ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଚିନ୍ତା ବଢାଇଲା ‘Disease X’ , WHO ମୁଖ୍ୟଙ୍କ ଚେତାବନୀ ପରେ ଲୋକେ ଭୟଭୀତ

ନୂଆଦିଲ୍ଲୀ : କରୋନାର ଆତଙ୍କ ଏବେ ଥମି ଯାଇଥିବା ବେଳେ ଆଉ ଏକ ନୂଆ ରୋଗ ଚିନ୍ତାର ବିଷୟ ପାଲଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଡବ୍ଲୁଏଚଓ) ନିକଟରେ ଲୋକଙ୍କୁ ସତର୍କ କରିଥିଲା କି ଆଉ ଏକ ନୂଆ ବିପଜ୍ଜନକ ରୋଗ ପାଇଁ ପ୍ରସ୍ତୁତ ହୋଇ ଯାଅ। ୨୦୨୦ର ପ୍ରାରମ୍ଭରୁ ଏବେସୁଦ୍ଧା କୋଭିଡ-୧୯ ଦୁନିଆ ସାମନାରେ ଅଦ୍ଭୁତପୂର୍ବ ଚ୍ୟାଲେଞ୍ଜର ସମ୍ମୁଖୀନ କରାଇଛି। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି। କରୋନାର ୩ବର୍ଷ ପରେ , ସ୍ଥିତି ସାମାନ୍ୟ ହେଇଥିବା ବେଳେ ବୈଜ୍ଞାନିକମାନେ ଆଗାମୀ ପ୍ରକୋପକୁ ନେଇ ସାବଧାନ କରାଇଛନ୍ତି ।

WHO ମୁଖ୍ୟ ଦେଇଥିଲେ ଚେତାବନୀ –

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ମୁଖ୍ୟ ଡା. ଟେଡ୍ରୋସ ଏଡନମ୍‌ ଘେବ୍ରେୟସସ ନିକଟରେ କହିଥିଲେ , ଦୁନିଆକୁ ଆଗାମୀ ମହାମାରୀ ପାଇଁ ପ୍ରସ୍ତୁତ ରହିବା ଉଚିତ୍ , ଯାହା କରୋନା ଠାରୁ ବି ଆହୁରି ବିପଜ୍ଜନକ ହୋଇପାରେ । ସେ କହିଥିଲେ ଏହି ସମୟରେ କୌଣସି ବିଶ୍ୱସ୍ତରୀର ମହାମାରୀ ବା ଏମର୍ଜେନ୍ସି ନାହିଁ , କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଏଥିରେ ଆଗକୁ କୌଣସି ବିପଦ ନାହିଁ । ତାଙ୍କର ଏହି ଟିପ୍ପଣୀ ପରେ , ଡବ୍ଲୁଏଚଓ ର ୱେବସାଇଟ୍‌ରେ ଉପଲବ୍ଧ ପ୍ରାୟୋରିଟି ଡିଜିଜ୍‌ ର ଲିଷ୍ଟକୁ ଲୋକଙ୍କ ଧ୍ୟାନ ଯାଇଛି।

ଏନଡିଟିଭିର ରିପୋର୍ଟ ମୁତାବିକ , ପ୍ରାୟୋରିଟି ଡିଜିଜ୍‌ର ଛୋଟ ଲିଷ୍ଟରେ ସେହି ସବୁ ରୋଗର ନାମ ରହିଛି , ଯେଉଁମାନେ ଆଗାମୀ ଘାତକ ମହାମାରୀର କାରଣ ହୋଇପାରନ୍ତି। ଏଥିରୁ ଅଧିକାଂଶ ରୋଗ ବିଷୟରେ ଆମେ ପ୍ରଥମରୁ ଜାଣିଛେ, ଯେମିତି – ଇବୋଲା , ସାର୍ସ ଓ ଜିକା ଭାଇରସ । ଏହି ଲିଷ୍ଟରେ ଆଉ ଏକ ନାମ ରହିଛି । ତାହା ହେଉଛି ଡିଜିଜ୍‌ ଏକ୍ସ (Disease X’) । ଲିଷ୍ଟର ଏହି ଫାଇନାଲ ନାଁରେ ଲୋକଙ୍କ ଚିନ୍ତା ବଢି ଯାଇଛି।

କହି ରଖୁଛୁ କି , Disease X’ କୌଣସି ରୋଗ ନୁହେଁ , ଏହା ଏକ ଟର୍ମ। ଏହା ସବୁଠୁ ଭୟଙ୍କର ରୋଗ ହୋଇପାରେ। ଡିଜିଜ୍‌ ଏକ୍ସ ଟର୍ମର ବ୍ୟବହାର ଡବ୍ଲୁଏଚଓ ଦ୍ୱାରା ପ୍ଲେସହୋଲଡର ଭାବେ ଏକ ଏମିତି ରୋଗର ବର୍ଣ୍ଣନା କରିବାକୁ କରାଯାଉଛି , ଯାହା ମାନବ ସଂକ୍ରମଣର କାରଣରୁ ସୃଷ୍ଟି ହୋଇଛି ଏବଂ ମେଡିକାଲ ସାଇନ୍ସ ପାଇଁ ବର୍ତ୍ତମାନ ଏହା ଅଜଣା। ସହଜ ଶବ୍ଦରେ କହିଲେ , ଡିଜିଜ୍‌ ଏକ୍ସ ଏକ ଏମିତି ରୋଗ ହୋଇପାରେ , ଯାହା ଆଗକୁ ଏକ ଭୟଙ୍କର ରୋଗରେ ପରିଣତ ହୋଇପାରେ ଏବଂ ବୈଜ୍ଞାନିକଙ୍କୁ ଏହା ବିଷୟରେ କୌଣସି ସୂଚନା ନାହିଁ ।

Copyright © 2022 - Summa Real Media Private Limited. All Rights Reserved.