ପ୍ରମୂଖ ଖବର

ଜାମ୍ମୁକାଶ୍ମୀର ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ନୌଶେରାରୁ ଲଢ଼ିବେ ପ୍ରଦେଶ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର ନିର୍ବାଚନ ଲାଗି ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ଦଳ ନିଜ ନିଜର ପ୍ରର୍ଥୀଙ୍କ ତାଲିକା ଜାରି କରୁଛନ୍ତି । ଏହା ଭିତରେ ସୋମବାର ଚତୁର୍ଥ ପ୍ରାର୍ଥୀ ତାଲିକା ଜରି କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଆଜିର ଏହି ତାଲିକାରେ ବିଜେପି ରାଜ୍ୟ ଅଧ୍ୟକ୍ଷ ରବିନ୍ଦର ରାଇନାଙ୍କୁ ନୌଶେରା ଆସନରୁ ପ୍ରାର୍ଥୀ କରିଛି । ଏହା ସହ ୯୦ ଆସନରୁ ମୋଟ ୫୧ ଆସନରେ ପ୍ରାର୍ଥୀ ଦେଇସାରିଛି ବିଜେପି । 

ଏହି ସବୁ ଆସନରେ ସେପ୍ଟମ୍ବର ୧୮ରେ ନିର୍ବାଚନ ହେବାକୁ ଯାଉଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସେପ୍ଟମ୍ବର ୨୫ରେ ହେବାକୁ ଥିବା ବେଳେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅକ୍ଟୋବର ୧ରେ ହେବ । ନିର୍ବାଚନ ଫଳାଫଳ ଅକ୍ଟୋବର ୮ରେ ଘୋଷଣା କରିବେ ନିର୍ବାଚନ ଆୟୋଗ । ଏହି ସହ ସେହି ଦିନ ହରିୟାଣାର ମଧ୍ୟ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । 

ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅନୁସାରେ, ଐଜାଜ ହୁସୈନ ଲାଲ ଚୌକରୁ ନିର୍ବାଚନ ଲଢ଼ିବେ । ଆରିଫ ରାଜା ଏଦିଘା, ଅଲି ମହମ୍ମଦ ମିର ଖାନସାହିବ, ଜାହିଦ ହୁସୈନ ଚରାର ଆଇ ଶରିଫ, ରବିନ୍ଦର ରାଇନା ନୌଶେରା ଏବଂ ବିବୋଧ ଗୁପ୍ତା ରାଜୋରୀରୁ ନିର୍ବାଚନ ଲଢ଼ିବେ ।  ଚତୁର୍ଥ ପ୍ରାର୍ଥୀ ତାଲିକା ଆସିଥିବା ବେଳେ ଦଳର ବରିଷ୍ଠ ନେତା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ଏବଂ ପୂର୍ବତନ ମନ୍ତ୍ରୀ ସତପାଲ ଶର୍ମା, ପ୍ରିୟା ସେଠୀ ଏବଂ ଶାମଲାଲ ଚୌଧୁରୀଙ୍କୁ ଟିକେଟ ମିଳିନାହିଁ ।

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.