ଭୁବନେଶ୍ୱର ୧୩/୦୫: କୁଖ୍ୟାତ ଚେନ ଛିନତାଇ ଲୁଟେରା ଗିରଫ। କୁଖ୍ୟାତ ଲୁଟେରା ବିଷ୍ଣୁ ପ୍ରସାଦ ଜେନା ଓରଫ ଚନ୍ଦନକୁ ବାନ୍ଧିଲା କମିସନରେଟ ପୋଲିସ। ୨ ଲକ୍ଷ ୧ ହାଜର ଟଙ୍କା ଜବତ କରାଯାଇଛି । ୨ ମାସରେ ୧୪ ଚେନ ଛିନ୍ ତାଇ କରିଛି ଚନ୍ଦନ। ୨୦୦ ଗ୍ରାମ ସୁନା ଜବତ କରାଯାଇଥିବା ବେଳେ ଗୋଟିଏ ପଲର୍ସର ବାଇକ୍ ମଧ୍ୟ ଜବତ କରାଯାଇଛି ।
ସୂଚନା ମୁତାବିକ, ଚନ୍ଦନ ପୁରୀରୁ ଆସି ଖୋର୍ଦ୍ଧାରେ ରହି ବିଭିନ୍ନ ଅଞ୍ଚଳରେ ଲୁଟ କରୁଥିବା। ଚନ୍ଦନ ନାମରେ କମିଶନରେଟ୍ ପୋଲିସରେ ୧୪ ଟି ମାମଲା ରହିଛି । ପୂର୍ବରୁ ବ୍ରାଉନସୁଗର ମାମଲାରେ ଗିରଫ ହୋଇ ସେ ଜେଲରେ ଥିବା ବେଳେ ଗତ ଫେବୃଆରୀ ମାସରେ ଜାମିନରେ ଆସି ପୁଣି ଛିନତାଇ ଆରମ୍ଭ କରି ଦେଇଥିଲା । ଚନ୍ଦନ ଧରାପଡିବା ପରେ ଚେନ୍ ଲୁଟ୍ ଘଟଣାର ସିନ୍ ରିକ୍ରିଏସନ୍ କରିଛି ପୋଲିସ।