ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କୋରାନ୍ କି ନମାଜ ନୁହଁ; ଏଠି ରାମାୟଣ ପଢ଼ନ୍ତି ମୁସଲିମ୍, ଉର୍ଦ୍ଦୁରେ ଲିଖିତ ପୁରାଣ ପଢ଼ନ୍ତି ଏମାନେ

ଜୟପୁର, ୧୪।୧୧: ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର । ଯାହାଙ୍କୁ ହିନ୍ଦୁ ଧର୍ମରେ ବେଶ୍ ବିଶ୍ୱାସ କରନ୍ତି ଲୋକେ । ତେଣୁ ହିନ୍ଦୁ ଧର୍ମରେ ରାମାୟଣର ବିଶେଷ ମହତ୍ତ୍ୱ ରହିଛି । ଆମେ ସାଧାରଣତଃ ହିନ୍ଦୀ କିମ୍ୱା ସଂସ୍କୃତ ଭାଷାରେ ଲିଖିତ ରାମାୟଣ ପଢ଼ିଛେ । କିନ୍ତୁ, ଆପଣ ଜାଣିଛନ୍ତି କି ଉର୍ଦ୍ଦୁ ଭାଷାରେ ମଧ୍ୟ ରାମାୟଣ ଲେଖାହୋଇଛି । ଭଗବାନ ରାମଚନ୍ଦ୍ରଙ୍କୁ କେବଳ ହିନ୍ଦୁ ଧର୍ମର ଲୋକମାନେ ହିଁ ବିଶ୍ୱାସ କରନ୍ତି । ତେବେ କେହି ମୁସ୍‌ଲିମ୍ କ’ଣ ରାମାୟଣ ପଢ଼ିପାରେ ? ଅନ୍ୟ ସମସ୍ତ ସହରଠାରୁ ରାଜସ୍ଥାନ ବିକାନେର ସହରର ଇତିହାସ ଅନନ୍ୟ । ଏଠାକାର ଜମନୀ ତେହଜିବ୍ ବା ଗଙ୍ଗା-ଜମୁନୀ ସଂସ୍କୃତି ସମଗ୍ର ବିଶ୍ୱ ପ୍ରସିଦ୍ଧ । ଏହି ସହରର ପ୍ରାଚୀନ ସାଂସ୍କୃତିକ ଏୈତିହ୍ୟକୁ ଲୋକେ ଆଜି ବି ଯତ୍ନର ସହ ସମ୍ଭାଳି ରଖିଛନ୍ତି । କିନ୍ତୁ ଏହି ସହରର ଏକ ଭିନ୍ନତା ରହିଛି, ଯାହାକୁ ନେଇ ଏହା ସାରା ବିଶ୍ୱ ପରିଚିତ । 

ରାଜସ୍ଥାନର ବିକାନେର ଜିଲ୍ଲାରେ ଉର୍ଦ୍ଦୁ ଭାଷାରେ ପାଠ କରାଯାଏ ରାମାୟଣ । ଅବିଶ୍ୱାସ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ପ୍ରତିବର୍ଷ ଦୀପାବଳି ଅବସରରେ ଏଠାରେ ରାମାୟଣ ପଢ଼ାଯାଏ । ଯାହାକୁ ଶୁଣିବା ଲାଗି ବିଦେଶରୁ ଲୋକ ଆସିଥାନ୍ତି । ପବିତ୍ର ଦୀପାବଳି ଅବସରରେ ଏଠାରେ ପ୍ରତିବର୍ଷ ବାଲ୍ମିକୀଙ୍କ ଲିଖିତ ରାମାୟଣକୁ ଉର୍ଦ୍ଦୁ ଭାଷାରେ ପଠନ କରାଯାଏ । ତେବେ ଅନ୍ୟ କେହି ନୁହଁନ୍ତି, ଏଠାରେ ଥିବା ମୁସ୍‌ଲିମ୍ ସମାଜ ହିଁ ଉର୍ଦ୍ଦୁ ଭାଷାରେ ଲିଖିତ ଏହି ରାମାୟଣକୁ ପାଠ କରନ୍ତି । ମୁସଲିମ୍‌ମାନେ ବର୍ଷକୁ ଥରେ ଲେଖାଏଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରନ୍ତି । ଏହି କାର୍ଯ୍ୟକ୍ରମରେ ମୁସଲିମ୍ ସମାଜ ବ୍ୟତୀତ ହିନ୍ଦୁମାନେ ମଧ୍ୟ ସାମିଲ ହୁଅନ୍ତି । ଉର୍ଦ୍ଦୁରେ ଲିଖିତ ଏହି ରାମାୟଣ ପାଠ କରନ୍ତି ଜାକିର୍ ଅଦିବ୍ । ଉର୍ଦ୍ଦୁ ରାମାୟଣକୁ ପାଠ କରିବାର ପରମ୍ପରା ଦୀର୍ଘ ୩୦ ବର୍ଷ ଧରି ଚାଲିଆସୁଥିବା କହିଛନ୍ତି ଜାକିର୍ ।

