ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗଳି କନ୍ଦିରୁ ମନ୍ଦିର ଯାଏ ଚର୍ଚ୍ଚା... ଭାଙ୍ଗ ବିନା ଜମିବ କି ସାଙ୍ଗକୁ ପଙ୍ଗତ !

ପୁରୀ, ୧୪/୦୮ : ମରିଚି ପାଣିକୁ ମାଡ଼। ଭାଙ୍ଗର ପରିଚୟ ପୁରୀରେ ‘ମରିଚି ପାଣି’ । ଏଣିକି ଭାଙ୍ଗ ହେଲା ମାଦକ ଦ୍ରବ୍ୟ । ଭାଙ୍ଗ ଉପରେ ସରକାରୀ ଛାଟ ବସିବାରେ ସହରରେ ଭାଳେଣି ପଡ଼ିଛି । ଗଳି କନ୍ଦିରୁ ମନ୍ଦିର ସବୁଠି ଗୋଟିଏ ଚର୍ଚ୍ଚା । ସକାଳୁ ଟେଳେ ନପଡ଼ିଲେ ପୋଖରିପାଣି କେମିତି ଯିବେ! ଦିନ ବିତିବ କିପରି! ପୁଣି ପୁରୀର ନିଆରା ଚଳଣିକୁ ଦେଶସାରା ଜାଣନ୍ତି । ସାଙ୍ଗ, ଭାଙ୍ଗ ଓ ପଙ୍ଗତର ମାହୋଲକୁ ଲୋକେ ଆଦରରେ ଗ୍ରହଣ କରିନିଅନ୍ତି । ଏସବୁକୁ ସୁହାଏ ପୁରୀର ଜାଗା ଆଖଡ଼ା ସଂସ୍କୃତି । ଏବେ ଭାଙ୍ଗ ବିକିଲେ ସରକାରୀ କାର୍ଯ୍ୟାନୁଷ୍ଠାନ ଶୁଣିବା ପରେ ଦିନ ଚର୍ଯ୍ୟା ନେଇ ସନ୍ଦେହ ଘେରରେ ପଡ଼ିଛନ୍ତି ହଜାର ହଜାର ପୁରୀବାସୀ । 

ଭାଙ୍ଗର ଏଠି ବିଭିନ୍ନ ରୂପ । ନେଳି ପାଣି, ମରିଚି ପାଣି, ଟେଳେ ଗୁଳେ ଓ ଏପରିକି ଚୁରୁମା (ଭାଙ୍ଗ ଗୁଣ୍ଡ) ଟିକିଏ ହେଲେ ମଧ୍ୟ ଦିନ କଟେ । ପୁଣି କିଏ ସ୍ନେହରେ ଭାଙ୍ଗକୁ କୁହେ ସିଦ୍ଧି । ଯାନିଯାତ୍ରା, ପର୍ବପର୍ବାଣୀ ଓ ଉତ୍ସବ ବାରରେ ଭାଙ୍ଗ ମୁନ୍ଦେ ନହେଲେ ଜମେନି । ଭାଙ୍ଗକୁ ବାଇ(ପ୍ରିୟ) ମିଠା । ଛେନା ଓ ଖୁଆ ସର ଆଦିରେ ଯେତେ ପ୍ରକାରେ ମିଠା ପୁରୀରେ ମିଳେ ଆଉ କେଉଁଠି ନାହିଁ । ମନ୍ଦିର ପାଖ ଲୋକେ ଟିକିଏ ଅଧିକ ପ୍ରେମୀ । ଆଉ ପୁରୀ ଚଳଣିରେ ମଜ୍ଜି ଯାଇଥିବା ବାହାର ଲୋକ ମଧ୍ୟ ଏହି ମୋହରେ ବନ୍ଧା । ଜିଲ୍ଲାର ଗ୍ରାମାଞ୍ଚଳକୁ ମଧ୍ୟ ଛୁଇଁଛି ପୁରୀ ଚଳଣି । ଶିବଙ୍କ ମନ୍ଦିର ଠାରୁ ନଈ କୂଳ ଖେଦା ଖେଦା ହୋଇ ଜମେ ଭାଙ୍ଗର ଆସର । ଭାଙ୍ଗ ପ୍ରସ୍ତୁତିରେ ଗୋଲମରିଚ, ଜାଇପତ୍ରି, ପୋସ୍ତକ, ପିସ୍ତାବାଦାମ୍‌ ଆଦି ଆହୁରି କେତେ କଣ ବଟା ହୁଏ । ସେଥିପାଇଁ ସାହି ଗଳିକନ୍ଦିରେ ଭାଙ୍ଗ ଦୋକାନ ଖୋଲିଛି । ଦୋକାନ ସମ୍ମୁଖରେ ଗ୍ରାହକଙ୍କ ଭିଡ଼ ଜମୁଛି । 

