ନୟାଗଡ଼, ୧୦।୧୨: ନୟାଗଡ଼ ସହର ଉପକଣ୍ଠ ନବଘନପୁର ଗାଁରୁ ଅହିରାଜ ସାପ ଉଦ୍ଧାର । ଏହି ଗାଁର ପ୍ରଫୁଲ୍ଲ ବାରିକଙ୍କ ଘରେ ଏକ ବିରାଟ କିଅହିରାଜ ସାପ ପଶିଥିବା ଜଣାପଡ଼ିଥିଲା । ଖବର ପାଇ ସାପଧରାଳୀ ବବଲୁ ପାତ୍ର ଏବଂ ଅଧିକାରୀ ବେହେରା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।
ସାପଟି ୮ରୁ ୧୦ ଫୁଟ୍ ଭିତରେ ହେବ ବୋଲି ବବଲୁ ଅନୁମାନ କରିଛନ୍ତି । ଏଭଳି ବିରଳ ସାପ ସାଧାରଣତଃ କ୍ବଚିତ୍ ଦେଖାଯାନ୍ତି ବୋଲି ସେ କହିଛନ୍ତି । ସାପଟିକୁ ବନବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।