ଆଡ୍‌ଭୋକେଟ୍ ଉପାଧ୍ୟାନ ଚନ୍ଦ୍ର କୋଚରଙ୍କ ପ୍ରେରଣାକ୍ରମେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । ଯାହା ଆଜି ପର୍ଯ୍ୟନ୍ତ ନିରନ୍ତର ରୂପେ ଜାରି ରହିଛି ପର୍ଯ୍ୟଟନ ଲେଖକ ସଂଘ ଏବଂ ମେହଫିଲ୍ ଏ ଆଦାବ ସଂସ୍ଥା ପକ୍ଷରୁ ଆୟୋଜନ ହୁଏ ଏହି କାର୍ଯ୍ୟକ୍ରମ । ବିକାନେର୍‌ର ମହାରାଜା ଗଙ୍ଗା ସିଂହ ଉର୍ଦ୍ଦୁ ଲିଖିତ ଏହି ରାମାୟଣକୁ ଅଷ୍ଟମ ଶ୍ରେଣୀର ପାଠ୍ୟକ୍ରମରେ ମଧ୍ୟ ସାମିଲ କରିଥିଲେ । ତେବେ ୧୯୩୬ ମସିହାରେ ଲକ୍ଷ୍ମୌର ଉର୍ଦ୍ଦୁ କବି ମୌଲବୀ ବାଦଶାହା ହୁସେନ୍ ରାଣା ଲଖନାଭି ବିକାନେର ଆସି ଏହି ଉର୍ଦ୍ଦୁ ରାମାୟଣ ଲେଖିଥିବା ଜାକିର୍ ଆଦିବ୍ କହିଛନ୍ତି । ସେ ସମୟରେ ଏଠାରେ ଥିବା ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ତରଫରୁ ମାତୃଭାଷାରେ କବିତା ରୂପେ ରାମାୟଣ ଲେଖିବା ଲାଗି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯେଉଁଥିରେ ହୁସେନ୍ ଅଂଶଗ୍ରହଣ କରି ଉର୍ଦ୍ଦୁ ରାମାୟଣ ଲେଖିଥିଲେ । ଏହି ରାମାୟଣରେ ସବୁଠୁ ଭଲ ଉର୍ଦ୍ଦୁ ଛନ୍ଦ ବ୍ୟବହାର କରାଯାଇଥିଲା । ଏଥିପାଇଁ ହୁସେନଙ୍କୁ ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା । 

ତେବେ ଏହି ଉର୍ଦ୍ଦୁ ରାମାୟଣର ବିଶେଷତା ହେଉଛି, ଏହା ମାତ୍ର ୯ ପୃଷ୍ଠାରେ ସୀମିତ । ଯାହାକୁ ମାତ୍ର, ଅଧ ଘଣ୍ଟାରେ ପାଠ କରାଯାଇପାରିବ । ଏହି କାର୍ଯକ୍ରମ ଆୟୋଜନ କରୁଥିବା ଜଣେ ମୌଲବୀ କହିଛନ୍ତି, ଶ୍ରୀ ରାମଚନ୍ଦ୍ର କେବଳ ହିନ୍ଦୁ କି ମୁସଲିମ୍‌ଙ୍କର ନୁହେଁ, ସେ ସମ୍ପୂର୍ଣ୍ଣ ମାନବ ଜାତିଙ୍କର । ମୌଲବୀ ରାଣାଙ୍କ ଦ୍ୱାରା ଉର୍ଦ୍ଦୁରେ ଲିଖିତ ଏହି ରାମାୟଣ ପଢ଼ି ତାଙ୍କ ପରବର୍ତ୍ତୀ ପିଢ଼ି ଶ୍ରୀ ରାମଚନ୍ଦ୍ରଙ୍କ ଜୀବନ କାହାଣୀ ଉପରେ ଜ୍ଞାନ ଆହରଣ କରିପାରିବେ ବୋଲି ସେ କହିଛନ୍ତି । 

Copyright © 2022 - Summa Real Media Private Limited. All Rights Reserved.