ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦୋକାନ ଘର ଭିତରକୁ ପଶିଗଲା ୧୬ ଚକିଆ ହାଇୱା, ଭାରସାମ୍ୟ ହରାଇ ଦୁର୍ଘଟଣା

Published By : Prameya | May 6, 2024 12:46 PM

ବଡ଼ବିଲ, ୬।୫: ଭାରସାମ୍ୟ ହରାଇ ଦୋକାନ ଘର ଭିତରକୁ ପଶିଗଲା ୧୬ ଚକିଆ ହାଇୱା । ଗତ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ବଡ଼ବିଲ୍ ପିଏଚଡି ରୋଡ୍ ଭଞ୍ଜ କଲୋନୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ୧୬ ଚକିଆ ହାଇୱାଟି ଦ୍ରୁତ ଗତିରେ ପିଏଚଡି ପଟୁ ଟାଉନ୍ ପଟକୁ ଆସୁଥିବା ସମୟରେ ଭଞ୍ଜ କଲୋନୀ ଛକ ନିକଟ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ବସିଥିଲା । ଯାହା ଫଳରେ ରାସ୍ତାର ଡାହାଣ ପାର୍ଶ୍ୱକୁ ମାଡ଼ିଯାଇ ସେଠାରେ ଥିବା ୩ଟି ଦୋକାନ ଘରକୁ ଭାଙ୍ଗି ଭିତରକୁ ପଶି ଯାଇଥିଲା । 

କ୍ଷତିଗ୍ରସ୍ତ ହୋଇଥିବା ଦୋକାନ ଘରଗୁଡ଼ିକ ଭଗତ ରଜ୍ଜକ ନାମକ ବ୍ୟକ୍ତିଙ୍କର ହୋଇଥିବାବେଳେ, ଏଗୁଡ଼ିକୁ ସେ ଭଡ଼ା ଆକାରରେ ଦେଇଥିଲେ । ତେବେ ହାଇୱାକୁ ଗାଡ଼ିର ହେଲପର୍ ଚଲାଉଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି । ଏନେଇ ଖବର ପାଇବା ପରେ ବଡ଼ବିଲ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.