ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିକ୍ଷାର୍ଥୀ ପାଇଁ ଏକକ ପରିଚୟ ପତ୍ର ‘ଅପାର’, ମଙ୍ଗଳବାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୨/୦୨: ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଏକକ ଆଇଡି କାର୍ଡ ବା ପରିଚୟ ପତ୍ର । ଦେଶରେ ଥିବା ସମସ୍ତ  ସରକାରୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଆଇଡେଣ୍ଟିଫିକେସନ୍‌ ନମ୍ବର ମିଳିବ । ଆସନ୍ତା ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଅଟୋମେଟେଡ୍‌ ପର୍ମାନେଣ୍ଟ ଏକାଡେମିକ୍‌ ଆକାଉଣ୍ଟ ରେଜିଷ୍ଟ୍ରି  (ଆପାର)ର ଶୁଭାରମ୍ଭ କରିବେ ।  ଏନେଇ ନୂଆଦିଲ୍ଲୀର ଦି ଅଶୋକ ଚାଣକ୍ୟପୁରୀରେ ଏକ  ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି । 

ଦେଶର ଲୋକଙ୍କ ପାଇଁ ଯେପରି  ସ୍ୱତନ୍ତ୍ର ପରିଚୟପତ୍ର ତଥା ଆଧାର କାର୍ଡ ରହିଛି, ସେହିପରି  ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକକ ଆଇଡି କାର୍ଡ ତିଆରି ହେବ । ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଏହି ବ୍ୟବସ୍ଥା  କରାଯିବ । ଗୋଟିଏ ଦେଶ ଗୋଟିଏ ପରିଚୟ ପତ୍ର କରିବା ପାଇଁ  ଯୋଜନା ପ୍ରସ୍ତୁତ ହେଉଛି । ଏହାର ନାଁ ଅଟୋମେଟେଡ୍‌ ପର୍ମାନେଣ୍ଟ  ଏକାଡେମିକ୍‌ ଆକାଉଣ୍ଟ ରେଜିଷ୍ଟ୍ରି (ଅପାର) ରହିବ । ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ  ରହିବ । ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସଫଳତା  ବାବଦରେ ବିସ୍ତୃତ ତଥ୍ୟ ଜଣାପଡ଼ିବ । ଏଜୁକେସନ୍‌ ଇକୋସିଷ୍ଟମ୍‌  ରେଜିଷ୍ଟ୍ରି ଭାବେ ଅପାର ଛାତ୍ରଛାତ୍ରୀଙ୍କ ଆଇଡି ନମ୍ବର ହେବ । ଏହି  ଆଇଡି କାର୍ଡ ଡିଜି ଲକରରେ ଅପଲୋଡ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.