ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ରାଜ୍ୟରେ ସ୍କ୍ରବ ଟାଇଫସ୍ ଆତଙ୍କ, ୧୨ ଦିନରେ ୫ ଜଣଙ୍କ ମୃତ୍ୟୁ

ବରଗଡ଼, ୧୫/୦୯ : ରାଜ୍ୟରେ ସ୍କ୍ରବ ଟାଇଫସ୍ ଆତଙ୍କ। ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ୍ କୀଟ କାମୁଡ଼ାରେ ୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣଙ୍କ ରକ୍ତନମୁନାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ପୁଣି ୧୪ ରକ୍ତ ନମୁନା ପରୀକ୍ଷାରୁ ଆହୁରି ୫ ଜଣଙ୍କୁ ଚିହ୍ନଟ କରାଯାଇଛି।

ସୂଚନାନୁଯାୟୀ, ସମସ୍ତ ରୋଗୀ ହେଉଛନ୍ତି ପଦ୍ମପୁର ଅଞ୍ଚଳର ଖଲା ବାହାଲ, ଚାରପାଲି, ବୁକୁରା ମୁଣ୍ଡା, ବୁଗୁଡ଼ା ଓ କୁମୁନି ବାହାଲର। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଛି। ସମସ୍ତେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପ୍ରକାଶ ଥାଉକି, ଚିଗର୍ସ ନାମକ କୀଟ କାମୁଡିଲେ ସ୍କ୍ରବ ଟାଇଫସ୍ ହୋଇଥାଏ। ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ । ଓଡ଼ିଶା ସମେତ ସାରା ଦେଶର ଏହି ଜ୍ୱର ବ୍ୟାପୁଛି । ସାଧାରଣତଃ ଗାଁ ଗଣ୍ଡାରେ ଏହି ଜ୍ୱର ଅଧିକ ବ୍ୟାପୁଥିବା ଦେଖିବାକୁ ମିଳୁଛି । ବରଗଡ, ନବରଙ୍ଗପୁର ଓ ସୁନ୍ଦରଗଡରେ ମଧ୍ୟ ଏହି ରୋଗ ବ୍ୟାପୁଛି । କେନ୍ଦୁଝରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଭିମସାରରେ ବର୍ତମାନ ସୁଦ୍ଧା ୩୦ ରୋଗୀ ଚିକିତ୍ସା ପାଇଁ ଆସିଥିବା ଜଣାପଡିଛି । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.