ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବାଡ଼ ଘେରରେ ଜଳଛତ୍ର: ବରିଷ୍ଠ ନାଗରିକ, ମହିଳା, ଦିବ୍ୟାଙ୍ଗ କେମିତି ପିଇବେ ପାଣି, ମାଠିଆ ଥିଲେ ଗ୍ଲାସ ନାହିଁ...

ଭୁବନେଶ୍ୱର,୧୮/୦୩: ଚକାଚକ୍‌ ହୋଡିଂ ଲଗା ଜଳଛତ୍ର ଷ୍ଟଲ । ଦୂରରୁ ଚମକୁଛି । ପାଣି ପାଇଁ ଧାଇଁଗଲେ,ମରିଚିକା  ଭଳି ଲାଗୁଛି । ନାଁ ମାଠିଆ, ଅଛି ନା ଗ୍ଲାସ । ଯଦି ଦୁଇଟା ଅଛି, ତାହାଲେ ପାଣି ପିଇବାକୁ  ବାଡ଼ ଡେଇଁବାକୁ ପଡିବ । ରାଜଧାନୀରେ ଏମିତି ଜଳଛତ୍ର ଖୋଲିଛି ବିଏମ୍‌ସି ।  

ରବିବାର ମଧ୍ୟାହ୍ଣ ପ୍ରାୟ ୧୨ଟା । ଢୁ ଢୁ ଖରା । ମୁଣ୍ଡ ଉପରେ ସୂର୍ଯ୍ୟ । ତଣ୍ଟି ଶୁଖି ଯାଉଥାଏ । କୋଳଥିଆ ଛକ ବସ୍‌ଷ୍ଟପ ବିଏମ୍‌ସି ଜଳଛତ୍ର ନିକଟରେ ପାଣି ପିଇବାକୁ ଜଣେ ଦିବ୍ୟାଙ୍ଗ ପହଞ୍ଚିଲେ । ହେଲେ ଜଳଛତ୍ର ଚାରିପାଖ ବାଡ଼ ବନ୍ଧା ହୋଇଛି । ସ୍ୱେଚ୍ଛାସେବୀ କି ବିଏମ୍‌ସିର କର୍ମଚାରୀ କେହି ନାହାନ୍ତି । ପାଣି ପିଇବେ କଣ ବାଧ୍ୟ ହୋଇ ସେଠୁ ଫେରୁଥିଲେ ।  ସେଠାରେ ଉପସ୍ଥିତ ଅନ୍ୟ ଜଣେ ବ୍ୟକ୍ତି  ବାଡ଼ ଡେଇଁ ମାଠିଆ ପାଖରେ ପହଞ୍ଚିଲେ ।  ହେଲେ ମାଠିଆ ଖାଲି ଖଲି ଥିଲା ।  ନିୟୁ ଏୟାରପୋର୍ଟ ରାସ୍ତା ଡ୍ରେନ୍‌ ଉପରେ ଜଳଛତ୍ର ଷ୍ଟଲ ବନ୍ଧା ହୋଇଛି। ଜଣେ ବ୍ୟକ୍ତି  ପାଣି ପିଇବାକୁ ଆସିଲେ । ସେଠି ମାଠିଆ  ନଥିଲା । ବାଧ୍ୟ ହୋଇ ସେ ମୁହଁ ଫେରାଇ ଫେରିଲେ । ଇଏ ହେଉଛି ଭୁବନେଶ୍ୱରରେ  ବିଏମସି କରିଥିବା ଜଳଛତ୍ରର ନଗ୍ନ ଉଦାହରଣ । 

