: ଦ ଫ୍ୟୁଚର୍ ଅଫ୍ ଟ୍ରାଡିସନାଲ୍ ପବ୍ଲିସିଂ, ଦଳିତ ଲିଟରେଚର: ହ୍ୱେନ୍ ଦ ପାରାଲାଇଜ୍ଡ ଟଙ୍ଗ୍ ଷ୍ଟାର୍ଟସ୍ ସ୍ପିକିଂ, ଟ୍ରାଇବାଲ୍ ଲାଙ୍ଗୁଏଜ୍ ଆଣ୍ଡ୍ ଲିଟରେଚର: ପ୍ରିଜରଭେସନ୍ ଆଣ୍ଡ୍ ରେସକ୍ୟୁରେସନ୍, ଥିଏଟର ଆଣ୍ଡ୍ ଲିଟରେଚର: ହାଓ ରେଲିଭାଣ୍ଟ ଇଜ୍ ଥିଏଟର ଟୁଡେ? ବିଷୟରେ ଚର୍ଚ୍ଚା ହେବ । ଏହି ଅବସରରେ ଅତୁଲ ତିୱାରୀ ଓ ରମାକାନ୍ତ ମିଶ୍ରଙ୍କ ସହ ଆଳାପ କରିବେ ସୋଫିଆ ଆଲାମ୍। ପରେ ସିନେମା ଆଣ୍ଡ୍ ଲିଟରେଚର: ରିଭିଜିଟିଂ ଲିଟରେଚର ଥ୍ରୁ ସିନେମା, ଅଟୋବାୟୋଗ୍ରାଫି ରାଇଟିଂ: କନ୍ଫେସନ୍ସ ଅଫ୍ ଏ ବାୟୋଗ୍ରାଫର, ଦ ଆର୍ଟ ଅଫ୍ ନୋଭେଲ୍ ରାଇଟିଂ, ଭକ୍ତି ଲିଟରେଚର ଅଫ୍ ଇଣ୍ଡିିଆ, ହାଓ ଟୁ ରାଇଜ୍ ଏ ରିଡର୍? ଆର୍ଟ ଅଫ୍ ଟ୍ରାନ୍ସଲେସନ୍: ଚାଲେଞ୍ଜସ୍ ଇନ୍ କଲ୍ଚୁରାଲ କଣ୍ଟେକ୍ସଟ, ପ୍ରିଣ୍ଟେଡ ଟେକ୍ସଟ୍ ଇନ୍ ଡିଜିଟାଲ୍ ଏରା: ରିସେପ୍ସନ୍ ଆଣ୍ଡ୍ ଡିସିମିନେସନ୍, ଲିଟରେଚର ରିଫ୍ଲେକ୍ଟେଡ ଇନ୍ ପର୍ଫର୍ମିଙ୍ଗ୍ ଆର୍ଟସ୍ ସହ ବହୁଭାଷୀ ଗଳ୍ପ ପଠନ ଅନୁଷ୍ଠିତ ହୋଇ ଦ୍ୱିତୀୟ ଦିନର ଅଧିବେଶନ ଶେଷ ହେବ ।
ସେହିପରି ତୃତୀୟ ତଥା ଶେଷ ଦିନ ୨୬ରେ ଦିନ ୧୦ଟାରୁ ଅଧିବେଶନ ଆଲୋଚନା ଆରମ୍ଭ ହେବ । ଏହି ଅବସରରେ ଡ୍ରିମ୍ସ ଅଫ୍ ୟଙ୍ଗ୍ ଇଣ୍ଡିଆ, ପୋଏଟ୍ରି ଇନ୍ ଦ ଣ୍ଟେ୍ୱଣ୍ଟିଫାଷ୍ଟ ସେଞ୍ଚୁରୀ: ପ୍ରସ୍ପେକ୍ଟିଭ୍ସ ଇନ୍ କ୍ରିଏଟିଭିଟି, ବିଶିଷ୍ଟ ଲେଖକ ଦାମୋଦର ମାଜୋଙ୍କ ସହ ଆଳାପ କରିବେ ବିଶିଷ୍ଟ ଅନୁବାଦକ ସୁବାସ ଶତପଥୀ । ପରେ ଦ ସୋଲ୍ ଅଫ୍ ଶର୍ଟ ଷ୍ଟୋରୀ ଏବଂ ଫେସ୍ ଟୁ ଫେସ୍ରେ କଥକ ନୃତ୍ୟଶିଳ୍ପୀ ଶୋଭନା ନାରାୟଣଙ୍କ ସହ ଆଳାପ କରିବେ ଓଡ଼ିଶୀ ନୃତ୍ୟାଙ୍ଗନା ଇଲିଆନା ଚିତାରିସ୍ତ । ପରେ ବହୁଭାଷୀ କବିତା ପାଠୋତ୍ସବ, ବିସ୍ଥାପନ, ଫେସ୍ ଟୁ ଫେସ୍ରେ ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ସହ ଲେଖିକା ବିୟତ ପ୍ରଜ୍ଞା ତ୍ରିପାଠୀଙ୍କ ଆଳାପ, ଡିପ୍ଲୋମାସି ଆଣ୍ଡ୍ ଲିଟରେଚର: ମ୍ୟାପିଂ ଜିଓଗ୍ରାଫି, କଲ୍ଚର, ଡିପ୍ଲୋମାସି ଆଣ୍ଡ୍ ପିପୁଲ୍ ଥ୍ରୁ ଲିଟରେଚର, ବହୁଭାଷୀ କବିତା ପାଠୋତ୍ସବ, ଶେଷରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଓଡ଼ିଆ ଲେଖକ ଗ୍ରହଣ (୨୦୧୧-୨୦୨୨): ଗୁରୁତ୍ୱ ଏବଂ ଦାୟିତ୍ୱ ଉପରେ ବିଶେଷ ଆଲୋଚନ ସହ କାର୍ଯ୍ୟକ୍ରମ ଉଦ୍ଯାପିତ ହେବ ।