ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଗଞ୍ଜାମରେ ରାତି ୮ ଟା ପରେ ବନ୍ଦ ରହିବ ଢ଼ାବା ଓ ଚା’ ଦୋକାନ , ନିର୍ବାଚନୀ ହିଂସା ରୋକିବା ନିମନ୍ତେ ପଦକ୍ଷେପ

ଛତ୍ରପୁର, ୨୫।୫ : ନିର୍ବାଚନ ପରବର୍ତ୍ତି ହିଂସା ରୋକିବା ନିମନ୍ତେ ଗଞ୍ଜାମ ପୁଲିସର  ପଦକ୍ଷେପ। ରାତି ୮ ଟା ପରେ ବନ୍ଦ ରହିବ ଢ଼ାବା ଓ ଚା ଦୋକାନ ।  ପରବର୍ତ୍ତି ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ଲାଗୁ ହେବ ଏହି ନିୟମ । ଗଞ୍ଜାମ ପୁଲିସ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଏସପି ଜଗ ମୋହନ ମୀନା ।

ଗଞ୍ଜାମ ଜିଲ୍ଲାରେ ୨ ଟି ପର୍ଯ୍ୟାୟ ରେ ନିର୍ବାଚନ ସରିଛି।  ନିର୍ବାଚନ ପରେ କେଉଁଠି ନା କେଉଁଠି ହିଂସା ଘଟୁଛି  ଯାହାକି ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାକୁ ରୋକିବା ନେଇ ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ରାତ୍ର ୮ ଟା ପରେ ଗଞ୍ଜାମ ପୁଲିସ ଜିଲ୍ଲା ଅଧିନ ଅଂଚଳରେ ଚା ଦୋକାନ ଓ ଢ଼ାବା ବନ୍ଦ ରହିବ । ଗଞ୍ଜାମ ପୁଲିସ ଜିଲ୍ଲା ର ସମସ୍ତ ଥାନା ଅଧିକାରୀ ମାନଙ୍କୁ ଏହି ନିର୍ଦେଶ ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା । ରାତି ହେଲେ ଢ଼ାବା ଓ ଚା ଦୋକାନୀ ମାନଙ୍କରେ ଗହଳି ଓ ଖଟି ହେଉଛି। ପରବର୍ତ୍ତି ସମୟରେ ରାଜନୀତି କୁ ନେଇ କମେଣ୍ଟ ମରା ସମେତ ପାଟି ତୁଣ୍ଡ ଘଟୁଛି । ଏହାକୁ ଏଡେଇବା ପାଇଁ ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି |

ଆହୁରି ପଢନ୍ତୁ : ବାରଙ୍ଗରେ ନିର୍ବାଚନୀ ହିଂସା : ୨ ଗୋଷ୍ଠୀ ମୁହାଁମୁହିଁ, ପୋଲିସର ଲାଠି ଚାର୍ଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.