ରାଜଧାନୀରେ ପାରଦ ୩୭ ଡିଗ୍ରୀ  ଡେଇଁଲାଣି । ଖରା ବି ଅସହ୍ୟ ହେଲାଣି ।  ଏହାକୁ ନଜରରେ ରଖି ଡେରିରେ ହେଉ ପଛେ ବିଏମ୍‌ସି ଚେତିଲା । ବିଭିନ୍ନ ଜୋନ୍‌ରେ ବିଏମ୍‌ସି ପକ୍ଷରୁ ଜଳଛତ୍ର ଖୋଲାହେଲା ।  ଚିକିମକିଆ ବିଏମ୍‌ସି ଲେଖା ହୋଡିଂରେ ଅସ୍ଥାୟୀ ବ୍ୟାରିକେଡ କରାଯାଇଛି । ହେଲେ କେଉଁଠି ମାଠିଆ ନାହିଁ ତ ପୁଣି କେଉଁଠି ମାଠିଆ ଥିଲେ ଗ୍ଲାସ ନାହିଁ । ଆଉ କେଉଁଠି  ପାଣି ଦେବାକୁ ଥିବା କର୍ମଚାରୀ ନାହାନ୍ତି । ଆଉ ସେଥିରେ ପୁଣି ବାଡ ଏମତି ବନ୍ଧା ହୋଇଛି ଯେ ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଯାଇ ନିଜେ ପାଣି ପିଇ ପାରିବେନାହିଁ । ବିଏମ୍‌ସିର  ଏପରି ତୃଟିପୂର୍ଣ୍ଣ ଜଳଛତ୍ରକୁ ନେଇ ଲୋକଙ୍କ  ମଧ୍ୟରେ ଅସନ୍ତୋଷ ବଢ଼ୁଛି ।  ପୂର୍ବରୁ ବିଭିନ୍ନ ଏନ୍‌ଜିଓ ଜଳଛତ୍ର  ଖୋଲୁଥିଲେ । ପ୍ରଥମ କରି ଏଥର ବିଏମ୍‌ସି  ଜଳଛତ୍ର ଖୋଲିବାକୁ ନିଷ୍ପତ୍ତି ନେଲା । 

ପ୍ରତି  ୱାର୍ଡରେ ୫ଟି ଲେଖାଁଏ ଜଳଛତ୍ର ଖୋଲିବାକୁ  ପ୍ରସ୍ତାବ ଥିଲା । କର୍ପୋରେଟରମାନେ ଏଥିପାଇଁ  ସହଯୋଗ କରିବାକୁ କର୍ପୋରେସନ ବୈଠକରେ  ଜୋର ଦେଇ କହିଥିଲେ । ହେଲେ ଠିକଣା  ବେଳକୁ କାହାର ଦେଖା ମିଳିଲାନାହିଁ । ତେଣୁ  ପ୍ରତି ଜଳଛତ୍ର ନିକଟରେ ୨ ଜଣ କର୍ମଚାରୀ  ବିଏମ୍‌ସି ନିୟୋଜିତ କରିଛି । ୨ ଜଣ ଅଣକୁଶଳୀ  ଶ୍ରମିକଙ୍କ ମଜୁରୀ ବାବଦରେ ୪୫୦ ଟଙ୍କା  ହାରରେ ପ୍ରତିଦିନ ୯୦୦ ଟଙ୍କା ଖର୍ଚ୍ଚ ହେଉଛି ।  ହେଲେ ଏସବୁ କାଗଜ କଲମରେ ଚାଲୁଛି ।  ସମସ୍ୟା ଏତିକିରେ ସରିନାହିଁ । ଜଳଛତ୍ର  ପଏଣ୍ଟରେ ମିଳୁଥିବା ପାଣିର ମାନକୁ ନେଇ  ମଧ୍ୟ ପ୍ରଶ୍ନ ଉଠିଛି । ପ୍ରତିଦିନ ପାଣି ପରିବର୍ତ୍ତନ  ହେଉଛି କି ନାହିଁ । ପାଣି କେଉଁଠୁ ଆସୁଛି  ସେ କଥା କାହାକୁ ଜଣାନାହିଁ । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ଖୋଲିବାକୁ ଥିବା  ୩୦୦ ଜଳଛତ୍ର ମଧ୍ୟରୁ ମାତ୍ରରେ ୪୦ରୁ  ୫୦ଟି ଖୋଲିଛି । ଦକ୍ଷିଣ-ପୂର୍ବ ଓ ଉତ୍ତର  ଜୋନରେ ଏହି ସଂଖ୍ୟା ବହୁତ କମ୍‌ । 

ବିଏମ୍‌ସି  ଜରୁରୀକାଳୀନ ଅଧିକାରୀ ପ୍ରିୟଙ୍କା ମଲ୍ଲିକ  କହିଛନ୍ତି, ଏ ନେଇ ଆମେ ତର୍ଜମା କରିବୁ ।  ବ୍ୟାରିକେଡ ବନ୍ଧାକୁ ନେଇ ସିଟି ଯନ୍ତ୍ରୀ ବିଳାଶ  କୁମାର ବେହେରା କହିଛନ୍ତି, ଘଟଣା ଅନୁଧ୍ୟାନ  ପରେ ମତ ରଖିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.