ପ୍ରମୂଖ ଖବର

ବିଜେପିର ମିଶ୍ରଣ ପର୍ବ : ଯୋଗଦେଲେ ୧୦୦ ରୁ ଊର୍ଦ୍ଧ୍ବ ଅନ୍ୟ ଦଳର କର୍ମୀ

ନୀଳଗିରି,୧/୨(ଆ.ପ୍ର): ନୀଳଗିରି ବ୍ଲକ ଅଧିନ ତେଲିପାଳ ଠାରେ ବିଜେପିର ଏକ ମିଶ୍ରଣ ପର୍ବରେ ଯୋଗଦେଲେ ଅନ୍ୟ ଦଳର ଶତାଧିକ କର୍ମୀ। ବିଜେପିର ନୀତି,ଆଦର୍ଶ ଏବଂ ବିଧାୟକ ଇଂ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ନୀଳଗିରି ନିର୍ବାଚନ ମଣ୍ଡଳୀର ଗରଡ଼ିହି ଓ ଛତ୍ରପୁର ପଞ୍ଚାୟତର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବକର୍ମୀ  ବିଜେପିରେ ଯୋଗ ଦେଇଛନ୍ତି। 

ସୂଚନାଯୋଗ୍ୟ ତେଲିପାଳ ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ବିଜେପି ମିଶ୍ରଣ ପର୍ବରେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତରେ  ସମସ୍ତେ ଯୋଗ ଦେଇଥିଲେ।ଶତାଧିକ କର୍ମୀ ମିଶିବା ପରେ ତାଙ୍କୁ  ଫୁଲତୋଡା ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ନୀଳଗିରି ବଣସୀମା ଅଞ୍ଚଳରେ ଏହି ଯୁବକ ମାନେ ବିଜେପିରେ ଯୋଗଦେବା ଫଳରେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ସୁଦୃଢ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି ନୀଳଗିରି ବିଧାୟକ ଇଂ ନାୟକ।ଏହି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ଉପେନ୍ଦ୍ର ଦାସ,ଆରବନ୍ଧ ସରପଞ୍ଚ କୁଳମଣୀ ନାୟକ,ଅଶୋକାଶିନୀ ନାୟକ,ରାଜେଶ ନାୟକ, ସୁକାନ୍ତ ବେହେରା, ପ୍ରତାପରୁଦ୍ର ସିଂ, ହରେକୃଷ୍ଣ ମାଝୀ ସମେତ ବହୁ ଦଳୀୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.