ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଆଥ୍‌ଲେଟ୍‌ ଶୀତଲ ଦେବୀ, ଶୀତଲଙ୍କୁ କାର୍‌ ଉପହାର ପ୍ରତିଶ୍ରୁତି ମନେ ପକାଇଦେଲେ ମହିନ୍ଦ୍ରା

ନୂଆଦିଲ୍ଲୀ ୦୪/୦୯: ଭାରତର ଅନ୍ୟତମ ସବୁଠୁ ପ୍ରେରଣାପ୍ରଦ କ୍ରୀଡ଼ାବିତ୍‌ ଶୀତଲ ଦେବୀ । ୧୭ ବର୍ଷୀୟା ଏହି ତୀରନ୍ଦାଜ୍‌ ପ୍ୟାରିସ୍‌ ପାରାଲିମ୍ପିକ୍ସ-୨୦୨୪ରେ ଚମତ୍କାର ପ୍ରଦର୍ଶନ ଜରିଆରେ ଖବରର ଶିରୋନାମା ହୋଇଛନ୍ତି । ବ୍ୟକ୍ତିଗତ ପ୍ରତିଯୋଗିତାରେ ଯଦିଓ ସେ ପଦକ ହାସଲ କରିପାରି ନାହାନ୍ତି, ମିକ୍ସଡ୍‌ ଟିମ୍‌ କମ୍ପାଉଣ୍ଡ ଇଭେଣ୍ଟ୍‌ରେ ରାକେଶ କୁମାର ଓ ଶୀତଲଙ୍କ ଯୋଡ଼ି କାଂସ୍ୟ ପଦକ ଜିତିଛି । ଚଳିତ ପାରାଲିମ୍ପିକ୍ସରେ ପ୍ରଥମ ପଦାର୍ପଣ କରିଥିବା ଶୀତଲଙ୍କ ଆହ୍ୱାନଭରା ଓ ସଂଘର୍ଷପୂର୍ଣ୍ଣ ଯାତ୍ରା ଅଗଣିତଙ୍କୁ ପ୍ରେରିତ କରିଛି । ସେମାନଙ୍କ ମଧ୍ୟରେ ଭାରତର ଜଣାଶୁଣା ଉଦ୍ୟୋଗୀ ଆନନ୍ଦ ମହିନ୍ଦ୍ରା ବି ସାମିଲ । ପ୍ୟାରିସ୍‌ ଗେମ୍ସରେ ଶୀତଲଙ୍କ ପ୍ରେରଣାଦାୟକ ପ୍ରଦର୍ଶନ ବିଷୟରେ ଜାଣିବା ପରେ ତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଆନନ୍ଦ ପୁଣି ଥରେ ଦୋହରାଇଛନ୍ତି ।

ଗତ ବର୍ଷ ଶୀତଲଙ୍କ କ୍ରୀଡ଼ା ପ୍ରଦର୍ଶନରେ ପ୍ରେରିତ ହୋଇ ଆନନ୍ଦ ତାଙ୍କୁ ସମସ୍ତଙ୍କ ଗୁରୁ ବୋଲି ସମ୍ବୋଧନ କରିଥିଲେ । ସେତିକି ନୁହେଁ, ନିଜ ବ୍ରାଣ୍ଡ୍‌ର ଯେକୌଣସି ଏକ କାର୍‌ ଚୟନ କରିବାକୁ ଶୀତଲଙ୍କୁ ଅଫର୍‌ ବି ଦେଇଥିଲେ । ଶୀତଲଙ୍କ ବ୍ୟବହାର ଲାଗି କମ୍ପାନି କାର୍‌କୁ ସେହିଭଳି ଭାବେ ଡିଜାଇନ୍‌ କରିବ ବୋଲି ଆନନ୍ଦ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ସ୍ପଷ୍ଟ କରିଥିଲେ । ତେବେ, ସେତେବେଳେ କାର୍‌ ଚଳାଇବା ପାଇଁ ଶୀତଲଙ୍କ ବୟସ ହୋଇନଥିଲା । ତେଣୁ ୧୮ ବର୍ଷ ବୟସ ହେବା ପରେ କାର୍‌ ନେବେ ବୋଲି ଶୀତଲ କହିଥିଲେ । ଚଳିତ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୀତଲଙ୍କ ଦମ୍‌ଦାର ପ୍ରଦର୍ଶନ ପରେ ଆନନ୍ଦ ତାଙ୍କୁ ନିଜର ପ୍ରତିଶ୍ରୁତି ମନେପକାଇ ଦେଇଛନ୍ତି ।

ସେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି ‘ଅଦ୍ୱିତୀୟ ସାହସ, ସଂକଳ୍ପ ଓ କଦାପି ନ ହାରିବାର ଜିଦ୍‌ କେବଳ ପଦକ ସହ ସଂଶ୍ଳିଷ୍ଟ ନୁହେଁ । ତୁମେ ଦେଶ ଓ ସମଗ୍ର ବିଶ୍ୱ ପାଇଁ ପ୍ରେରଣାର ସ୍ରୋତ । ତୁମ ଅଦମ୍ୟ ସାହସକୁ ସାଲ୍ୟୁଟ୍‌ । ଗତ ବର୍ଷ ତୁମେ ପ୍ରତିଶ୍ରୁତି ଦେଇଥିଲ, ୧୮ ବର୍ଷ ବୟସ ହେବା ପରେ ଆମ କମ୍ପାନିର ଯେକୌଣସି କାର୍‌ ଗ୍ରହଣ କରିବ । ଆସନ୍ତା ବର୍ଷକୁ ତୁମେ ୧୮ ବର୍ଷ ବୟସରେ ପାଦ ଦେବ । ତୁମକୁ ଦେଇଥିବା ସେଇ ପ୍ରତିଶ୍ରୁତିକୁ ପୂରଣ କରିବାକୁ ମୁଁ ଅପେକ୍ଷା କରିଛି । ତୁମ ବ୍ୟତୀତ ଆଉ କେହି ବି ଆଜି ପାଇଁ ମୋର ପ୍ରେରଣା ହୋଇ ପାରିନଥାନ୍ତେ ।’ ୨୦୦୭ ମସିହାରେ ଜନ୍ମିତ ଶୀତଲ ଫୋକୋମେଲିଆରେ ପୀଡ଼ିତ । ଏହା ଏକ ବିରଳ ଜନ୍ମଜାତ ରୋଗ । ଏଥିଯୋଗୁ ତାଙ୍କ ବାହୁ ସମ୍ପୂର୍ଣ୍ଣ ବିକଶିତ ହୋଇନଥିଲା । ଗତ ବର୍ଷ ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍ସରେ ବ୍ୟକ୍ତିଗତ ଓ ମିକ୍ସଡ୍‌ ଇଭେଣ୍ଟ୍‌ରେ ଦୁଇଟି ସ୍ୱର୍ଣ୍ଣ ଏବଂ ଡବଲ୍ସ କମ୍ପାଉଣ୍ଡ୍‌ରେ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.