ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଫ୍ରାଞ୍ଚାଇଜ କ୍ରିକେଟ୍‌ ଖେଳିବେ ଆଣ୍ଡରସନ

ଲଣ୍ଡନ, ୧୪/୦୮ : ଇଂଲଣ୍ଡର ମହାନ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ ଫ୍ରାଞ୍ଚାଇଜ କ୍ରିକେଟ୍‌ ଖେଳିବାକୁ ମନ ବଳାଇଛନ୍ତି । ଗତ ମାସ ଲର୍ଡ୍ସରେ ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବିଦାୟୀ ଟେଷ୍ଟ ଖେଳିଥିଲେ । ଏବେ ତାଙ୍କୁ ୪୧ ପୁରି ୪୨ ବର୍ଷ ବୟସ ଚାଲିଛି । ତଥାପି ସେ ଥକି ନାହାନ୍ତି । ବିଶ୍ୱରେ ବିଭିନ୍ନ ଟି-ଟ୍ୱେଣ୍ଟି ଫ୍ରାଞ୍ଚାଇଜ କ୍ରିକେଟ୍‌ ଏବଂ କାଉଣ୍ଟି ଖେଳିବା ପାଇଁ ଯୋଜନା ରଖିଥିବା ନିଜେ ଆଣ୍ଡରସନ୍‌ ସୂଚନା ଦେଇଛନ୍ତି । 

ଫାଇନାଲ୍‌ ୱାର୍ଡ ପଡକାଷ୍ଟକୁ ସାକ୍ଷାତାକାର ଦେଇ ଆଣ୍ଡରସନ୍‌ କହିଛନ୍ତି, ମୋ ନିକଟରେ ଏବେବି କ୍ରିକେଟ୍‌ ବାକି ଥିବା ଅନୁଭବ କରୁଛି । ଆଉ କିଛି ଦିନ ଖେଳିବା ପାଇଁ ଚାହୁଁଛି । ଯଦି ଟି-ଟ୍ୱେଣ୍ଟି ଫ୍ରାଞ୍ଚାଇଜ କ୍ରିକେଟ୍‌ ଖେଳିବା ପାଇଁ ପ୍ରସ୍ତାବ ମିଳେ ନିଶ୍ଚିତ ଭାବେ ଖେଳିବାକୁ ଚାହିଁବି । ଦ ହଣ୍ଡ୍ରେଡ୍‌ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍‌ ଦେଖିଥିଲି । ପ୍ରାରମ୍ଭିକ ୨୦ଟି ବଲ୍‌ ସୁଇଂ ହେଉଥିବା ଦେଖିଥିଲି । ମୁଁ ଏବେବି ବଲ୍‌ ସୁଇଂ କରାଇପାରିବି । କେବେ ଫ୍ରାଞ୍ଚାଇଜ କ୍ରିକେଟ୍‌ ଖେଳିନାହିଁ । ୪୨ବର୍ଷ ବୟସରେ ମୋତେ କୌଣସି ଦଳ ସୁଯୋଗ ଦେବ କି ନାହିଁ ଜାଣିନି । ସେହିପରି ଲଙ୍କାସାୟର ପକ୍ଷରୁ କାଉଣ୍ଟି ଖେଳିବା ନେଇ ଚିନ୍ତା କରୁଛି ।’ ଆଣ୍ଡରସନ୍‌ ୨୦୧୯ରେ ଶେଷ ଥର ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳିଥିଲେ । ଏହାପରଠୁ ସେ ସୀମିତ ଓଭର ଫର୍ମାଟ କ୍ରିକେଟ୍‌ ଖେଳିନାହାନ୍ତି । ସେ ୧୮୮ଟି ଟେଷ୍ଟ ଖେଳି ମୋଟ ୭୦୪ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.