ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଣନ୍ତୁ ରାମାୟଣର ରାମ କେତେ ସମ୍ପତ୍ତିର ମାଲିକ, ଏବେ ମିରଟରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ,୨୬।୩: ପ୍ରସିଦ୍ଧ ଟିଭି ସିରିୟଲ ‘ରାମାୟଣ’ ର  ରାମ ବା ଅରୁଣ ଗୋଭିଲ ମିରଟ ଆସନରୁ ନିର୍ବାଚନ ଲଢିବେ। ବିଜେପି ପକ୍ଷରୁ ସେ ଏଥର ମୈଦାନକୁ ଓହ୍ଲାଇଛି। ଟିଭି ସିରିୟଲ ‘ରାମାୟଣ’ର ପ୍ରସାରଣ ପରେ ଅରୁଣ ପୁରା ଦେଶରେ ପରିଚିତ ହୋଇଯାଇଥିଲେ। କୁହାଯାଉଛି ଯେ, ଲୋକ ତାଙ୍କୁ ଭଗବାନ ରାମ ରୂପରେ ଫଟୋ ଘରେ ରଖି ପୂଜା କରୁଥିଲେ। 

ଅରୁଣ ଟିଭି ସିରିୟଲ ‘ରାମାୟଣ’ ବ୍ୟତୀତ ବହୁ ଧାରାବାହିକ ଓ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି। କିନ୍ତୁ ସେ ‘ରାମାୟଣ’ର ରାମ ଭୂମିକାରେ ଖୁବ୍ ଫେମସ୍ ହୋଇଥିଲେ। ଫିଲ୍ମ ଓ ରାମାୟଣରେ ଅଭିନୟ କରୁଥିବା ଅରୁଣ ଏବେ ରାଜନୀତିରେ ନିଜ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ଅରୁଣଙ୍କ ନେଟଓ୍ବର୍ଥ କେତେ ଓ ସେ ରାମାୟଣର ଗୋଟିଏ ଏପିସୋଡ୍ ପାଇଁ କେତେ ଟଙ୍କା ନେଉଥିଲେ ?

ଅରୁଣ ରାମାୟଣ ପରେ ବହୁ ସିରିୟଲ ଓ ଫିଲ୍ମରେ କାମ କରୁଥିଲେ। ବିକ୍ରମ ଓ ବେତାଳରୁ ନେଇ ନିକଟରେ ଆସିଥିବା ଫିଲ୍ମ ‘ଆର୍ଟିକିଲ ୩୭୦’ ରେ ନଜର ଆସି ସାରିଛନ୍ତି। ୧୯୭୯ ରେ ଅରୁଣ ଗୋଭିଲଙ୍କୁ ଦୁଇଟି ଫିଲ୍ମ ‘ସାବନକୋ ଆନେ ଦୋ’ ଓ ‘ସାଞ୍ଚକୁ ଆଞ୍ଚ ନେହିଁ’ ରହିଥିଲା। ତାଙ୍କର ପ୍ରଥମ ଫିଲ୍ମ ‘ପହେଲି’ ୧୯୭୭ରେ ଆସିଥିଲା। ଏହାପରେ ଅରୁଣ ଗୋଭିଲ୍‌ ‘ଲବ କୁଶ’, ‘ଶଶୁରାଲ’, ‘ଶିବ ମହିମା’, ‘ଗଙ୍ଗା ଧାମ୍’, ‘ଜୁଦାଇ’, ‘ଜିଓ ତୋ ଐସି ଜିଓ’, ‘ରାଧା ଔର ସୀତା’, ‘ମୁକାବିଲା’, ‘ହୁକୁସ ବୁକୁସ’,‘ଓଏମ୍‌ଜି-୨’ ଓ ‘ଆର୍ଟିକିଲ ୩୭୦’ ଭଳି ବହୁ ଫିଲ୍ମ କରିଛନ୍ତି।

ଅରୁଣଙ୍କ ଜନ୍ମ ମିରଟ ଜିଲ୍ଲାରେ ୧୨ ଜାନୁଆରୀ ୧୯୫୮ରେ ହୋଇଥିଲା, କିନ୍ତୁ ତାଙ୍କର ପିଲାବେଳ ଶାହଜାହାଁପୁରରେ ବିତିଥିଲା। ଅରୁଣ ଗୋବିଲଙ୍କ ବାପା ଚନ୍ଦ୍ରପ୍ରକାଶ ଥିଲେ ଜଣେ ସରକାରୀ ଅଧିକାରୀ। ଅରୁଣ ପାଠପଢା ମିରଟରୁ ହୋଇଥିଲା। ସେ ମିରଟର ଚୌଧୁରୀ ଚରଣ ସିଂହ ୟୁନିଭର୍ସିଟିରୁ ଇଞ୍ଜିନିୟରିଂ କରିଥିଲେ। ଏହାପରେ ଅରୁଣ ଥିଏଟର ଓ ଆକ୍ଟିଂ ଦୁନିଆରେ ଆସିଥିଲେ। ୧୯୭୫ ରେ ମୁମ୍ବାଇ ଆସିଥିଲେ ଓ ନିଜ ଭାଇ ସହିତ ରହିଥିଲେ। ଏହାପରେ ତାଙ୍କୁ ବିକ୍ରମ ବେତାଳ ଶୋ’ ମିଳିଥିଲା ଓ ପରେ ରାମୟଣରେ ରାମ ଭୂମିକାରେ ଅଭିନୟ କରିଥିଲେ। ପ୍ରତି ଏପିସୋଡ୍ ପାଇଁ ଅରୁଣ ସେତେବେଳେ ୫୧ ହଜାର ଟଙ୍କା ନେଉଥିଲେ। ‘ରାମାୟଣ’ ମୋଟ ୮୧ଟି ଏପିସୋଡ୍ ଥିଲା। ଏଭଳି ଭାବରେ ସେ ମୋଟ ୪୦ ଲକ୍ଷ ଟଙ୍କା ନେଇଥିଲେ। ରିପୋର୍ଟ ଅନୁସାରେ, ଅରୁଣଙ୍କ ମୋଟ ସମ୍ପତ୍ତି ୩୮ କୋଟି ଟଙ୍କା। ୨୦୨୨ ରେ ସେ ୬୦ ଲକ୍ଷ ଟଙ୍କାର ଲଗଜରୀ କାର ମଧ୍ୟ କିଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.