ପ୍ରମୂଖ ଖବର

‘ଏବେ ସେ ସମୟ ଆସିଗଲା...’, କୋଲକାତା କାଣ୍ଡ ନେଇ ମମତାଙ୍କ ପୁତୁରା ଅଭିଷେକ ଖୋଲିଲେ ମୁହଁ

କୋଲକାତା,୨୨।୮: କୋଲାକାତା ଆରଜି କର ହସ୍ପିଟାଲରେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଜାରି ରହିଛି ଡାକ୍ତରଙ୍କ  ଆନ୍ଦୋଳନ। ଗୁରୁବାର ଏହି ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଦାଖଲ କରିଛି ଷ୍ଟାଟସ୍ ରିପୋର୍ଟ। ଏହି ରିପୋର୍ଟରେ ସିବିଆଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଛି। ଏହା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବାରୁ ତଦନ୍ତ ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିବା କଥା କହିଛି। ବିରୋଧ ବଢୁଥିବା ଭିତରେ ଏବେ ତୃଣମୂଳ କଂଗ୍ରେସ ନେତା ତଥା ମମତାଙ୍କ ପୁତୁରା  ଅଭିଷେକ ବାନାର୍ଜୀ ନିଜର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏବେ ସମୟ ଆସିଗଲା, ଦୋଷୀଙ୍କୁ କଠୋର ଦଣ୍ଡ ଦେବାର।’

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଅଭିଷେକ କହିଛନ୍ତି, ଗତ ୧୦ ଦିନ ଭିତରେ ସାରା ଦେଶରେ #RGKarMedicalColleage ଘଟଣା ବିରୋଧରେ ପ୍ରଦର୍ଶନ ଜାରି ରହିଛି ଓ ଦେଶ ନ୍ୟାୟ ଦାବି କରୁଛି। ଏହି ସମୟରେ ଭାରତର ଅଲଗା ଅଲଗା ଭାଗରେ ୯୦୦ ଦୁଷ୍କର୍ମ କେସ୍ ରୁଜୁ ହୋଇଛି। ଏହା ସବୁ ଠିକ୍ ଏହି ସମୟରେ ହୋଇଛି ଯେତେବେଳେ ଲୋକେ ଏହି ଅପରାଧ ବିରୋଧରେ ବିକ୍ଷୋଭ କରୁଛନ୍ତି। ଦୁଃଖର କଥା ଯେ, ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ନେଇ ଚର୍ଚ୍ଚା ହୋଇପାରୁନି।

ଗତ ୧୦ ଦିନରେ ଦେଶରେ ୯୦୦ ଦୁଷ୍କର୍ମ ମାମଲା ସାମନାକୁ ଆସିଛି। ସେ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କୁ ଦୁଷ୍କର୍ମ ପାଇଁ ଅଲଗା ନିୟମ ତିଆରି କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ପ୍ରତିଦିନ ୯୦ ଦୁଷ୍କର୍ମ ରିପୋର୍ଟ, ପ୍ରତି ଘଣ୍ଟାରେ ୪ ଓ ୧୫ ମିନିଟ୍‌ରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି। ଏଥିରୁ ଜଣାପଡୁଛି ଦେଶରେ ଖୁବ୍ ଶୀଘ୍ର କଡା ଆଇନ ଜରୁରୀ। ଆମକୁ ଏଭଳି ମଜବୁତ ଆଇନ ଜରୁରୀ, ଯାହାକି ୫୦ ଦିନ ଭିତରେ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିପାରିବ। ଏହାପରେ ତାଙ୍କୁ ସବୁଠାରୁ କଡା ଶାସ୍ତି ଦିଆଯାଉଛି ନା କେବଳ ମିଛ ପ୍ରତିଶୃତି।  କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରମାନେ ଖୁବ୍ ଶୀଘ୍ର ଦୁଷ୍କର୍ମ ବିରୋଧି ଆଇନ ତିଆରି କରିବା ନେଇ ଚାପ ପକାଇ ଦରକାର।’

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.