ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏସ୍‌ସିବିରେ ବ୍ୟାଟେରୀ ଗାଡ଼ି ଅଭାବ, ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ

କଟକ, ୦୩/୦୪ : ଏସ୍‌ସିବିରେ ଚିକିତ୍ସାଧୀନ ରୋଗୀଙ୍କୁ ବିଭିନ୍ନ ସ୍ଥାନକୁ ନେବା ପାଇଁ ଡାକ୍ତରଖାନା ପକ୍ଷରୁ ବ୍ୟାଟେରୀ ଗାଡ଼ି ସେବା ଯୋଗାଇ ଦିଆଯାଉଛି। କିନ୍ତୁ ଆବଶ୍ୟକ ସଂଖ୍ୟକ ବ୍ୟାଟେରୀ ଗାଡ଼ି ଅଭାବ ଯୋଗୁଁ ରୋଗୀଙ୍କୁ ଠିକ୍‌ ସମୟରେ ସେବା ମିଳୁନାହିଁ । ଏପରିସ୍ଥଳେ ଏଠାରେ ଦୀର୍ଘ ଦିନ ହେଲା ବ୍ୟାଟେରୀ ଗାଡ଼ି ପରିବହନ ସେବାରେ ନିୟୋଜିତ ସଂସ୍ଥାକୁ ଚଳିତ ମାସରୁ ବାଦ୍‌ ଦିଆଯାଇଛି । ଯାହାକୁ ନେଇ ଘରୋଇ ସଂସ୍ଥାର କର୍ମଚାରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ, ଏସ୍‌ସିବିରେ ରୋଗୀମାନଙ୍କୁ ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ନେବା ଆଣିବା ପାଇଁ ୨୦୧୩ରୁ ଏକ ଘରୋଇ ସଂସ୍ଥାକୁ ବ୍ୟାଟେରୀ ଗାଡ଼ି ପରିବହନ ଦାୟିତ୍ୱ ଦିଆଯାଇଥିଲା । ଏବାବଦରେ ଡାକ୍ତରଖାନା ପକ୍ଷରୁ ଘରୋଇ ସଂସ୍ଥାକୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିଲା । ତେବେ ଉକ୍ତ ବ୍ୟାଟେରୀ ଗାଡ଼ି ପରିବହନ ସଂସ୍ଥାକୁ ବାହାର କରିବା ଲାଗି ମାର୍ଚ୍ଚରୁ ନୋଟିସ୍‌ କରାଯାଇଥିଲା । ଏହା ପୂର୍ବରୁ ଏସ୍‌ସିବିରେ ରୋଗୀ ସେବାରେ ନିୟୋଜିତ ଲାଗି ନାଲ୍‌କୋ ପକ୍ଷରୁ ବ୍ୟାଟେରୀ ଗାଡ଼ି ପାଇଁ ଆର୍ଥିକ ଅନୁଦାନ ଦିଆଯାଇଥିଲା । ଉକ୍ତ ଅନୁଦାନରେ ଡାକ୍ତରଖାନା କର୍ତ୍ତୃପକ୍ଷ ନୂଆ ବ୍ୟାଟେରୀ ଗାଡ଼ି କିଣିଥିଲେ । ଏବେ ପ୍ରାୟ ୫ଟି ନୂଆ ବ୍ୟାଟେରୀ ଗାଡ଼ି କାର୍ଯ୍ୟକ୍ଷମ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ରୋଗୀ ସଂଖ୍ୟା ତୁଳନାରେ ଆବଶ୍ୟକ ସଂଖ୍ୟକ ଗାଡ଼ି ନଥିବାରୁ ସମସ୍ୟା ହେଉଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ଏସ୍‌ସିବି ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ପଚାରିବାରେ ଏହି ସମସ୍ୟା ସଂପର୍କରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.