ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ର ? ଶିବରାଜ ସିଂହ ନା ଜ୍ୟୋତିରାଦିତ୍ୟ ସିନ୍ଧିଆ..

ଭୋପାଳ,୦୪/୧୨: ମଧ୍ୟପ୍ରଦେଶରେ  ବିପୁଳ ବିଜୟ ହାସଲ କରିଛି ବିଜେପି ।  ଏଥିପାଇଁ ରାଜ୍ୟ ବିଜେପିରେ ଖୁସିର ମାହୋଲ । ନେତାଠାରୁ କର୍ମକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ମିଠା ଖୁଆଇ ଖୁସି ଜାହିର କରିଛନ୍ତି ।  ସେହିଭଳି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମଧ୍ୟପ୍ରଦେଶ  ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ରବିବାର ପରସ୍ପରକୁ ଅଭିନନ୍ଦନ  ଜଣାଇବା ସହ ମିଠା ଖୁଆଇଥିବା  ଦେଖିବାକୁ ମିଳିଛି । 

ଏଭଳି  ଘଟଣାକ୍ରମେ ଏଥର ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ,  ତାହାକୁ ନେଇ ଆଲୋଚନା ଆରମ୍ଭ  ହୋଇଯାଇଛି । ତେବେ ଏଥିଲାଗି ୩ଟି ପ୍ରମୁଖ ନାମ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଚୌହାନ, କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଏବଂ କେନ୍ଦ୍ର କୃଷି ଓ କୃଷକ  ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍‌ ।  ତେବେ ଅଧିକାଂଶ ମହଲରେ ‘ମାମା’ ଶିବରାଜ  ଏବଂ ସିନ୍ଧିଆ ‘ମହାରାଜ’ ମୁଖ୍ୟମନ୍ତ୍ରୀ ହେବା  ନେଇ ଆଲୋଚନା ହେଉଛି । ଏଥର ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇ ନ ଥିଲା ।  ତେଣୁ ଏବେ ରାଜ୍ୟକୁ ନେଇ ସସ୍‌ପେନ୍ସ ଜାରି  ରହିଛି । 

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ  ପ୍ରହ୍ଲାଦ ପଟେଲ, କୈଳାସ ବିଜୟବର୍ଗୀୟ  ଓ ବିଜେପି ରାଜ୍ୟ ସଭାପତି ଭି ଡି ଶର୍ମାଙ୍କ  ନାମ ବି ତାଲିକାରେ ରହିଥିବା କୁହାଯାଉଛି ।  ବିଜେପି ହାଇକମାଣ୍ଡ ଖୁବଶୀଘ୍ର ଏହାର ରହସ୍ୟ  ଉନ୍ମୋଚନ କରିବେ ବୋଲି ଆଶା । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଧିକ  ଦାବିଦାର ରହିଛନ୍ତି । ତାଙ୍କ ପରେ ସିନ୍ଧିଆ  ରହିଛନ୍ତି । କାରଣ ସେ କଂଗ୍ରେସ ବିରୋଧରେ ବିଦ୍ରୋହ କରି ରାଜ୍ୟରେ ବିଜେପିକୁ ନୂଆ ଶକ୍ତି  ଦେଇଥିଲେ । ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ  କଂଗ୍ରେସ ଏଥର କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା । ଦଳ ଜିତିଥିଲେ ସେ  ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ । ୨୦୧୮ରେ ମଧ୍ୟ ସେ  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ବେଶିଦିନ ତିଷ୍ଠି ନ ଥିଲା କଂଗ୍ରେସ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.