ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଆଜି ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ର ଶୁଭାରମ୍ଭ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଚନ୍ଦ୍ରଶେଖରପୁର,୧୧/୦୯: ସୋମବାର ଷ୍ଟାର୍ଟଅପ୍‌ ଓଡିଶା ପକ୍ଷରୁ ନୂତନ ସଂସ୍କରଣ ଓଡିଶା  ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ଶୁଭାରମ୍ଭ  ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିବେ। ଓଡିଆ ଯୁବ ପ୍ରତିଭାମାନଙ୍କୁ  ତୃଣମୂଳ ସ୍ତରରେ ଉଦ୍ଭାବନ, ଔଦ୍ୟୋଗିକତା  କ୍ଷେତ୍ରରେ ମାର୍ଗଦର୍ଶନ ଓ ସଶକ୍ତ କରିବା ପାଇଁ  ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ  ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ। 

ଏହି ଅଭିଯାନ ମାଧ୍ୟମରେ ଷ୍ଟାର୍ଟଅପ୍‌ ଓଡିଶା, ରାଜ୍ୟର ୩୦ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକ  ସହ ଜଡିତ ହେବ  । ୨୦୦ରୁ ଅଧିକ କଲେଜ  ଓ ୬୦ରୁ ଅଧିକ ବିଦ୍ୟାଳୟକୁ ସାମିଲ କରି  ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ  କରିବ । ଏହି ଅଭିଯାନର ଅଂଶ ଭାବେ  ଷ୍ଟାର୍ଟଅପ୍‌ ଓଡିଶା କଲେଜ୍‌ଗୁଡିକରେ ୨୦୦ରୁ  ଅଧିକ ଭ୍ୟାନ୍‌ କ୍ୟାମ୍ପ ଏବଂ ବିଭିନ୍ନ ସ୍କୁଲ୍‌ରେ  ୬୦ଟି ଭ୍ୟାନ୍‌ କ୍ୟାମ୍ପ୍‌ ସମେତ ୧୨୦ରୁ ଅଧିକ  ବୁଟ୍‌ କ୍ୟାମ୍ପର ପରିଚାଳନା କରିବ । ଯାହା  ୩୫୦୦ରୁ ଅଧିକ ବିଚାରଧାରା ସୃଷ୍ଟି କରିବ ।  

ଷ୍ଟାର୍ଟଅପ୍‌ ଯାତ୍ରା ଏହି ପ୍ରୟାସକୁ ନୂଆ  ଉଚ୍ଚତାକୁ ନେବାକୁ ଲକ୍ଷ୍ୟ ରଖିଛି  । ଯେଉଁଠାରେ  ସର୍ବନିମ୍ନ ୫୦ଟି ମନୋନିତ ବିଚାରଧାରାକୁ  ଏକ ୩ ଦିନିଆ ଆକ୍ସିଲରେଶନ ପ୍ରୋଗ୍ରାମ  ପାଇଁ ଆମନ୍ତ୍ରିତ କରାଯିବ । ଏହାପରେ ଶୀର୍ଷ  ୨୫ଟି ବିଚାରଧାରାକୁ ଡେମୋ ଡେ' ପାଇଁ  ଓ-ହବ୍‌କୁ ଆମନ୍ତ୍ରିତ କରାଯିବ । ଯାହାମଧ୍ୟରୁ  ୧୦ଟିକୁ ନିଜର ବିଚାରକୁ ମୂଲ୍ୟବାନ ଷ୍ଟାର୍ଟଅପ୍‌  ଭେଞ୍ଚର୍‌ରେ ବିକଶିତ କରିବା ପାଇଁ ୩ ଲକ୍ଷ  ଟଙ୍କା ଲେଖାଏଁ ପାଣ୍ଠି ସହିତ ପୁରସ୍କୃତ କରାଯିବ ।  ଏକ ଉତ୍ସର୍ଗୀକୃତ ମୋବାଇଲ ଆପ୍ଲିକେଶନକୁ  ଯୁବ ଉଦ୍ଭାବକଙ୍କଠାରୁ ଅଭିନବ ବିଚାରଗୁଡିକୁ  ସଂଗ୍ରହ କରିବା ଲାଗି ବିକଶିତ କରାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.