ନୂଆଦିଲ୍ଲୀ,୭।୯: ଆନ୍ଧ୍ର ପ୍ରଦେଶରେ ଭୟଙ୍କର ବନ୍ୟା। ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ। ଏଭଳି ସ୍ଥିତି ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ବେଳେ ଗୁରୁବାର ସେ ବଡ଼ ଧରଣର ଏକ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ରେଲଓ୍ବେ ବ୍ରିଜ୍ରେ ଠିଆ ହୋଇ ବନ୍ୟା ନଦୀ ପାଣି ଦେଖିବା ବେଳେ ଖୁବ୍ ନିକଟ ଦେଇ ଦ୍ରୁତ ଗତିରେ ଏକ ଟ୍ରେନ୍ ଚାଲିଯାଇଥିଲା। ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ ହେଉଛି।
VIDEO | Andhra Pradesh CM N Chandrababu Naidu (@ncbn) had a narrow escape on Thursday evening when a train went past him as he was walking on the Budameru railway bridge in #Vijayawada to take stock of the flood situation.#VijayawadaFloods #AndhraFlood
— Press Trust of India (@PTI_News) September 6, 2024
(Source: Third Party) pic.twitter.com/tviE8mW5jk
ଚନ୍ଦ୍ରବାବୁ ନାଇଡୁ ଏହି ସମୟରେ ଏକ ସଙ୍କୀର୍ଣ୍ଣ ରେଲଓ୍ବେ ପ୍ଲାଟଫର୍ମ ବ୍ରିଜ୍ର ରେଲିଂ ପାଖରେ ଠିଆ ହୋଇଥିଲେ। ଟ୍ରେନ ଆସିବ ବୋଲି ସେ ପ୍ରସ୍ତୁତ ନଥିଲେ। ହଠାତ ଟ୍ରେନ୍ ଯିବା ପରେ ସମସ୍ତେ ଚକିତ ଓ ଭୟଭୀତ ହୋଇଯାଇଥିଲେ। ତାଙ୍କ ସହ ବହୁ ଅଧିକାରୀ ଏବଂ ଏନ୍ଏସ୍ଜି କମାଣ୍ଡୋ ମଧ୍ୟ ଥିଲେ।
ଉଲ୍ଲେଖନୀୟ ଯେ, ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରେ ବୁଡାମେରୁ ନାମକ ଛୋଟ ନଦୀ ବନ୍ଧରେ ଆସିଥିବା ଫାଟକୁ ବନ୍ଦ କରିବା ପାଇଁ ଭାରତୀୟ ସେନାର ଇଞ୍ଜିନିୟରିଂ ଟାସ୍କ ଫୋର୍ସ ଯୁଦ୍ଧ ସ୍ତରରେ କାମ କରୁଛି। ରାଜ୍ୟ ସରକାର ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସହରରେ ବନ୍ୟା ଆସିଥିଲା। ଦୁଇଟି ଫାଟକୁ ବନ୍ଦ କରି ଦିଆଯାଇଛି। ତୃତୀୟ ଫାଟ କରିବା ପାଇଁ ଟାସ୍କ ଫୋର୍ସ, ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ମିଶି କାମ କରୁଛନ୍ତି।