ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଘଟଗାଁରେ କରିବେ ରୋଡ୍ ଶୋ'

କେନ୍ଦୁଝର, ୨୩।୬: କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜ ଜନ୍ମମାଟି କେନ୍ଦୁଝରରେ ଦିନ ୧୧ଟାରେ ଘଟଗାଁ ହାଇସ୍କୁଲରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ଲାଗିଛି ଲୋକଙ୍କ ଲମ୍ୱା ଲାଇନ୍ । ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି କେନ୍ଦୁଝରବାସୀ । ଘଟଗାଁରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ମା' ତାରିଣୀଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । 

ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ବଳଦେବ ଜୀଉଙ୍କ ଦର୍ଶନ କରିବେ । ଏହା ପରେ ରୋଡ୍ ଶୋ' କରି କେନ୍ଦୁଝର ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ଉଦ୍‌ବୋଧନ ଦେବେ । ପୁରୁଣା ବଜାରଠାରୁ ଏକ ରୋଡ୍‌ ସୋରେ ଆସି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ଷ୍ଟାଡିୟମ୍‌ରେ ଜନସମାବେଶକୁ ସମ୍ବୋଧିତ କରିବା ସହିତ ବିଭିନ୍ନ ସଙ୍ଗଠନ ପକ୍ଷରୁ  ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ପରେ ସନ୍ଧ୍ୟାରେ ସର୍କିଟ୍‌ ହାଉସ ଯାଇ ରାତ୍ରୀଯାପନ କରିବେ ।  

୨୪ ତାରିଖ ସକାଳ ୧୦ଟା ୩୦ ମିନିଟ୍‌  ସମୟରେ ହେଲିକପ୍ଟର ଯୋଗେ ନିଜ ଗ୍ରାମ ରାଇକଳା ଅଭିମୁଖେ ଯାତ୍ରା କରିବେ । ଝୁମ୍ପୁରା ବ୍ଲକ୍‌ ଦୁର୍ଗା ପଡ଼ିଆଠାରେ ଜନସମାବେଶକୁ ସମ୍ବୋଧିତ କରିବା ସହିତ ବିଭିନ୍ନ ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ଜଣାପଡ଼ିଛି । ଅପରାହ୍ନ ୨ଟା ୪୫ ମିନିଟ୍‌ରେ ସଡ଼କ ପଥରେ ରାଇକଳା ନିଜ ଗ୍ରାମରେ ପହଞ୍ଚିବା ପରେ ମଧ୍ୟାହ୍ନଭୋଜନ ନିଜ ଘରେ କରିବେ । ରାଇକଳାରେ ଲୋକମାନଙ୍କ ସହିତ ଭାବ ବିନିମୟ କରିବା ପରେ ଅପରାହ୍ନ ୫ଟାରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମଥର ପାଇଁ କେନ୍ଦୁଝର ଗସ୍ତରେ ଆସୁଥିବାରୁ ଅସ୍ଥାୟୀ ହେଲିପ୍ୟାଡ୍‌ ସହିତ ସୁରକ୍ଷା ବ୍ୟବସ୍ଥା ଓ ଅସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । 



 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.