ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ପିଏମ୍ କରିଦେଲେ ବି ଯିବି ନାହିଁ’, ଏନଡିଏରେ ସାମିଲ ହେବାକୁ ନେଇ କାହିଁକି ଏଭଳି କହିଲେ ଚନ୍ଦ୍ରଶଖର ଆଜାଦଙ୍କ ଗୋଷ୍ଠୀ

ନୂଆଦିଲ୍ଲୀ, ୮/୬ : ଲୋକସଭା ନିର୍ବାଚନ ୨୦୨୪ଶେଷ ହେବା ପରେ ଏବେ ନୂଆ ସରକାର ଗଠନ ହେବାକୁ ଯାଉଛି । ନରେନ୍ଦ୍ର ମୋଦୀ ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏହି ସବୁ ମଧ୍ୟରେ ଉତ୍ତରପ୍ରଦେଶର ନଗୀନା ସିଟ୍ ଜିତି ସାଂସଦ ହୋଇଥିବା ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ କହିଛନ୍ତି କି ଯଦି ଏନଡିଏ ତାଙ୍କୁ ପ୍ରଧାନମନ୍ତ୍ରୀ ବି କରିବ ତେବେ ବି ସେ ସେହି ସଂଗଠନରେ ସାମିଲ ହେବେ ନାହିଁ । 

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ କହିଛନ୍ତି କି, ‘ନଗୀନାର ଜନତା ମୋତେ ତାଙ୍କ ହିତ ରକ୍ଷା ପାଇଁ  ଭୋଟ୍ ଦେଇଛନ୍ତି । ସମ୍ବିଧାନର ବିରୋଧିଙ୍କୁ ଉଚିତ ଶିକ୍ଷା ଦେବାକୁ ଭୋଟ ଦେଇଛନ୍ତି । ରାଜନୈତିକ ଶକ୍ତି ଜରୁରୀ ଅଟେ ମାତ୍ର ସେଥିଲାଗି ବିଚାରଧାରା ସହ ବୁଝାମଣା ନୁହେଁ ଏବଂ ଏଭଳି ସ୍ଥଳେ ଏନଡିଏରେ ସାମିଲ ହେବାର ପ୍ରଶ୍ନ ଉଠୁ ନାହିଁ । ’ 

ସେହିଭଳି ସେ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି କି, ସରକାରୀ ଦଳ ଯଦି ଏତେ ଭଲ ହୋଇଥାନ୍ତା ତ ଏତେ କମ୍ ସିଟ୍ ଆସି ନଥାନ୍ତା । ଏହା ଏକ ପରାଜୟ ଭଳି ଅଟେ । ସରକାରୀ ଦଳ ୪୦୦ର ଦାବି କରିଥିଲା ଏବଂ ଜନତା ତାଙ୍କୁ କେଉଁଠି ନେଇ ପହଞ୍ଚାଇଲେ । ଯଦି ବିଜେପିର ଶୀର୍ଷ ନେତା ଡ୍ୟାମେଜ କଣ୍ଟେ୍ରାଲ ନ କରିନଥାନ୍ତେ ତ ତାଙ୍କ ସିଟ୍ ୨୦୦ରୁ ବି କମ୍ ରହିଥାନ୍ତା । ଆଜାଦ ସମାଜ ପାର୍ଟି ନିଜ ହିତ ଲାଗି କାମ କରିବ । ମୁଁ ପଦ ପ୍ରତିଷ୍ଠା ଲାଗି ରାଜନୀତିରେ ଆସି ନାହିଁ ।’

ଏଏସପି ମୁଖ୍ୟ କହିଛନ୍ତି କି, ‘ମୁଁ କେବଳ ଦଳିତଙ୍କ ଭୋଟରେ ନୁହେଁ ବରଂ ପାଳ, ପ୍ରଜାପତି, କଶ୍ୟପ, ସ୍ୟାନୀ ମୋର୍ଯ୍ୟ, ଶାକ୍ୟ ଏବଂ ମୁସଲିମ୍ ସବୁ ଲୋକେ ମୋତେ ଭୋଟ ଦେଇଛନ୍ତି ।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.