ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ପୁରୁଷ ହକି ଚାମ୍ପିଅନ୍ସ ଟ୍ରଫି: ମାଲେସିଆକୁ ହରାଇ ସେମି ଫାଇନାଲ୍‌ରେ ଭାରତ, ଆଜି ଦକ୍ଷିଣ କୋରିଆକୁ ଭେଟିବ

ନୂଆଦିଲ୍ଲୀ, ୧୨/୦୯: ଚୀନର  ହୁଲନବୁଇର ଠାରେ ଚାଲିଥିବା ପୁରୁଷ  ହକି ଚାମ୍ପିଅନ୍ସ ଟ୍ରଫିରେ ଡିଫେଣ୍ଡିଂ ଚାମ୍ପିଅନ୍‌  ଭାରତ କ୍ରମାନ୍ୱୟରେ ତୃତୀୟ ବିଜୟ ସହ  ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ବୁଧବାର  ଅନୁଷ୍ଠିତ ମ୍ୟାଚ୍‌ରେ ଦଳ ଏକତରଫା ୮-୧  ଗୋଲ୍‌ରେ ମାଲେସିଆକୁ ପରାସ୍ତ କରିଥିଲା । ରାଜ କୁମାର ପାଲ୍‌ ହ୍ୟାଟ୍ରିକ୍‌ (ତୃତୀୟ, ୨୫,  ୩୩ମିନିଟ୍‌) ଗୋଲ୍‌ କରି ବିଜୟରେ ହିରୋ  ସାଜିଥିଲେ । ଗୁରୁବାର ଭାରତ ପରବର୍ତ୍ତୀ  ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ଭେଟିବ । 

ବୁଧବାର ମୋକି ଟ୍ରେନିଂ ବେସ୍‌ ଗ୍ରାଉଣ୍ଡ୍‌ରେ ଭାରତ ଓ ମାଲେସିଆ ସାମ୍ନାସାମ୍ନି  ହୋଇଥିଲେ । ପ୍ରଥମ କ୍ୱାର୍ଟର ଆରମ୍ଭରୁ  ଭାରତ ଘନଘନ ଆକ୍ରମଣ କରି ତୃତୀୟ  ମିନିଟ୍‌ରେ ଗୋଲ୍‌ ଖାତା ଖୋଲିଥିଲା । ରାଜକୁମାର ଏହି ଗୋଲ୍‌ କରିଥିଲେ । ପରବର୍ତ୍ତୀ  ୪ମିନିଟ୍‌ ମଧ୍ୟରେ ଦଳ ଆଉ ୨ଟି ଗୋଲ୍‌  ଦେଇ ମ୍ୟାଚ୍‌କୁ ନିଜ  ନିୟନ୍ତ୍ରଣକୁ ନେଇଥିଲା । ଷଷ୍ଠ ମିନିଟ୍‌ରେ  ଅରଇଜିତ୍‌ ସିଂହ ହୁଣ୍ଡାଲ  ଓ ସପ୍ତମ ମିନିଟ୍‌ରେ ଯୁଗରାଜ ସିଂହ ଗୋଲ୍‌  ସ୍କୋର କରିଥିଲେ । ଏହି ଭାଗ ଖେଳ ଶେଷ  ସୁଦ୍ଧା ଭାରତ ୩-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ  ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ  ମଧ୍ୟ ଖାତା ଖୋଲିପାରିନଥିଲା । 

ଅନ୍ୟ ପଟରେ  ଭାରତ ଆଉ ୨ଟି ଗୋଲ୍‌ କରି ୫-୦ରେ  ଆଗେଇ ଥିଲା । ୨୨ମିନିଟ୍‌ରେ ଅଧିନାୟକ  ହର୍ମନପ୍ରୀତ ସିଂହ ଏବଂ ୨୫ମିନିଟରେ  ରାଜ କୁମାର ଗୋଲ୍‌ ଦେଇଥିଲେ । ତୃତୀୟ  କ୍ୱାର୍ଟରରେ ଭାରତ ଆଧିପତ୍ୟ ବିସ୍ତାର କରି  ଖେଳି ଆଉ ୩ଟି ଗୋଲ୍‌ କରିଥିବାବେଳେ  ମାଲେସିଆ ଗୋଟିଏ ଗୋଲ୍‌ ପରିଶୋଧ  କରିଥିଲା । ୩୩ମିନିଟ୍‌ରେ ରାଜ କୁମାର ନିଜର  ହ୍ୟାଟ୍ରିକ୍‌ ପୂରଣ କରିଥିଲେ । ସେହିପରି ୩୯  ମିନିଟ୍‌ରେ ଅରଇଜିତ ନିଜର ଦ୍ୱିତୀୟ ଏବଂ  ୪୦ମିନିଟ୍‌ରେ ଉତ୍ତମ ସିଂହ ଗୋଟିଏ ଗୋଲ୍‌  ଦେଇଥିଲେ । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା  ଭାରତ ୮-୧ରେ ଆଗୁଆ  ରହି ବିଜୟ ନିଶ୍ଚିତ କରି  ସାରିଥିଲା । ଚତୁର୍ଥ ତଥା  ଅନ୍ତିମ କ୍ୱାର୍ଟର କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏଥିରେ କେହି କାହାରିକୁ  ଗୋଲ୍‌ ଦେଇ ପାରିନଥିଲେ । ଫଳରେ  ମାଲେସିଆ ୧-୮ରେ ପରାଜିତ ହୋଇଥିଲା ।  

ସୂଚନାଯୋଗ୍ୟ, ଗତ ୨୦୨୩ ଏସିଆନ୍‌  ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତ ୪-୩  ଗୋଲ୍‌ରେ ମାଲେସିଆକୁ ହରାଇ ଚାମ୍ପିଅନ୍‌ ହୋଇଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟ  ୯ପଏଣ୍ଟ ସହ ତାଲିକାରେ ଶୀର୍ଷ ସ୍ଥାନ ବଜାୟ  ରଖିଛି । କୋରିଆ ଓ ପାକିସ୍ତାନ ସମାନ  ୫ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟ  ଓ ତୃତୀୟ ଏବଂ ଚୀନ ୩ପଏଣ୍ଟ ସହ ଚତୁର୍ଥ  ସ୍ଥାନରେ ରହଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.