ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବିଧାନସଭା ନିର୍ବାଚନ ୨୦୨୪ ଫଳାଫଳ: ଆନ୍ଧ୍ରପ୍ରଦେଶର ୧୭୫ ଏବଂ ଓଡ଼ିଶାର ୧୪୭ ଆସନ ପାଇଁ ଭୋଟ ଗଣତି ଆରମ୍ଭ

ଭୁବନେଶ୍ବର,୦୪/୦୬: ଦେଶର ୫୪୩ ଲୋକସଭା ଆସନ ସମେତ ଓଡ଼ିଶାର ୧୪୭ ଓ ଆନ୍ଧ୍ରପ୍ରଦେଶର ୧୭୫ ବିିଧାନସଭା ଆସନରେ ମତଗଣନା ଆରମ୍ଭ ହୋଇଛି। ଓଡ଼ିଶାରେ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଷଷ୍ଠ ଥର ପାଇଁ ବିଜେଡି ଓଡ଼ିଶାରେ ବିଜୟର ଧ୍ବଜା ଉଡ଼ାଇ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢ଼ୋକ୍ତି ରଖି‌ଥିବା ବେଳେ ଏଥର ବିଜେପି ମଧ୍ୟ ମୋଦୀଙ୍କ ଗ୍ୟାରେଣ୍ଟିର ପ୍ରତିଶୃତି ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲା ଏବଂ ସରକାର ପରିବର୍ତ୍ତନର ନାରା ଦେଇଥିଲା। ତେବେ ନିର୍ବାଚନୀ ପରୀକ୍ଷାରେ କିଏ ପାସ୍‌ ହେବ କିଏ ଫେଲ୍‌ ହେବ ତାହା କିଛି ଘଣ୍ଟାର ଗଣତି ପରେ ସ୍ପଷ୍ଟ ହୋଇଯିବ। 

ଓଡିଶାରେ ମେ ୧୩ ରୁ ଜୁନ୍ ୧ ପର୍ଯ୍ୟନ୍ତ ଚାରିଟି ପର୍ଯ୍ୟାୟରେ ରାଜ୍ୟର ୧୪୭ ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ତେବେ ଶେଷ ପର୍ଯ୍ୟାୟ ଭୋଟ ଦିନ ରାତି ୮ ଟା ସୁଦ୍ଧା ଓଡିଶାରେ ୬୩.୪୬ ପ୍ରତିଶତ ମତଦାନ ହୋଇଥିଲା। ଭାରତର ନିର୍ବାଚନ ଆୟୋଗ ଅନୁଯାୟୀ କଟକ ସର୍ବାଧିକ ଭୋଟ ହାର ୬୭.୯୬ ପ୍ରତିଶତ ଥିବାବେଳେ ପୁରୀର ୬୭.୩୦ ପ୍ରତିଶତ ରହିଥିଲା। 

ସେହିପରି ଓ୍ବାଇଏସ୍‌ଆର୍‌ସିପି ଶାସିତ ଆନ୍ଧ୍ରପ୍ରଦେଶରେ ଏକକାଳୀନ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମେ' ୧୩ ତାରିଖରେ ୧୭୫ ଆସନ ବିଶିଷ୍ଟ ବିଧାନସଭା ଏବଂ ସମସ୍ତ ୨୫ ଟି ଲୋକସଭା ଆସନରେ ଏକକାଳୀନ ନିର୍ବାଚନରେ ମୋଟ ୩.୩୩ କୋଟି ମତଦାନ ହୋଇ‌ଥିଲା। ମୋଟ ୪.୬୧ ଲକ୍ଷ ଭୋଟ ପୋଷ୍ଟାଲ ବାଲାଟ ମାଧ୍ୟମରେ ଦିଆଯାଇଥିଲା ଅନ୍ୟପକ୍ଷରେ ୨୬,୪୭୩ ଭୋଟର ଘରୁ ଭୋଟ୍ ଦେବାର ସୁବିଧା ପାଇଥିଲେ। ୨୬,୭୨୧ ସେବା ଭୋଟର ମଧ୍ୟ ଇଲେକ୍ଟ୍ରୋନିକ୍ ଭୋଟ୍ ଦେବାର ଅଧିକାରକୁ ବ୍ୟବହାର କରିଥିଲେ। ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମୋଟ ୨୩୮୭ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇ‌ଥିଲା। ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡି, ଟିଡିପି ପ୍ରମୁଖ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣ ପ୍ରମୁଖ ପ୍ରାର୍ଥୀ ଅଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.