ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ବାକି ୩ଟି ମ୍ୟାଚ୍‌ ଖେଳିବେ ନାହିଁ ବିରାଟ କୋହଲି

ନୂଆଦିଲ୍ଲୀ: ଶେଷରେ ଯାହା ଆଶଙ୍କା କରାଯାଉଥିଲା ସେୟା ହିଁ ହେଲା । ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଖେଳ ପ୍ରେମୀ ଯେଉଁ ଅନୁମାନ କରୁଥିଲେ ତାହା ସତ ହୋଇଛି । ବିରାଟ କୋହଲି ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ସିରିଜର ବାକି ୩ଟି ମ୍ୟାଚ୍‌ ବି ଖେଳିବେ ନାହିଁ ବିରାଟ କୋହଲି । ଷ୍ଟାର ବ୍ୟାଟର କୋହଲି ନିଜର ଏହି ନିଷ୍ପତ୍ତି କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଜଣାଇ ଦେଇଛନ୍ତି । 

ଏହା ପୂର୍ବରୁ ପ୍ରଥମ ଏବଂ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଖେଳି ପାରିନଥିଲେ କୋହଲି । ହେଲେ ସେ ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍‌ରେ ଫେରିବେ ବୋଲି ଆଶା କରାଯାଉଥିଲା । ପରେ ଏହି ଦୁଇ ମ୍ୟାଚ୍‌ରୁ କୋହଲି ବାଦ ପଡ଼ିବେ ବୋଲି ଖବର ଆସିଥିଲା । ଏହା ପରେ ଶେଷ ତଥା ପଞ୍ଚମ ଟେଷ୍ଟରେ ସେ ଖେଳିବେ ବୋଲି ଖେଳପ୍ରେମୀ ଅନୁମାନ କରୁଥିଲେ । କିନ୍ତୁ ଏବେ କୋହଲି ସମ୍ପୂର୍ଣ୍ଣ ସିରିଜ୍‌ରେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି ।  ଗତ କିଛି ଦିନ ହେଲା ତୃତୀୟ, ଚତୁର୍ତ ଏବଂ ପଞ୍ଚମ ଟେଷ୍ଟ ମ୍ୟାଚ୍‌ ଲାଗି ଟିମ୍‌ ଇଣ୍ଡିଆ ଘୋଷଣାକୁ ଅପେକ୍ଷା ଥିଲା । ବିରାଟ କୋହଲିଙ୍କ ଉପଲବ୍ଧତା ସଂପର୍କରେ ସ୍ପଷ୍ଟ ହୋଇଯିବା ପର୍ଯ୍ୟନ୍ତ ଏହି ଘୋଷଣା ଅଟକି ରହିଥିଲା । 

ଏବେ ଇଣ୍ଡିଆାନ୍‌ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଶୁକ୍ରବାର (ଫେବୃଆରୀ ୯) କୋହଲି ବିସିସିଆଇକୁ କହିଛନ୍ତି ଯେ, ଆଗାମୀ ୩ଟି ମ୍ୟାଚ୍‌ରେ ସେ ଖେଳିପାରିବେ ନାହିଁ । ଏହା ପରେ ଚୟନ ସମିତି ବୈଠକ ବି ବସିଥିଲା । ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିବା କୋହଲିଙ୍କ ପୂରା କ୍ୟାରିୟରରେ ପ୍ରଥମ ଥର ଏଭଳି ହେବାକୁ ଯାଉଛି । 

ଭାରତରେ ହେଉଥିବା କୌଣସି ଏକ ଟେଷ୍ଟ ସିରିଜ୍‌ରେ କୋହଲି କୌଣସି ମ୍ୟାଚ୍‌ ଖେଳିପାରିବେ ନାହିଁ । ହେଲେ ପୂର୍ବରୁ କେତେକ ଟେଷ୍ଟ ସରିଜ୍‌ର ଅତି ବେଶୀରେ ଗୋଟିଏ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ । ସେପଟେ  ସେପଟେ କୋହଲିଙ୍କ ଅନୁପସ୍ଥିତ ରହିବା ନେଇ ସ୍ପଷ୍ଟ ହେବା ପରେ  ବାକି ୩ଟି ମ୍ୟାଚ୍‌ ପାଇଁ ଟିମ୍ ଘୋଷଣା ହୋଇଛି ।

 

 

  • prameyanews
  • PrameyaOdia
  • prameya
  • virat kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.