ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ତେଲ ନଦୀର ପ୍ରଖର ସ୍ରୋତରୁ ମହିଳା ଉଦ୍ଧାର

ମନମୁଣ୍ଡା, ୧୪/୦୯ : ତେଲ ନଦୀର ପ୍ରଖର ସ୍ରୋତରୁ ମହିଳା ଉଦ୍ଧାର। ଗୁରୁବାର ସକାଳ ପ୍ରାୟ ୮ଟାରେ ତେଲ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ମହିଳାକୁ ମନମୁଣ୍ଡା ନରିପଡ଼ା ଘାଟରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ମନମୁଣ୍ଡା ପଞ୍ଚାୟତ ସରସ୍ଵତୀପୁର ଗ୍ରାମର କଲ୍ୟାଣୀ ଡାଙ୍ଗ (୪୫ ବର୍ଷ) ବୋଲି ଜଣାପଡ଼ିଛି। 

ସୂଚନାନୁଯାୟୀ, 
ମନମୁଣ୍ଡା ପଞ୍ଚାୟତ ସରସ୍ଵତୀପୁର ଗ୍ରାମର କଲ୍ୟାଣୀ ଡାଙ୍ଗ ଦେଉଳି ଘାଟକୁ ଶୌଚ ପାଇଁ ଯାଇ ପାଣି ଛୁଇଁବା ବେଳେ ଗୋଡ ଖସି ଭାସି ଯାଉଥିଲେ। ନଦୀକୁ ଗାଧୋଇବାକୁ ଯାଇଥିବା ସେହି ଅଞ୍ଚଳର ସନ୍ତୋଷ ସାହୁ ମହିଳାଙ୍କ ଚିତ୍କାର ଶୁଣିଥିଲେ। ସଙ୍ଗେସଙ୍ଗେ ସନ୍ତୋଷ ଘାଟରେ ଥିବା ଏକ ଡଙ୍ଗା ନିଜେ ବାହି ମହିଳାଙ୍କୁ ପ୍ରଖର ଜଳ ସ୍ରୋତରୁ ଉଦ୍ଧାର କରିଥିଲେ। 

ପ୍ରବଳ ବର୍ଷା ଯୋଗୁଁ ତେଲନଦୀ ପୂର୍ଣ୍ଣଗର୍ଭା ରହିଥିବା ବେଳେ ନଦୀରେ ସ୍ରୋତ ପ୍ରଖର ରହିଛି। ତାସତ୍ତ୍ୱେ ମଧ୍ୟ ସନ୍ତୋଷ ଜୀବନକୁ ବିପନ୍ନ କରି ସାହସର ସହ ମହିଳାଙ୍କୁ ଉଦ୍ଧାର କରିଥିବାରୁ ଲୋକମାନେ ଭୂୟସୀ ପ୍ରଶଂସା କରିଛନ୍ତି। ତାଙ୍କ ସାହସିକତା ଯୋଗୁଁ ଜଣକର ଜୀବନ ବଞ୍ଚାଇ ପାରିଥିବାରୁ ପ୍ରଶାସନ ତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି। ସୂଚନା ପାଇ ଆଇଆଇସି ଅଶ୍ଵିନୀ ଭିତିରିଆଙ୍କ ନିର୍ଦ୍ଦେଶରେ ପୁଲିସ ମହିଳାଙ୍କୁ ଡାକ୍ତରଖାନା ନେଇ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା  କରିଥିଲା।

ସୂଚନା ଯୋଗ୍ୟ ଯେ, ଉଦ୍ଧାର ହୋଇଥିବା ମହିଳା ଆଜକୁ ପ୍ରାୟ ୨୦ ବର୍ଷ ହେବ ସ୍ବାମୀ ପରିତ୍ୟକ୍ତ ହୋଇ ବାପା ଘର ସରସ୍ଵତୀପୁରରେ ରହୁଥିବା ଜାଣିବାକୁ ମିଳିଛି। 

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.