ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲକ୍ଷ୍ମୀପୁରରେ ସବୁ ଦଳ ଖେଳିବେ ମହିଳା କାର୍ଡ; ଆଶାୟୀ ଦୌଡ଼ରେ ସସ୍ମିତା, କୌଶଲ୍ୟା, ଗୀତାଞ୍ଜଳି

କୋରାପୁଟ, ୩।୧୧: ଆଗାମୀ ନିର୍ବାଚନରେ ମହିଳା ପ୍ରାର୍ଥିତ୍ୱକୁ ଗୁରୁତ୍ୱ ଦିଆଯିବ । ବିଜେଡି ଏଭଳି ସଂକେତ ଦେବା ପରେ ଜିଲ୍ଲା ରାଜନୀତିର ପ୍ରମୁଖ ବିରୋଧୀ କଂଗ୍ରେସ ମଧ୍ୟ ମହିଳା କାର୍ଡ ଖେଳିବାକୁ ଆରମ୍ଭ କରିଦେଇଛି ପ୍ରାର୍ଥୀ ଖୋଜା । ବିଜେପି ପାଖରେ କିନ୍ତୁ ସଙ୍ଗଠନ ସହିତ ଜଡିତ ସେଭଳି ମହିଳା ପ୍ରାର୍ଥୀ ନଥିବାରୁ ଦଳ ବିକଳ୍ପ ଚିନ୍ତା କରିପାରେ ବୋଲି ଆଲୋଚନା ହେଉଛି । ବିଶେଷ କରି ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । 

ବିଜେଡି ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଓ କୌଶଲ୍ୟା ହିକକାଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ କଂଗ୍ରେସ ପକ୍ଷରୁ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ସ୍ତ୍ରୀ ତଥା ଗତ ନିର୍ବାଚନରେ ବିଏସପିର ବିଧାୟକ ପ୍ରାର୍ଥିନୀ ଅନିତା ଭତ୍ରାଙ୍କ ନାଁ ଶୁଣାଯାଉଛି । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ହିଁ ଦଳ ମୋହର ମାରିବ । ଏଥିପାଇଁ ଆଶାୟୀମାନେ ନିଜ ନିଜ ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବାରେ ଲାଗିପଡିଛନ୍ତି । ଗାଁ ଗାଁ ବୁଲି ସାଂଗଠନିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । 

ଲକ୍ଷ୍ମୀପୁର, ଦଶମନ୍ତପୁର, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକକୁ ନେଇ ଗଠିତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ । ଏଠାରେ ବିଜେଡି ପକ୍ଷରୁ ଆଶାୟୀ ଥିବା କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ବନ୍ଧୁଗାଁ ଜୋନ-୧ର ଜିଲ୍ଲା ପରିଷଦ ସଦସ୍ୟା । ତାଙ୍କ ଘର ବନ୍ଧୁଗାଁ ବ୍ଲକ୍‌ ଅଧୀନ କୁମ୍ଭଗଣ୍ଡା ଗାଁରେ । ସେ ବିଇଡି ସହ ଜୁଲୋଜିରେ ପିଜି କରିଛନ୍ତି । ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ସମିତିସଭ୍ୟା ଭାବେ ବିଜୟୀ ହୋଇ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ହୋଇଥିଲେ । ୨୦୧୭ରୁ ୨୦୨୨ ଯାଏଁ ରହିଥିଲେ ଏହି ପଦରେ । ପରେ ବିଜେଡି ଟିକଟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ । ତାଙ୍କ ଜେଜେବାପା ଏହି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିବା ବେଳେ ଦାଦା ସରପଞ୍ଚ ଥିଲେ । ବ୍ଲକ୍‌ ଉପାଧ୍ୟକ୍ଷା ଥିବା ବେଳେ ସସ୍ମିତା ରାୟଗଡ଼ା ମଡେଲ ଡିଗ୍ରୀ କଲେଜରେ ୨୦୧୮ରୁ ୨୦୨୦ ପର୍ପ୍ୟନ୍ତ ଅଧ୍ୟାପନା କରିଥିଲେ । ଏ ପର୍ଯ୍ୟନ୍ତ ସେ ଅବିବାହିତା ଅଛନ୍ତି । ଅଞ୍ଚଳର ବିଜେଡି କର୍ମୀ ଓ ନେତୃବୃନ୍ଦଙ୍କ ସହ ତାଙ୍କ ଭଲ ସମ୍ପର୍କ ଥିବା ବେଳେ ପ୍ରତିଦିନ ନିର୍ବାଚନମଣ୍ଡଳୀରେ ଘୂରି ବୁଲୁଛନ୍ତି । ରାଜ୍ୟ ସଂଗଠନ ମଧ୍ୟ ତାଙ୍କ ଉପରେ ଖୁସ୍‌ ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । 

ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକ୍କକାଙ୍କ ସ୍ତ୍ରୀ କୌଶଲ୍ୟା ମଧ୍ୟ ଏଠାରେ ଦାବିଦାର ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେଡି କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ଟିକଟ ଦେଇଥିଲା । ଅଥଚ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ସେ ପରାସ୍ତ ହୋଇଥିଲେ । ଏବେ ଝିନ୍ନ ଜିଲ୍ଲା ବିଜେଡି ସଭାପତି ହେବା ପରେ ତାଙ୍କ ପଲା ଭାରୀ ରହିଛି । ସେ ବି ଝିନ୍ନଙ୍କ ସହ ପ୍ରତିଦିନ ନିର୍ବାଚନମଣ୍ଡଳୀ ଗସ୍ତ କରୁଛନ୍ତି । ଗୀତାଞ୍ଜଳି ବନ୍ଧୁଗାଁ ପଞ୍ଚାୟତରୁ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ମାଆ ଚିତ୍ରାବତୀ ପୀଡିକା କୁମ୍ଭାରିପୁଟ ପଞ୍ଚାୟତ ସମିତିସଭ୍ୟା ରହିଛନ୍ତି । ଏହାପୂର୍ବରୁ ଚିତ୍ରାବତୀ ଚାରିଥର ସରପଞ୍ଚ ରହି ସାରିଛନ୍ତି । ଗୀତାଞ୍ଜଳି କଂଗ୍ରେସର ଜଣେ ଭଲ ସଂଗଠିକା । ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସହିତ ତାଙ୍କ ଭଲ ସମ୍ପର୍କ ରହିଛି । ରାଜ୍ୟ ସଙ୍ଗଠନ ମଧ୍ୟ ତାଙ୍କ ସାଂଗଠନିକ କାର୍ଯ୍ୟରେ ସନ୍ତୁଷ୍ଟ । ଏଣୁ ଦଳ ତାଙ୍କୁ ଟିକଟ ଦେବ ବାଲି କଂଗ୍ରେସ କର୍ମୀମାନେ କହି ବୁଲୁଛନ୍ତି । 

ସେହିପରି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସରେ ଯୋଗଦେବାକୁ ଘୋଷଣା କରିସାରିଥିବାରୁ ତାଙ୍କ ଗୋଟିଚାଳନାକୁ ଅପେକ୍ଷା କରିଛନ୍ତି ସମସ୍ତେ । କାରଣ ତାଙ୍କ ସ୍ତ୍ରୀ ଅନିତା ଭତ୍ରା ଗତ ସାଧାରଣ ନିର୍ବାଚନରେ ଏହି ବିଧାନସଭା ଆସନରେ ବିଏସପି ପକ୍ଷରୁ ଲଢ଼ିଥିଲେ । ୧୨ ହଜାର ୩୪୪ ଭୋଟ୍‌ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ତାଙ୍କୁ ପ୍ରାର୍ଥୀ କରିବା ସର୍ତ୍ତରେ ଶ୍ରୀ ସଗରିଆ ଦଳକୁ ଫେରୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ସୂଚନାଥାଉକି, ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ବାଜିମାତ୍‌ କରିଥିଲା । ଦଳୀୟ ପ୍ରାର୍ଥୀ ପ୍ରଭୁ ଜାନୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସର ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କୁ ମାତ୍ର ୨୨୯ ଭୋଟ୍‌ ବ୍ୟବଧାନରେ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.