ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

୫୭ କିଲୋର ତମ୍ୱା ବହି, ପ୍ରସ୍ତୁତ କରିବାକୁ ଲାଗିଥିଲା ୬ ବର୍ଷର ସମୟ

ନୂଆଦିଲ୍ଲୀ, ୧୧।୯: ପ୍ରାଚୀନ କାଳରେ ଲେଖିବା ଲାଗି ତମ୍ୱା ପ୍ଲେଟ୍‌ର ବ୍ୟବହାର ହେଉଥିଲା । କାରଣ ଭବିଷ୍ୟତ ପିଢ଼ିଙ୍କ ପାଇଁ ସମସ୍ତ ଡକ୍ୟୁମେଣ୍ଟ ଏହି ତମ୍ୱା ପ୍ଲେଟ୍‌ରେ ସୁରକ୍ଷିତ ରହୁଥିଲା । ନିକଟରେ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ୫୭ କେଜି ଓଜନର ଏକ ବହି ପ୍ରସ୍ତୁତ କରିଛନ୍ତି । ଯାହାକୁ ତମ୍ୱା ପ୍ଲେଟ୍‌ ଅର୍ଥାତ୍, ପ୍ରାଚୀନ କାଳରେ କୁହାଯାଉଥିବା ତମ୍ୱାପାତ୍ରର ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି । ଭାରତବର୍ଷର ୨୦୦ ସହରର ୪୨ ହଜାର ଲୋକଙ୍କଠାରୁ କେବଳ ୧ ଟଙ୍କା ଦାନରେ ଏହି ବହି ପ୍ରସ୍ତୁତ କରାଯାଇଛି । ଏହାର ନାଁ ରଖାଯାଇଛି ‘ସମ୍ୱିଧାନ ସେ ଦେଶ’ । 

ଇନ୍ଦୋରର ସ୍ଥାନୀୟ ଆଇନଜୀବୀ ଲୋକେଶ ମଙ୍ଗଲ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି । ପୁସ୍ତକରେ ୬ ହଜାରରୁ ଅଧିକ ପ୍ରତୀକ ତଥା ବିଶ୍ୱର ୧୯୩ଟି ଦେଶର ସାମ୍ୱିଧାନିକ ଅଂଶ, ରାଷ୍ଟ୍ରୀୟ ପ୍ରତୀକ ଓ ସମ୍ୱିଧାନ ସାମିଲ । ଏହି ପ୍ରତୀକଗୁଡ଼ିକୁ ୨ ଜଣ କଳାକାର ଲେଜର ଟେକ୍‌ନିକ୍‌ ପ୍ରକ୍ରିୟାରେ ତମ୍ୱା ପ୍ଲେଟ୍‌ରେ ଚିତ୍ରଣ କରିଛନ୍ତି । ଏଥିପାଇଁ ତାଙ୍କୁ ୨୧୭ ଘଣ୍ଟାର ସମୟ ଲାଗିଥିଲା । ୬ ବର୍ଷର କଠିନ ପରିଶ୍ରମ ପରେ ଏହି ପୁସ୍ତକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ଲୋକେଶ ଗଣମାଧ୍ୟମକୁ ଜଣାଇଛନ୍ତି । ତାଙ୍କ କହିବାନୁସାରେ, କର୍ଣ୍ଣାଟକ ରାଜ୍ୟପାଳ ଥାୱାରଚାନ୍ଦ ଗେହଲଟ୍‌ଙ୍କ ପ୍ରେରଣାରେ ଏହି ପୁସ୍ତକ ପ୍ରସ୍ତୁତ । ଏହି ପୁସ୍ତକର ମୂଳଦୁଆରେ ଭାରତର ବସୁଧୈବ କୁଟୁମ୍ୱକମ୍ ଏବଂ ସର୍ବେ ଭବନ୍ତୁ ସୁଖୀନର ଉଦାର ଭାବନା ରହିଛି । ଏହି ପୁସ୍ତକ ପୁସ୍ତକର ମୋଟ୍ ଓଜନ ୫୭ କିଲୋ ଥିବାବେଳେ ଏହାର କଭର ପେଜ୍‌ର ଓଜନ ୧୦ କିଲୋ । ପୁସ୍ତକଟି ୧୪ ଇଞ୍ଚ ଚଉଡ଼ା ୪୮ ଇଞ୍ଚ ଲମ୍ୱା ଏହି ବହିଟିକୁ ଉଠାଇବା ଲାଗି ଦୁଇ ଜଣ ଲୋକଙ୍କ ଆବଶ୍ଯକତା ପଡ଼ିଥାଏ । ଏହି ପୁସ୍ତକରେ ୧୯୩ ଦେଶର ସାମ୍ୱିଧାନିକ ଅଂଶ, ରାଷ୍ଟ୍ରୀୟ ପ୍ରତୀକ ଓ ସମ୍ୱିଧାନ ସାମିଲ ।  

copper book

Copyright © 2022 - Summa Real Media Private Limited. All Rights Reserved.