ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନକୁ ଝଟକା, ଭାରତରୁ ଖେଳଣା ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ବଢ଼ାଉଛି ୱାଲମାର୍ଟ

ନୂଆଦିଲ୍ଲୀ, ୨୯/୧୧: ଆମେରିକୀୟ କମ୍ପାନୀ ୱାଲମାର୍ଟ ଭାରତରୁ ଅଧିକରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି । ଏଥିସହ ୱାଲମାର୍ଟ ଚୀନ ଉପରୁ ନିର୍ଭରତା ହ୍ରାସ କରୁଛି । ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ ଓ ଖର୍ଚ୍ଚ କାଟି ଲାଗି ୱାଲମାର୍ଟ ଚୀନ ଉପରେ ନିର୍ଭରତା କମାଇ ଭାରତରୁ ଆମଦାନୀ ବଢ଼ାଉଛି ।

ୱାଲମାର୍ଟ ହେଉଛି ଦୁନିଆର ସବୁଠୁ ବଡ଼ ରିଟେଲ୍ କମ୍ପାନୀ । ରିପୋର୍ଟ ଅନୁସାରେ ୨୦୨୩ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ କମ୍ପାନୀ କରିଥିବା ମୋଟ ଆମଦାନୀରୁ ଏକ ଚତୁର୍ଥାଂଶ ଭାରତରୁ ଆମଦାନୀ କରୁଛି । ଯେତେବେଳେ କି ୨୦୧୮ରେ ଭାରତରୁ ୱାଲମାର୍ଟ ୨ ପ୍ରତିଶତ ସାମଗ୍ରୀ ଆମଦାନୀ କରିଥିଲା । ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଚୀନରୁ ଆମଦାନୀ ହ୍ରାସ ପାଇ ୬୦ ପ୍ରତିଶତରେ ପହଞ୍ଚିଛି । ଯାହାକି ୨୦୧୮ରେ ୮୦ ପ୍ରତିଶତ ଥିଲା ।

ମୋତେ ଟନେଲ୍‌ ଭିତରକୁ ଯିବାକୁ ଡର ଲାଗେନାହିଁ; ଏଇଟା ଆମ ନିତିଦିନିଆ କାମ,୧୦-୧୨ ବର୍ଷ ହେଲା ମୁଁ ଏ କାମ କରୁଛି...

ଯଦିଓ ୱାଲମାର୍ଟ ଭାରତରୁ ଆମଦାନୀ ବଢ଼ାଇଛି ତଥାପି ଏବେ ବି କମ୍ପାନୀ ଚୀନରୁ ସବୁଠୁ ଅଧିକ ଆମଦାନୀ କରୁଛି । ଚୀନରୁ ଆମଦାନୀ ଖର୍ଚ୍ଚ ବଢ଼ିବା ସହ ଆମେରିକା ଓ ଚୀନ ମଧ୍ୟରେ ତିକ୍ତ କୂଟନୀତିକ ସମ୍ପର୍କ ପାଇଁ ୱାଲମାର୍ଟ ଭଳି କମ୍ପାନୀ ଭାରତ, ଥାଇଲାଣ୍ଡ ଓ ଭିଏତନାମରୁ ଅଧିକ ସାମଗ୍ରୀ ଆମଦାନୀ କରୁଛନ୍ତି ।

ଏନେଇ ୱାଲମାର୍ଟର ଉପସଭାପତି ଏଣ୍ଡ୍ରିୟୋ ଅଲବ୍ରାଇଟ୍ କହିଛନ୍ତି, ଆମେ ସବୁଠୁ ଭଲ ଦାମରେ ଚାହୁଁଛୁ । ଏହା ଛଡ଼ା ଆମେ କେବଳ ଜଣିଏ ବିତରକ ଅଥବା କ୍ଷେତ୍ର ଉପରେ ସାମଗ୍ରୀ ଆମଦାନୀ ପାଇଁ ନିର୍ଭର କରି ପାରିବୁ ନାହିଁ । ଉତ୍ପାଦନ ଲାଗି ୱାଲମାର୍ଟ ଲାଗି ଭାରତ ଅନ୍ୟ ଏକ ବିକଳ୍ପ ଭାବେ ଉଭା ହୋଇଛି । 

ଅନ୍ୟ ମହିଳାଙ୍କୁ ଅନାଇବାରୁ ପ୍ରେମିକ ଆଖିରେ ଛୁଞ୍ଚି କେଞ୍ଚି ଦେଲା ପ୍ରେମିକା

ସୂଚନାଯୋଗ୍ୟ, ଦେଶର ଅନ୍ୟତମ ଇ-କମର୍ସ କମ୍ପାନୀ ଫ୍ଲିଫକାର୍ଟରେ ୱାଲମାର୍ଟର ୭୭ ପ୍ରତିଶତ ଅଂଶଧନ ରହିଛି । ଏଥିସହ କମ୍ପାନୀ କହିଛି, ଭାରତରୁ ବାର୍ଷିକ ୧୦ ବିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଆମଦାନୀ କରିବ । ଏବେ ଭାରତରୁ ୱାଲମାର୍ଟ ୩ ବିଲିୟନ୍ ଡଲାର ସାମଗ୍ରୀ ଆମଦାନୀ କରୁଛି । ଯେଉଁଥିରେ ମୁଖ୍ୟତଃ ଖେଳନା, ଇଲୋକ୍ଟ୍ରୋନିକ୍ସ ଆଇଟମ୍, ଔଷଧ ସହ ଶୁଖିଲା ଖାଦ୍ୟ ଶସ୍ୟ ଓ ପାସ୍ତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.