ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ, ପିଆଜ ବସ୍ତା ବୋହିନେଲେ ଲୋକ

ବାଙ୍ଗିରିପୋଷି, ୨୮/୦୧: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଦୁର୍ଘଟଣା ଘଟିଛି । ଏକ ପିଆଜ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, କୋଲକାତା ଯାଉଥିବା ପିଆଜ ବୋଝେଇ ଟ୍ରକଟି (ଡବ୍ଲୁବି ୨୫ଜେ ୪୭୨୦) ଘାଟି ତଳକୁ ଗଡ଼ୁ ଥିବା ବେଳେ ଭାରସାମ୍ୟ ହରାଇ ପାହାଡ଼ରେ ଧକ୍କା ହୋଇଥିଲା । ବ୍ରେକ ଫେଲ୍ ହୋଇଥିବା ଟ୍ରକରୁ ଜୀବନ ବଞ୍ଚାଇବାକୁ ଚାଳକ ଡେଇଁ ପଡ଼ିଥିଲେ । ତେବେ ଟ୍ରକରେ ଚାପି ହୋଇଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।

ତାଙ୍କୁ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇ ଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଆହତଙ୍କୁ ବାଙ୍ଗିରିପୋଷି ପୁଲିସ ଭ୍ୟାନରେ ଆଣି ପ୍ରାଥମିକ ଚିକିତ୍ସା କରାଇଛି । ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା ।

ମୃତ ଚାଳକ ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳର ସଲିମ ଉଦିମ ଉଲ୍ଲା । ତେବେ ଦୁର୍ଘଟଣା ଘଟିବାର ଅଳ୍ପ ସମୟ ପରେ ଲୋକେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ପିଆଜ ବୋହି ନେଉଥିବାର ଦେଖିବାକୁ ମିଳିଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଅନ୍ୟତ୍ର ସ୍ଥାନାନ୍ତର କରି ଗାଡ଼ି ଚଳାଚଳ ପାଇଁ ବାଙ୍ଗିରିପୋଷି ପୁଲିସ ଉଦ୍ୟମ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.