ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ତୀର୍ଥ କରିବାକୁ ଯାଇଥିଲେ, ଘରକୁ ଫେରିଲା କୋକେଇ

ନୀଳଗିରି,୨୬/୨:ଭଉଣୀ ଓ ଭଉଣୀ ଜ୍ବାଇଁ ସହ ଯାଇଥିଲେ।ଘରେ ପୁଅ ବୋହୂ ନାତି ତାଙ୍କର ଫେରିବା ବାଟକୁ ଅନାଇ ରହିଥିଲେ।ହେଲେ ତାଙ୍କର କୋକେଇ ଫେରିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।ଏଭଳି ଘଟଣା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଗୋପୀନାଥପୁର ଶାସନରେ ଘଟିଛି।

ଏହି ଗ୍ରାମର ସ୍ବର୍ଗତ  ପତି ଙ୍କ ପତ୍ନୀ ଇନ୍ଦୁଲତା (୭୦) ଗତ ୨୨ ତାରିଖରେ ତାଙ୍କ ଭଉଣୀ ଓ ଭଉଣୀ ଜ୍ୱାଇଁଙ୍କ ସହ ଝାଡ଼ଖଣ୍ଡ ରାଜ୍ୟର ଦେଓଘର, ଅନୁକୂଳ ଧାମ ସହିତ ବିଭିନ୍ନ ତୀର୍ଥସ୍ଥାନ ବୁଲିବାକୁ ଯାଇଥିଲେ।ଦର୍ଶନ କରି ଗତକାଲି ସନ୍ଧ୍ୟାରେ ଘରକୁ ଫେରିବା ପାଇଁ ଜସିଡ଼ିହି ଷ୍ଟେସନରେ ବସିଥିଲେ।ଟ୍ରେନ ସମୟ ହେବାରୁ ଅନ୍ୟଏକ ପ୍ଲାଟଫର୍ମ କୁ ସିଡିରେ ଉଠି ଯାଉଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରି ଟଳିପଡ଼ିଥିଲେ।ଭଉଣୀ ଜ୍ବାଇଁ ଜଗଦୀଶ ଷଡ଼ଙ୍ଗୀ ଓ ସାନଭଉଣୀ ବାସନ୍ତୀ ତାଙ୍କୁ ପାଖ ହସ୍ପିଟାଲକୁ ନେଇଯାଇଥିଲେ।ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଗତକାଲି ରାତ୍ରରେ ତାଙ୍କର ମୃତ୍ୟୁ ଖବର ପାଇ ଘରେ ପୁତ୍ର ଓ ପୁତ୍ରବଧୂ କେହି ସହଜରେ ବିଶ୍ୱାସ କରିପାରିନଥିଲେ।ତାଙ୍କ ମରଶରୀରକୁ  ଆମ୍ବୁଲାନ୍ସରେ ଗାଁକୁ ଭଉଣୀ ଓ ଭଉଣୀ ଜ୍ବାଇଁ  ଆଣି  ଆଜି ଦିନ ୧୧ ଟାରେ ପହଁଚିଥିଲେ।ତାଙ୍କ ମର ଶରୀର ପହଁଚିବା ପରେ ଗାଁରେ ଵୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ତାଙ୍କୁ ନିକଟ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ପୁଅ ଅଜିତ ମୁଖାଗ୍ନି ଦେଇଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.