ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜିଠୁ ଶ୍ରୀମନ୍ଦିର ୩ ଦ୍ୱାରରେ ବଣ୍ଟାଯିବ ଅର୍ପଣ ଚାଉଳ ଖେଚୁଡ଼ି ଓ କାନିକା

ପୁରୀ,୦୪/୦୨: ଆଜିଠୁ ପ୍ରତିଦିନ ଅର୍ପଣ ରଥକୁ ମିଳିଥିବା ଦାନ ଚାଉଳରେ ମହାପ୍ରଭୁଙ୍କ ନିମନ୍ତେ ଖେଚୁଡ଼ି ଓ କାନିକା ରନ୍ଧା ଯିବ । ପ୍ରତିଦିନ ପ୍ରାୟ ୧୦୦ ଦାସିଆ କୁଡ଼ୁଆରେ ଖେଚୁଡ଼ି ଓ କାନିକା ରନ୍ଧା ଯିବା ପରେ ଶ୍ରୀମନ୍ଦିର ୩ ଦ୍ୱାରରେ ବଣ୍ଟାଯିବ । ପ୍ରଥମ ସକାଳ ଧୂପ ପରେ ଏହି ଭୋଗ ହେବ ଓ ଦିନ ପ୍ରାୟ ୧୦ଟା ପରଠାରୁ ରାତି ପର୍ଯ୍ୟନ୍ତ ଭୋଟ ସରିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟାଯିବ । ଏନେଇ ସୁଆରମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ସୂଚନା ଦେଇଛନ୍ତି । ଅର୍ପଣ ରଥକୁ ମିଳିଥିବା ଚାଉଳ ଯାଞ୍ଚ ଓ ମହାପ୍ରସାଦ ରାନ୍ଧିବାକୁ ଗଠିତ ସ୍ୱତନ୍ତ୍ର କମିଟିର ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି । ଅର୍ପଣ ଚାଉଳ ସରିବା ପର୍ଯ୍ୟନ୍ତ ପ୍ରତିଦିନ ଏଭଳି ମହାପ୍ରସାଦ ରନ୍ଧା ଯାଇ ବଣ୍ଟା ଯିବ ।

ଶ୍ରୀ ମହାସୁଆର କହିଛନ୍ତି, ପ୍ରତ୍ୟେକ ଦ୍ୱାର ନିକଟରେ ଶ୍ରଦ୍ଧାଳୁଙ୍କୁ ଖଲି ଦନାରେ ଏହି ମହାପ୍ରସାଦ ମାଗଣାରେ ସେବନ ନିମନ୍ତେ ଦିଆଯିବ । ଶ୍ରଦ୍ଧାଳୁମାନେ ସୁଦ୍ଧପୁତ ଭାବେ ଚପଲ ଖୋଲି ଏହାକୁ ସେବନ କରିପାରିବେ । 

ସେପଟେ ଅର୍ପଣ ରଥକୁ ଶ୍ରଦ୍ଧାଳୁମାନେ ଦେଇଥିବା ଦାନ ଟଙ୍କା ପରିମାଣ ଗଣତି ଶେଷ ହୋଇନି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏବେବି ବିଭିନ୍ନ ଜିଲ୍ଲାରୁ ଦାନ ଟଙ୍କା ପହଞ୍ଚୁଛି । ଏହି ଦାନ ପରିମାଣ ୩ କୋଟି  ଡେଇଁଥିବା ପ୍ରଶାସନିକ ଜଣେ ଅଧିକାରୀ କହିଛନ୍ତି । ଟଙ୍କା ଗଣତି ପରେ ବ୍ୟାଙ୍କରେ ଜମା କରାଯାଉଛି । ଦାନ ଅର୍ଥ ଆସିବା ଶେଷ ହେବା ପର୍ଯ୍ୟନ୍ତ ଏହି ଗଣତି ଚାଲୁ ରହିବ ବୋଲି  ଜଣାପଡ଼ିଛି । 

ସେପଟେ ବିପୁଳ ପରିମାଣର ଦାନ ଚାଉଳ ପହଞ୍ଚୁଥିବାରୁ ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ବାଦ୍‌ ଅନ୍ୟ ସ୍ଥାନରେ ଏହାକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ମଧ୍ୟ ଜଣାପଡ଼ିଛି । ତେବେ ପ୍ରଶାସନ ପକ୍ଷରୁ କେଉଁ ଜିଲ୍ଲାରୁ କେତେ ଅର୍ଥ ଆସିଛି ଓ କେତେ ଚାଉଳ ଆସିଛି ତାହାର ହିସାବ ଦିଆଯାଉନି । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ଦାନ ଚାଉଳ ଓ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରୁଥିଲେ ହେଁ ଏହାର ସୂଚନା ସାଧାରଣରେ ପ୍ରକାଶ କରାଯାଉନାହିଁ । ପ୍ରଶାସନ କାହିଁକି ସ୍ପଷ୍ଟ ସୂଚନା ଦେବାକୁ କୁନ୍ଥୁକୁନ୍ଥୁ୍ଥ ହେଉଛି ତାହା ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ମୁତାବକ, ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୧୨ ହଜାର କ୍ୱିଣ୍ଟାଲ ଚାଉଳ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ହସ୍ତାନ୍ତର ହେବ ବୋଲି ପ୍ରାଥମିକ ସୂଚନା ମିଳିଥିଲା । ଯେତେବେଳେ କି ୨ କୋଟି ଟଙ୍କା ଅର୍ପଣ ରଥରୁ ମିଳିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେଉଥିବା ମଧ୍ୟ ପ୍ରାଥମିକ ଭାବେ ଜଣାପଡିଥିଲା । ହେଲେ ଏବେ ଏହା ୩ କୋଟି ଟପିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.