ଇମ୍ଫାଲ୍: ଇମ୍ପାଲ ଏୟାରପୋର୍ଟ ନିକଟରେ ଅଜଣା ଉଡ଼ନ୍ତା ବସ୍ତୁ ଦେଖାଯିବା ପରେ ୩ଟି ଉଡ଼ାଣ ୩ ଘଣ୍ଟା ବାତିଲ ହୋଇଥିଲା । ୩ଟି ବାମନ ଏୟାରପୋର୍ଟରେ ଛିଡ଼ା ହୋଇ ରହିଥିବା ବେଳେ ଆସିବାକୁ ଥିବା ଦୁଇଟି ବିମାନକୁ କୋଲକାତା ଡାଇଭର୍ଟ କରାଯାଇଥିଲା । ୟୁଏଫଓ ନେଇ ସୂଚନା ମିଳିବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ଇମ୍ପାଲ ବିମାନବନ୍ଦରରେ ବିମାନ ଉଡ଼ାଣ ବାତିଲ କରିଦେଇଥିଲା ।
ଏହା ସହ ବିମାନମନ୍ଦରର ନିୟନ୍ତ୍ରଣ ଦାୟିତ୍ବ ଭାରତୀୟ ବାୟୁସେନାକୁ ଦିଆଯାଇଥିଲା । ବାୟୁସେନା ପକ୍ଷରୁ ବିମାନ ଉଡ଼ାଣ ନେଇ ଅନୁମତି ନଆସିବା ଯାଏଁ ଇମ୍ଫାଲ ବିମାନବନ୍ଦରରେ ବିମାନ ଉଡ଼ାଣ ହୋଇପାରିବ ନାହିଁ ବୋଲି କୁହାଯାଇଥିଲା । ଆଜି ଦ୍ବିପ୍ରହର ୨ଟା ସମୟରେ ବିମାନବନ୍ଦର କ୍ଷେତ୍ରରେ ଏକ ଡ୍ରୋନ୍ ଦେଖିବାକୁ ମିଳିଥିଲା ।
ଏହା ପରେ ଦୁଇଟି ଏୟାର ଇଣ୍ଡିଆ ବିମାନ ଏବଂ ଗୋଟିଏ ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ସେହି ସମୟରେ ଆସିବାକୁ ଥିବା ଦୁଇ ବିମାନର ଗତି ପଥ ବଦଳାଯାଇ କୋଲକାତାକୁ ପଠାଇ ଦିଆଯାଇଥିଲା । ସେପଟେ ଡ୍ରୋନ୍ ଦେଖାଯିବା କଥା ଠିକ୍ ବୋଲି କହିବା ସହ ଅନୁମତି ମିଳିବା