ନୂଆଦିଲ୍ଲୀ,୨୨/୮: ଅଯୋଧ୍ୟା ଗଣଦୁଷ୍କର୍ମ ମାମଲା। ଅଭିଯୁକ୍ତର ସପିଂ କମ୍ପ୍ଲେକ୍ସରେ ବୁଲିଲା ବୁଲଡୋଜର। ବେଆଇନ ଭାବେ ନିର୍ମାଣ କରାଯାଇଥିବା ଅଭିଯୋଗ କ୍ରମେ କାରଖାନାକୁ ଭାଙ୍ଗି ଦିଆଯାଇଛି। ଗଣଦୁଷ୍କର୍ମ ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ତଥା ଅଭିଯୁକ୍ତ ମୋଇଦ ଖାଁଙ୍କ ବିରୋଧରେ ପଦକ୍ଷେପ ନେଇଛି ପ୍ରଶାସନ। ସେଠାରେ ବେଆଇନ ଭାବେ ମୋଇଦ ଖାଁ ଏକ ସପିଂ କମ୍ପ୍ଲେକ୍ସ ନିର୍ମାଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
ସେପଟେ ଅଯୋଧ୍ୟା ଗଣଦୁଷ୍କର୍ମ ପୀଡିତାଙ୍କ ଘରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଲକ୍ଷ୍ମୌ କେଜିଏମୟୁରେ ପୀଡିତାଙ୍କ ଗର୍ଭ ପରୀକ୍ଷା ପରେ ତାଙ୍କୁ ଭାଦର୍ସା ସହରକୁ ସ୍ଥାନାନ୍ତର କରାଯାଇଛି। ପୀଡିତାଙ୍କୁ ସରକ୍ଷା ଦେବା ଲାଗି ୩୦ ଜଣ ପୋଲିସ,ମହିଳା କନଷ୍ଟେବଳଙ୍କୁ ମୁତୟନ କରାଯାଇଛି। ଦୁଷ୍କର୍ମ ମାମଲାରେ ଗତ ଜୁଲାଇ ୩୦ରେ ଅଭିଯୁକ୍ତ ମୋଇଦ ଖାଁଙ୍କୁ ଗିରଫ କରିଥିଲା ପୋଲିସ। ପୂର୍ବରୁ ମୋଇଦଙ୍କ ପାଉଁରୁଟି କାରଖାନାଙ୍କୁ ପ୍ରଶାସନ ଭାଙ୍ଗି ଦେଇଥିଲା। ପ୍ରକାଶ ଥାଉକି, ଉତ୍ତର ପ୍ରଦେଶ ଅଯୋଧ୍ୟାର ଜଣେ ୧୨ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ସମାଜବାଦୀ ପାର୍ଟିର ନେତା ତଥା ଭଧରସା ନଗରରେ ଏକ ବେକେରୀ ଦୋକାନ ଚଲାଉଥିବା ମୋଇଦ ଖାନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୋଇଦ ଖାନ ଏବଂ ତାଙ୍କ ଦୋକାନର ଜଣେ କର୍ମଚାରୀ ନାବାଳିକାଙ୍କୁ ଅସଦାଚରଣ କରିଥିବା ଜଣାପଡିଥିଲା। ଏହାପରେ ଜୁଲାଇ ୩୦ରେ ପୋଲିସ ମୋଇଦ ଖାନ ଏବଂ ତାଙ୍କ ଦୋକାନ କର୍ମଚାରୀଙ୍କୁ ଗିରଫ କରିଥିଲା ।