ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ଆହୁରି କମିବ ଶୀତ, ଆଜି ୭ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର,୧୨/୦୨: ରବିବାରଠାରୁ ରାତି ତାପମାତ୍ରା  ପୁଣି ବଢ଼ିବ । ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩  ଡିଗ୍ରୀ ଯାଏ ବଢ଼ିଯିବ । ତେବେ ମଙ୍ଗଳବାର ଯାଏ ରାଜ୍ୟର  କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଗତ ଦୁଇ ଦିନ ରାଜ୍ୟର ରାତି ତାପମାତ୍ରା ସାମାନ୍ୟ କମିଥିଲା । ରବିବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସୋମବାର ବି କାଁ ଭାଁ  କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ତେବେ ରାତି ତାପମାତ୍ରା  ପୁଣି ବଢ଼ିଲାଣି । ଆଗକୁ ଆହୁରି ବଢ଼ିବ । 

ରବିବାର କେନ୍ଦୁଝରର ରାତି  ତାପମାତ୍ରା ସବୁଠୁ କମ୍‌ ୧୨.୪ଡିଗ୍ରୀ ଥିଲା । କୋରାପୁଟର ୧୩.୮,  ରାଉରକେଲାରେ ୧୨.୯, ଅନୁଗୁଳରେ ୧୩, ଫୁଲବାଣୀରେ  ୧୩.୫, ଦାରିଙ୍ଗିବାଡ଼ିରେ ୧୪.୫ଡିଗ୍ରୀ ତାପମାତ୍ରା ରେକର୍ଡ  ହୋଇଛି । ସେହିଭଳି ଦିନ ସମୟରେ ମାଲକାନଗିରିର ତାପମାତ୍ରା  ସର୍ବାଧିକ ୩୪.୫ଡିଗ୍ରୀ ଥିଲା । ଅଧିକାଂଶ ସହରର ତାପମାତ୍ରା  ୩୦ଡିଗ୍ରୀ ପାଖାପାଖି ଥିଲା ।

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୬ ତାରିଖ ଯାଏ ରାତି ତାପମାତ୍ରା ସାମାନ୍ୟ କମିବ । କିନ୍ତୁ ୧୬ ପରେ ତାପମାତ୍ରା ବଢ଼ିଯିବ । ଶୀତ ଅନୁଭବ କମିବ । ସୋମବାର କେନ୍ଦୁଝର,  ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ  ଅନୁଗୁଳରେ ହାଲୁକା ବର୍ଷା ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.