ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିନେମା ପ୍ରେମୀ ଦିବସ : ୩୧ମଇରେ ୯୯ଟଙ୍କାରେ ଦେଖିପାରିବେ ଫିଲ୍ମ

ନୂଆଦିଲ୍ଲୀ,୩୦/୫ :  ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ସିନେମା, କାହାକୁ ଭଲ ଲାଗେନି ଦେଖିବାକୁ । କିଏ ସିଙ୍ଗଲ୍ ସ୍କ୍ରିନରେ ଦେଖିବାକୁ ଭଲ ପାଆନ୍ତି ଆଉ କିଏ ମଲ୍ଟିପ୍ଲେକ୍ସ । ସମସ୍ତଙ୍କ ଜୀବନରେ ସିନେମା ଏବଂ ହଲ୍‌କୁ ନେଇ କିଛି ନା କିଛି ସ୍ମୃତି ଯୋଡ଼ି ହୋଇ ରହିଛି । ୩୧ମଇ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ମାତ୍ର ୯୯ଟଙ୍କାରେ ଦେଖିପାରିବେ ଫିଲ୍ମ । ମଲ୍ଟିପ୍ଲେକ୍ସ ଆସୋସିଏଶନ ଅଫ ଇଣ୍ଡିଆ (ଏମଏଆଇ) ଏହି ଘୋଷଣା କରିଛି । ସିନେମା ପ୍ରେମୀ ଦିବସ ପାଳନ ଲାଗି ୩୧ମଇରେ ପୂରା ଭାରତରେ ଫିଲ୍ମ ହଲରେ ସିନେମା ଟିକେଟର ମୂଲ୍ୟରେ ହ୍ରାସ ପାଇଛି ।

ଏହି କ୍ରମରେ ମଲ୍ଟିପ୍ଲେକ୍ସ ଏବଂ ସିଙ୍ଗଲ ସ୍କ୍ରିନ ଉଭୟେ ଭାଗ ନେଉଛନ୍ତି । ଯାହା ମାଧ୍ୟମରେ ଦେଶ ସାରା ୪୦୦୦ସ୍କ୍ରିନରେ ଟିକଟର ମୂଲ୍ୟ ୯୯ଟଙ୍କା ରହିବ । ଏହି ମଲ୍ଟିପ୍ଲେକ୍ସ ଚେନରେ ପିଭିଆର ଆଇନକ୍ସ, ସିନେପଲିସ ଇଣ୍ଡିଆ, ମିରାଜ ସିନେମା, ମୁଲ୍ତା ଏ୨ ଏବଂ ମୁଭିମେକ୍ସ ସାମିଲ ଅଛି । ଏହି ପଦକ୍ଷେପ ଭାରତରେ ମାର୍ଚ୍ଚ ମାସରେ ଫିଲ୍ମ ବ୍ୟବସାୟରେ ଧିମା ଦେଖାଦେବା ପ‌ରେ ଉଠାଯାଇଛି । ହିନ୍ଦୀ ଏବଂ ଅନ୍ୟ ଭାଷାର ଫିଲ୍ମ ଦର୍ଶକଙ୍କୁ ଫିଲ୍ମ ହଲ୍ ପର୍ଯ୍ୟନ୍ତ ଟାଣିବାକୁ ବିଫଳ ରହିଛି । ଏହାପରେ ବି ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଯୋଗୁଁ ଟିକେଟ ବିକ୍ରି କମ୍ ହୋଇଯାଇଛି । ଯେଉଁଥିପାଇଁ ମନୋରଞ୍ଜନ ଶିଳ୍ପର ସ୍ଥିତି ଆହୁରି ଖରାପ ହୋଇଯାଇଛି । ମଲ୍ଟିପ୍ଲେକ୍ସ ଆସୋସିଏଶନ ଅଫ୍ ଇଣ୍ଡିଆ (ଏମଏଆଇ)ର ପ୍ରମୁଖ ଏବଂ ପିଭିଆର ଆଇନକ୍ସ ପିକ୍ଚର୍ସର ସିଇଓ କମଲ ଜ୍ଞାନଚନ୍ଦାନୀ ଅଫର୍ସର ଘୋଷଣା କରି ଏକ ବୟାନରେ କହିଛନ୍ତି କି, ଏହା ପ୍ରାୟ ୪୦୦୦ସ୍କ୍ରିନ ସହ ଏକ ବ୍ୟାପକ ପଦକ୍ଷେପ ଅଟେ । ଯେଉଁଠାରେ ପ୍ରତ୍ୟେକ ଫିଲ୍ମର ଟିକେଟ ୯୯ଟଙ୍କାରେ ଉପଲବ୍ଧ ହେବ ବୋଲି ବୟାନରେ ଲେଖାଯାଇଛି । କେତେକ ସିଙ୍ଗଲ୍ ସ୍କ୍ରିନ ୯୯ଟଙ୍କାରୁ କମ୍ ମୂଲ୍ୟରେ ଟିକେଟ ଉପଲବ୍ଧ କରିବେ, ଯାହା ୭୦ଟଙ୍କା ହୋଇପାରେ । ଏହି ଶୁକ୍ରବାର ଦର୍ଶକ ବହୁ ପ୍ରତିକ୍ଷୀତ ଗ୍ୟାଙ୍ଗ୍ସ ଅଫ ଗୋଦାବରୀ, ମିଷ୍ଟର ଏଣ୍ଡ ମେସେଜ ମାହୀ, ଛୋଟା ଭୀମ ଏବଂ ଦ କର୍ସ ଅଫ ଦମନର ଆନନ୍ଦ ସ୍ବଳ୍ପ ମୂଲ୍ୟରେ ନେଇପାରିବେ ।

ସିନେମା ଦିବସରେ ଅନଲାଇନ୍ ଟିକେଟ ଆପଣଙ୍କୁ ମିଳିପାରିବ ଏଥିଲାଗି BookMyShow, PayTM କିମ୍ବା Amazon Pay ଭଳି ଅନଲାଇନ ଆପରେ ଯିବାକୁ ହେବ । ଏହି ଅଫରରେ ଆଇଏମଏଏକ୍ସ ଏବଂ ରିକ୍ଲାଇନର ଭଳି ପ୍ରିମିୟମ ଫର୍ମାଟ ସାମିଲ ହୋଇନାହିଁ । ଏହାର ଅତିରିକ୍ତ ମୂଲ୍ୟରେ ସୁବିଧା ଶୁଳ୍କ ଏବଂ ଜିଏସଟି ସାମିଲ ହୋଇନାହିଁ । ଏହାକୁ ଅନଲାଇନ ବୁକିଂବେଳେ ଯୋଡ଼ା ଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.