ପୁରୀର କାଳିଆ ଷଡ଼ଙ୍ଗୀ କୁହନ୍ତି ଏଠି ମଦ ଓ ବ୍ରାଉନ୍‌ ସୁଗାର ଭଳି ନିଶା ବ୍ୟାପୁଛି । ସରକାର ଜଗି ପାରୁ ନାହାନ୍ତି । ଭାଙ୍ଗ ଟିକିଏକୁ ଠେଙ୍ଗା ଦେଖାଉଛନ୍ତି । ଭାଙ୍ଗ ଆମର ନିଶା ନୁହେଁ । ଆମ ଜୀବନ ଧାରା । ଦିନକୁ ଧାପେ ହୋଇଗଲେ ଗଡ଼ିଲା ଜୀବନ । କିଛି ବର୍ଷ ପୂର୍ବେ ଏମିତି ଧରାଓଗଳା କରି ନାକେଦମ୍‌ କରୁଥିଲେ ପୁଲିସ । ଭାଙ୍ଗ ଖାଇଲେ ଭରା ଖାଦ୍ୟ ନେବେ । ଏହା ସାଙ୍ଗକୁ ସକାଳୁ ପେଟ ପରିଷ୍କାର । ଜାଗା ଘରେ କେତେ ଶିଳ ଉଡ଼ିଯାଇଛି । ପୁରୀରେ ଭାଙ୍ଗ ରୋକିବା ଅର୍ଥ ପୁରୀ ଚଳଣିର ବାଟ ଓଗାଳିବା । ପୁରୀ ଭାଙ୍ଗର ମଜ୍ଜା ନେଇ ଅନୁଗୁଳର ସିଦ୍ଧାର୍ଥ ପ୍ରଧାନ କୁହନ୍ତି ଏଠି ସବୁ ବିନ୍‌ଦାସ । ବୋମା (ଭାଙ୍ଗ ଗୁଳା) ପକାଇଲେ ଅଧ ଘଣ୍ଟାପରେ ଫୁଟେ । ଅସ୍ଥିର ମନ ସ୍ଥିର ହୋଇଯାଏ । ବସ୍ତୁବାଦୀ ଦୁନିଆ ସହିତ କୌଣସି ସମ୍ପର୍କ ନଥାଏ । ମନ ହାଲୁକା ହୋଇଯାଏ । ପୁରୀର ବିଶି ଆପଟ କୁହନ୍ତି ପୁରୀ ଓ ବନାରସ ଭଳି ଆଧ୍ୟାତ୍ମିକ ସ୍ଥାନରେ ଭାଙ୍ଗର ଆଦୃତି ରହିଛି। 

ପୁରୀରେ ସାଙ୍ଗ, ଭାଙ୍ଗ ଓ ପଙ୍ଗତର ପ୍ରଥା ଅଛି । ପୁରୀକୁ ଯିଏ ଆସେ ସେ ଭାଙ୍ଗର ମଜ୍ଜା ନିଏ । ଜାଣିବା ଲୋକେ ଜାଣନ୍ତି ଏହାର ଆନନ୍ଦ । ରାଗିବାକୁ ଇଛା ନହୋଇ କେବଳ ହସୁଥାଏ । ଯୁବରୁ ବୟସ୍କଙ୍କ ଯାଏ ସବୁ ବର୍ଗର ବ୍ୟକ୍ତିବିଶେଷ ଭାଙ୍ଗ ସହ ମିଠା ଖାଇ ମଜ୍ଜା ଉଠାନ୍ତି । ଭାଙ୍ଗ ଜୀର୍ଣ୍ଣ କରାଏ, ମନକୁ ଉତ୍ତ୍ୟକ୍ତ କରାଏ ନାହିଁ, କଷ୍ଟ ଲାଘବ କରାଏ । ନିଶା ବୋଲି କୁହାଯାଉଥିଲେ ମଧ୍ୟ ଲୋକଙ୍କ ଚଳଣି ସହ ଏହା ଜଡ଼ିତ । ହେଲେ ଯେତେ ଯାହା ଚର୍ଚ୍ଚା ହେଉଥିଲେ ସୁଦ୍ଧା ଭାଙ୍ଗ ହେଉଛି ଏକ ପ୍ରକାର ନିଶା । ଏହାକୁ ଖାଇଲେ ମନରେ ଅସ୍ଥିରତା ଆସେ । ଶରୀର ମାନ୍ଦା ଲାଗେ । ମାନସିକ ଭାରସାମ୍ୟ ସନ୍ତୁଳନ ହଜିଯାଏ । କାର୍ଯ୍ୟକୁଶଳତା ଓ ସୃଜନଶୀଳତା ଉପରେ ମଧ୍ୟ ପ୍ରଭାବ ପକାଏ । ଏବେ ଭାଙ୍ଗ ମାଦକ ଦ୍ରବ୍ୟ କହି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କଲାପରେ ପୁରୀ ଚଲଣି ଉପରେ କି ପ୍ରଭାବ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.