ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ତଫା ଦେଲେ ପେଟିଏମ ପେମେଣ୍ଟସ୍‌ ବ୍ୟାଙ୍କର ଅଧ୍ୟକ୍ଷ, ପୁନର୍ଗଠନ ହେବ ବୋର୍ଡ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କାର୍ଯ୍ୟାନୁଷ୍ଠାନ ପରଠାରୁ ପେଟିଏମ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । କମ୍ପାନିକୁ ବହୁ କ୍ଷତିର ସାମ୍ନା କରିବାକୁ ପଡ଼ିଛି । ବିଶେଷ କରି ପେଟିଏମ ପେମେଣ୍ଟସ୍‌ ବ୍ୟାଙ୍କକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଆଉ ଏହାରି ମଧ୍ୟରେ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି । ଏହା ସହ ପେଟିଏମ ପେମେଣ୍ଟସ୍‌ ବ୍ୟାଙ୍କ ପକ୍ଷରୁ ବୋର୍ଡ ପୁନର୍ଗଠନ ନେଇ ମଧ୍ୟ ଘୋଷଣା କରାଯାଇଛି । ସେପଟରେ ଆରବିଆଇ ପକ୍ଷରୁ ପେଟିଏମ ପେମେଣ୍ଟ ବ୍ୟାଙ୍କ ବନ୍ଦ କରିବାକୁ ନେଇ ଘୋଷଣା ପରଠାରୁ କମ୍ପାନିର ଶେୟାର କମିଥିଲା ।  

ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଏବେ ପେଟିଏମ ପେମେଣ୍ଟସ୍ ବ୍ୟାଙ୍କର ବୋର୍ଡରୁ ବିଦା ହୋଇଛନ୍ତି । କମ୍ପାନି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଏନେଇ ସୂଚନା ଦିଆଯାଇଛି । ତେବେ ପେଟିଏମରେ ସବୁଠାରୁ ଅଧିକ ଶେୟାର ଥିବା ବ୍ୟକ୍ତି ହେଉଛନ୍ତି ବିଜୟ ଶେଖର ଶର୍ମା । 

ସେପଟେ ଫେବୃଆରୀ ୨୯ ତାରିଖ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଗି ଶେଷ ତାରିଖ ବୋଲି ଆରବିଆଇ ଘୋଷଣା କରିଥିଲା । ହେଲେ ପରବର୍ତ୍ତୀ ସମୟରେ ନେଣଦେଣ ପାଇଁ ଆରବିଆଇ ଏହି ସମୟସୀମା ମାର୍ଚ୍ଚ ୧୫କୁ ବଢ଼ାଇ ଦେଇଥିଲା । ଏହା ସହ ଆରବିଆଇ ସ୍ପଷ୍ଟ କରିଥିଲା ଯେ, ପେଟିଏମ ପକ୍ଷରୁ ଅନ୍ୟ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରାଯାଇପାରିବ ନାହିଁ ।     

କମ୍ପାନିର ଅଡିଟ୍‌ ରିପୋର୍ଟରେ ତ୍ରୁଟି ପାଇବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ ପେମେଣ୍ଟସ୍ ବ୍ୟାଙ୍କ ଉପରେ ବ୍ୟାନ ଲଗାଇଥିଲା । କମ୍ପାନି ଦ୍ବାରା ଦିଆଯାଉଥିବା ତଥ୍ୟରେ ଅନିୟତମିତା ଦେଖିବାକୁ ମିଳିଥିବା କହିଥିଲା କେନ୍ଦ୍ରୀୟ ବ୍ୟାଙ୍କ । ପେଟିଏମ ପେମେଣ୍ଟସ୍‌ ବ୍ୟାଙ୍କ ଉପରେ ଆରବିଆଇ ବ୍ୟାନ୍ ଲଗାଇବା ପରେ ହରଡ଼ଘଣାରେ ପଡ଼ିଛି କମ୍ପାନି । ଯଦିଓ ଏହି କଟକଣା କେବେ ଯାଏଁ ବଳବତ୍ତର ରହିବ ଆରବିଆଇ ସ୍ପଷ୍ଟ କରିନାହିଁ ତଥାପି ଗୋଟିଏ ମାସ ପରେ ପେଟିଏମ ପେମେଣ୍ଟସ୍‌ ବ୍ୟାଙ୍କ ସେବା ପାଇପାରିବେ ନାହିଁ ୟୁଜର୍ସ ।

 

 

  • payment
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.